PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରୁ ମୃତଦେହ ମିଳିବା ଘଟଣା: ମୃତକଙ୍କ ପୋଷ୍ଟର ମାରିଲା ପୁଲିସ

ଭୁବନେଶ୍ୱର ୨୫/୦୭: କୁଆଖାଇ ନଦୀ ପଠା ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ଏଯାଏ ମିଳିନାହିଁ । ଏହି କ୍ଷେତ୍ରରେ ଉପାୟଶୂନ୍ୟ ହୋଇ ପୁଲିସ ଶବ ଚିହ୍ନଟ ପାଇଁ ସର୍ବସାଧାରଣଙ୍କ ଆସ୍ଥା ଲୋଡ଼ିଛି । ମୃତ ଯୁବକଙ୍କୁ ଚିହ୍ନଟ ପାଇଁ ପୁଲିସ୍‌ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପୋଷ୍ଟର ମାରିଛି । ପୋଷ୍ଟର ଦେଖି ଯେଉଁ ବ୍ୟକ୍ତି ମୃତକଙ୍କୁ ଚିହ୍ନଟ କରିବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ପୁଲିସ ପକ୍ଷରୁ ପ୍ରକାଶିତ ପୋଷ୍ଟରରେ ରହିଛି ମୃତଶରୀର ମିଳିବା ତାରିଖ, ସ୍ଥାନ, ବୟସ, ଉଚ୍ଚତା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା । ତା’ଛଡ଼ା ମୃତଯୁବକ ପିନ୍ଧିଥିବା ଟ୍ରାଉଜର ପ୍ୟାଣ୍ଟ, ଫୁଲ ପକା ଧଳା ସାର୍ଟ, କଳା ରଙ୍ଗର ହାଫ୍‌ପ୍ୟାଣ୍ଟ, ନୂଆ ଚପଲ ଓ କାନରେ ପିନ୍ଧିଥିବା ନୋଳିର ଫଟୋ ରହିଛି । ଏଥି ସହ ପଚିସଢ଼ି ଯାଇଥିବା ମୃତକଙ୍କ ମୁହଁର ଫଟୋ ଅଛି । ଏ ସବୁ ଦେଖି ଯୁବକ ପରିଚୟ ଜାଣିବାକୁ ପୁଲିସ କହିଛି । ସହରର ସବୁ ଥାନା, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ପୋଷ୍ଟର ମରାଯାଇଛି । ତା’ଛଡା ରାଜ୍ୟର ବିଭିନ୍ନ ଥାନାକୁ ମଧ୍ୟ ପଠାଯାଇଛି ।

ଖୁବ୍‌ ଶୀଘ୍ର ପଡୋଶୀ ରାଜ୍ୟ ପୁଲିସ୍‌ଙ୍କ ନିକଟକୁ ମଧ୍ୟ ଏହି ପୋଷ୍ଟର ପଠାଯିବ ବୋଲି ଡିସିପି କହିଛନ୍ତି । ତେବେ କିଛି ମାସ ତଳେ ଯାଁଳା ଫାଣ୍ଡି ପରିସରରେ ଏକ କାର୍‌ ଭିତରୁ ଜଣେ ମହିଳାଙ୍କ ନରକଙ୍କାଳ ମିଳିଥିଲା । ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ବିଭିନ୍ନ ଆଡ଼େ ପୋଷ୍ଟର ମାରିଥିଲା । ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ମିଳିବ ବୋଲି ଡିସିପି କହିଥିଲେ । ଏପର୍ଯ୍ୟନ୍ତ ସେ ମହିଳାଙ୍କ ପୋଷ୍ଟର ଦେଖି କେହି ଚିହ୍ନି ପାରୁନାହାନ୍ତି । ପୋଷ୍ଟରରୁ ଏହି ମୃତ ଯୁବକଙ୍କ ପରିଚୟ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି ।

ସମ୍ବନ୍ଧିତ ଖବର