ଦେଖନ୍ତୁ – ଜଙ୍ଗଲରେ ନାଗକୁ ବୋତଲରୁ ପାଣି ପିଆଉଛନ୍ତି ବ୍ୟକ୍ତି

ନୂଆଦିଲ୍ଲୀ – ସାପକୁ ସମସ୍ତଙ୍କର ଭୟ ।  ସାପ ବିଷଧର ହେଉକି ବିଷହୀନ ଅଧିକାଂଶ ତାକୁ ଦେଖିବା ମାତ୍ରେ ଭୟ ପାଇ ଥାଆନ୍ତି।  ସାପ ପାଖକୁ ଯିବାତ ଦୂରର କଥା ସେଠାରୁ ଭୟରେ ପଳାୟନ କରିଥାଆନ୍ତି । ଏହି ଡର ଯୋଗୁଁ ଅନେକ ସାପଙ୍କୁ ମଣିଷ ମାରି ଦେଇଥାଏ ।  ମାତ୍ର ବେଳେ ବେଳେ ଏପରି ଆଶ୍ଚର୍ଯ୍ୟ ଜନକ କଥା ଦେଖିବା ପାଇଁ ମିଳିଥାଏ । ସମସ୍ତ ଡର ଭୟକୁ ଛାଡି ଲୋକମାନେ ଅନେକ ଆଶ୍ଚର୍ଯ୍ୟଜନକ କାମ କରିଥାଆନ୍ତି ।

ସାପକୁ ପାଣି ପିଆଇବା । ପୁଣି ବୋତଲରୁ ପାଣି ପିଆଇବା ନିଶ୍ଚୟ ଏହା ପଢିବା ବେଳେକୁ ଅନେକଙ୍କୁ ଅଡୁଆ ଲାଗୁଥିବ । ମାତ୍ର ଏପରି ଘଟଣା ଘଟିଛି । ସେପୁଣି ଫଣା ଟେକି ଜିଭ ଲହ ଲହ କରୁଥିବା ହଳଦୀ ଗଣ୍ଠି ନାଗ ସହ । ନାଗକୁ ଦେଖିବା ମାତ୍ରେ ଲୋକ ଭୟ ପାଇଥାଆନ୍ତି। ମାତ୍ର ଏହି ସର୍ପପ୍ରେମୀ ବ୍ୟକ୍ତି ଜଣଙ୍କ ଫଣା ଟେକିଥିବା ନାଗକୁ ବୋତଲରୁ ପାଣି ପିଆଉଛନ୍ତି।

ଏହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଛି ।  ଛତିଶଗଡର ଜଣେ ଆଇଏଏସ୍‌ ଅଧିକାରୀ ଏହି ଭିଡିଓକୁ ସେୟାର କରିଛନ୍ତି। ଏଥିରେ ସାପ ବୋତଲରୁ ପାଣି ପିଉଥିବା ଦେଖିବା ପାଇଁ ମିଳିଛି ।  କବର୍ଧର ଜିଲ୍ଲାପାଳ ଅବିନାଶ ଶରଣ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି ।  ଏଥିରେସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଭିଡିଓଟି ପୁରୁଣା  । ଏଥିରେ ବନ ବିଭାଗର ଅଧିକାରୀ ନାଗକୁ ପାଣି ପିଆଉଥିବା ଦେଖିବା ପାଇଁ ମିଳୁଛି ।

ଭିଡିଓଟି ପ୍ରାୟ ୨ ମିନିଟ୍‌ର ଏଥିରେ ବନବିଭାଗର ଜଣେ ଅଧିକାରୀ ବୋତଲରୁ ଫଣା ଟେକିଥିବା ନାଗରୁ ମୁଣ୍ଡକୁ ଆଉଁସି ଦେବା ସହ ବୁନ୍ଦାବୁନ୍ଦା ପାଣି ପିଆଇ ଦେଉଛନ୍ତି।  ପାଣି ପିଇବାର କିଛି ସମୟରେ ନାଗଟି ସେହି ସ୍ଥାନରୁ ଚାଲିଯାଉଛି । ଏହି ଭିଡିଓଟି ସୋସିଆଲ୍‌ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଅନେକ ଲୋକ ଏହାକୁ ପ୍ରଶଂସା କରିଛନ୍ତି।  ଅଧିକାରୀ ଜଣଙ୍କ ବିଷୟରେ ଏଥିରେ ଉଲ୍ଲେଖ କରାଯାଇ ନାହିଁ । ତେବେ ହ୍ରିଂସ ସରୀସୃପଙ୍କ ପ୍ରତି ସେ ଦେଖାଇଥିବା ଦୟା ଭାବକୁ ଅନେକ ପ୍ରଶଂସା କରିଛନ୍ତି।

   ସମ୍ବନ୍ଧିତ ଖବର


ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ