PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ; ସଂଖ୍ୟା ୧୪କୁ ବୃଦ୍ଧି

pic-ndtv

କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିସାଇ ମୋଟ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ନେଇ ନାଗାଲଣ୍ଡ ଗୃହ ସଚିବ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଯୋଗୁ ୧୪୪ ଧାରା ଲାଗୁ କରାଯିବା ସହିତ ଇଣ୍ଟର୍‌ନେଟ୍ ଓ ମେସେଜିଂ ସେବା ରଦ୍ଦ କରାଯାଇଛି।

ଶନିବାର ଅପରାହ୍ନ ୪ଟା ବେଳେ ସେନା ନାଗାଲାଣ୍ଡର ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଇଥିଲା। ଏଥିରେ ପ୍ରଥମେ ୧୨ ଜଣ ସାଧାରଣ ନାଗରିକ ଓ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏବେ ପୁଣି ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

ପୁଲିସର ସୂଚନା ଅନୁସାରେ, ଦୁଇଦିନ ଲଗାତର ଧରି ଗୁଳିକାଣ୍ଡ ହୋଇଛି। ପ୍ରଥମ ଗୁଳିକାଣ୍ଡ ଶନିବାର ସନ୍ଧ୍ୟାରେ ହୋଇଥିଲା। ଓଟିଙ୍ଗ ଗାଁର କିଛି ଦିନ ମଜୁରିଆ କୋଇଲା ଖଣିରୁ କାମ ସାରି ଗୀତ ଗାଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଫେରୁଥିବା ବେଳେ ସେନା ଭୁଲ୍‌ବଶତଃ ଉଗ୍ରବାଦୀ ଭାବି ସେମାନଙ୍କ ଉପରେ ଗୁଳି ଚଳାଇଥିଲା। କାରଣ ସେନାକୁ ପୂର୍ବରୁ ଉଗ୍ରବାଦୀଙ୍କ ଅନୁପ୍ରବେଶ ନେଇ ସୂଚନା ମିଳିଥିଲା। ଏଥିପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ତେବେ କିଛି ଘଣ୍ଟା ବିତିଯିବା ପରେ ଶ୍ରମିକମାନେ ଘରକୁ ନଫେରିବାରୁ ତାଙ୍କୁ ଖୋଜିବାକୁ ଗାଁ ଲୋକମାନେ ଯାଇଥିଲେ। ଏକ ଭ୍ୟାନ୍‌ରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ଲୋକେ ରାଗରେ ସେନା ଆସାମ ରାଇଫଲ କ୍ୟାମ୍ପ ଭିତରେ ପଶି ଯବାନଙ୍କୁ ଆକ୍ରମଣ କରିବା ସହିତ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସେନା ଜୀବନ ରକ୍ଷା ପାଇଁ ଗୁଳି ଚଳାଇବାରୁ ଏପରି ଦୁଃଖଦ ଘଟଣା ଘଟିଛି।

ସେନା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛି। ନାଗାଲାଣ୍ଡ ରାଜ୍ୟପାଳ ଜଗଦିଶ ମୁଖୀ ଘଟଣାର ଏସ୍‌ଆଇଟି ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି। ଏଥିପାଇଁ ଏସ୍‌ଆଇଟି ଟିମ୍ ଗଠନ ହୋଇସାରିଛି। ଏହି ଟିମ୍‌ ପ୍ରତ୍ୟେକ ଆଙ୍ଗଲରୁ ମାମଲାର ତଦନ୍ତ କରିବ ବୋଲି ରାଜ୍ୟପାଳ ପ୍ରତିକ୍ରିୟାରେ କହିଛନ୍ତି। ଏହି ଘଟଣାରେ ସାମିଲ୍ ସେନା କର୍ମୀଙ୍କ ବିରୋଧରେ ବି କୋର୍ଟ ଅଫ୍ ଇନ୍‌କୁଆରୀ ମଧ୍ୟ ଗଠନ କରାଯାଇଛି ବୋଲି ସେ ସୂଚନା ଦେବା ସହ ଶାନ୍ତି ବନାଇ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର