କାଦୁଅରେ ଫସିଥିବା ଗାଡିକୁ ବାହାର କଲେ ମହିଳା ସୈନିକ, ସୋସିଆଲ ମିଡିଆରେ ପ୍ରଶଂସାର ସୁଅ

ନୁଆଦିଲ୍ଲୀ ୨୮/୮: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ମହିଳା ସୈନିକ କାଦୁଅରେ ଫସିଯାଇଥିବା ଏକ ଗାଡିକୁ ଠେଲି ବାହାର କରୁଛନ୍ତି । ନାଗା ରେଜିମେଣ୍ଟର ମହିଳା ସୈନିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ନାଗା ୱମେନ୍ ବାଟାଲିୟନର ମହିଳାମାନଙ୍କ ଏକ ଗ୍ରୁପ୍ ନିଜ ଶକ୍ତିର ବ୍ୟବହାର କରି ଏକ ଗଭୀର ନାଳ ଭିତରୁ ଗାଡିକୁ ବାହାର କରିଦେଇଛନ୍ତି ।

କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ନାଗା ମହିଳା ବାଟାଲିୟନକୁ ନିଜ ତାକତ୍ ଦେଖାଇ ସାଇଡ୍ ଡ୍ରେନରେ ଫସିଥିବା ଗାଡିକୁ ବାହାର କରିବାର ଦେଖିଲି । ମୁଁ ତାଙ୍କ ଜୋଶ ଓ ସାହସକୁ ପ୍ରଶଂସା କରୁଛି । କିନ୍ତୁ ଡ୍ରାଇଭରକୁ ଅଧିକ ସାବଧାନ ରହିବା ପାଇଁ କୁହନ୍ତୁ

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ସମସ୍ତେ ନାଗା ୱମେନ୍ ରେଜିମେଣ୍ଟର ଏହି ସୈନିକଙ୍କୁ ପ୍ରଶଂସା କରୁଛନ୍ତି ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…