କରୋନା ଯୋଦ୍ଧାଙ୍କ ୨ ମିନିଟ୍‌ ବ୍ରେକ୍‌, ବିହୁ ନୃତ୍ୟ ନାଚୁଥିବା ଭିଡିଓ ଭାଇରାଲ

ଆସାମ ୨୨/୪: ଲକ୍‌ଡାଉନ୍‌ରେ ୨୪ ଘଣ୍ଟା ଡ୍ୟୁଟି କରୁଥିବା ପୁଲିସକର୍ମୀ ଚିନ୍ତାମୁକ୍ତ ହେବାକୁ କ’ଣ କରୁଛନ୍ତି, ତା’ର ସଦ୍ୟ ନମୁନା ଏବେ ଦେଖିବାକୁ ମିଳିଛି । ଆସାମର ନଗାଓଁ ପୁଲିସ ଜଟିଳ ସ୍ଥିତିରେ କିଭଳି ନିଜକୁ ଚିନ୍ତାମୁକ୍ତ କରିଛନ୍ତି, ସେ ନେଇ ସେମାନେ ଏକ ଭିଡିଓ ଶେୟାର କରିଛନ୍ତି । ଥାନାର ସମସ୍ତ ପୁଲିସ ୨ ମିନିଟ୍‌ର ବ୍ରେକ୍‌ ନେବା ପରେ ସମସ୍ତ ଚିନ୍ତା ଦୂର ହୋଇଯାଇଥିବା କହିଛନ୍ତି ।

Nagaon Police #ChotiChotiKhushiya

It was 9:31 PM, but Nagaon Police CoVID Fighters were still working, then this happened. #smallbreaks #ChotiChotiKhushiya DGPAssamPolice Assam Police

নগাঁও আৰক্ষী – Nagaon Police ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಭಾನುವಾರ, ಏಪ್ರಿಲ್ 19, 2020

ନଗାଓଁ ପୁଲିସ ପକ୍ଷରୁ ଏହି ଭିଡିଓ ଶେୟାର କରାଯାଇଛି । ଭିଡିଓ ସହିତ କ୍ୟାପ୍‌ସନ ଲେଖାଯାଇଛି ‘ରାତି ୯.୩୦ ବାଜିଲାଣି, କିନ୍ତୁ ନଗାଓଁ ପୁଲିସ କୋଭିଡ୍‌ ଯୋଦ୍ଧା ଏବେ ବି କାମ କରୁଛନ୍ତି । ଏହା ପରେ ଏପରି ହେଲା ।’ ଭିଡିଓରେ ଜଣେ ପୁଲିସ ଅଫିସର କହୁଛନ୍ତି ‘ଠିକ୍‌ ଅଛି ସାଥୀମାନେ… ୨ ମିନିଟ୍‌ର ବ୍ରେକ୍‌ ନେଇଯିବା ।’ ଏହା ପରେ ଏକ ଗୀତ ବାଜୁଛି । ଥାନାରେ ଉପସ୍ଥିତ ମହିଳା ଓ ପୁରୁଷ ପୁଲିସକର୍ମୀ ଧୀରେ ଧୀରେ ସିଟ୍‌ରୁ ଉଠି ନାଚିବା ଆରମ୍ଭ କରୁଛନ୍ତି । ସମସ୍ତେ ପାରମ୍ପରିକ ବିହୁ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ।

ଗୀତ ଶେଷ ହେବା ପରେ ସମସ୍ତେ ନିଜ ନିଜ ସିଟ୍‌ରେ ବସୁଛନ୍ତି, ଯେମିତି କିଛି ହୋଇନଥିଲା! ସମସ୍ତ ପୁଲିସକର୍ମୀ ନୃତ୍ୟ ସମୟରେ ମୁହଁରେ ମାସ୍କ ପିନ୍ଧିଛନ୍ତି । ସାମାଜିକ ଦୂରତା ମଧ୍ୟ ବଜାୟ ରଖିଛନ୍ତି । ଚିନ୍ତା ଦୂର କରିବାର ପୁଲିସଙ୍କର ଏହି ତରିକାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ଭିଡିଓଟି ଶେୟାର ହେବା ପରେ ୯.୪ ହଜାର ଲାଇକ୍‌, ୪ ହଜାରରୁ ଅଧିକ ଶେୟାର ଏବଂ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ