PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଟପ୍ପର ଝିଅଙ୍କ ନାଁରେ ରାସ୍ତା : ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ନୂଆ ପଦକ୍ଷେପ

ଐତିହାସିକ ଘଟଣା, ଯୁଦ୍ଧର ନାୟକ, ରାଜନେତା ଏବଂ ସମାଜରେ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବିଶେଷ କରି ରାସ୍ତା, ଗାଁ, ସହର, ଛକ ଆଦିର ନାମକରଣ କରାଯାଇଥାଏ । କିନ୍ତୁ ଉଦୟପୁର ସ୍ଥିତ ନଗୌର ଜିଲ୍ଲାର ପଞ୍ଚାୟତ ସମିତି ଏକ ନୂଆ ପଦକ୍ଷେପ ନେଇଛି । ନିଜର ଅଭିନବ ବିଚାରଧାରା ସହିତ ପାରମ୍ପରିକ ପ୍ରଥାକୁ ଏହା ପରିବର୍ତ୍ତନ କରିଛି । ଏଠାରେ ଝିଅଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ନାମ ଅନୁସାରେ ଗାଁଗୁଡ଼ିକର ନାମକରଣ କରାଯାଇଛି ।

ଏହି ନିଷ୍ପତ୍ତି ଜିଲ୍ଲାର ଦିବ୍ୟା ଶର୍ମା, ଖୁସ୍‌ବୁ ରାଠୋର, ଗଜଲ ଭାତେସାର, ପୂଜା ଚୌଧୁରୀ ଓ କୋମଲ ପ୍ରଜାପତଙ୍କ ପାଇଁ ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ହୋଇଛି । ଗାଁରେ ସେମାନଙ୍କ ଗଳିର ନାମକରଣ ସେମାନଙ୍କ ଅନୁସାରେ କରାଯାଇଛି । ନାଗପୁର ଜିଲ୍ଲା ପ୍ରଶାସନ ‘ରାସ୍ତା ଖୋଲୋ ଅଭିଯାନ’ ଅନ୍ତର୍ଗତ ଏହି ପ୍ରୋଜେକ୍ଟ ହାତକୁ ନେଇଥିଲେ । ଏବେ ୩୮ ବିବାଦୀୟ ରାସ୍ତା ସାଧାରଣ ଲୋକଙ୍କ ପାଇଁ ଖୋଲିଛି । ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ଝିଅଙ୍କ ନାମ ଅନୁସାରେ ଏହି ରାସ୍ତାଗୁଡ଼ିକର ନାମକରଣ କରାଯାଇଛି । ଏହି ଜିଲ୍ଲାରେ ଏମିତି ୫୦୦ରୁ ଅଧିକ ରାସ୍ତା ଅଛି, ଯାହା ଦୀର୍ଘ ଦଶନ୍ଧି ଧରି ବନ୍ଦ ହୋଇ ରହିଛି କିମ୍ବା ଅଞ୍ଚଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ରହିଛି । ଏହି ସମସ୍ତ ରାସ୍ତାଗୁଡ଼ିକ ଗାଁରେ ଅବସ୍ଥିତ । ଜନସାଧାରଣଙ୍କ ଯାତାୟାତ ନିମନ୍ତେ ଏହି ରାସ୍ତାଗୁଡ଼ିକୁ ଲୋକଙ୍କ ପାଇଁ ମୁକ୍ତ କରିବାକୁ ପ୍ରଶାସନ ଏବେ ଯୋଜନା ହାତକୁ ନେଇଛି ।

ମୁଣ୍ଡୱା ତହସିଲର କୁଚେରା ବାସିନ୍ଦା ଦିବ୍ୟା ଶର୍ମା ଜଣେ ରାଜ୍ୟସ୍ତରୀୟ ହକି ଖେଳାଳି ଏବଂ ମାଟ୍ରିକ୍‌ ଟପ୍ପର୍‌, ଯିଏକି ୯୭ ପ୍ରତିଶତ ଅଙ୍କ ହାସଲ କରିଛନ୍ତି । ଏବେ ତାଙ୍କ ଗଳିର ନାମକରଣ ଦିବ୍ୟାଙ୍କ ନାମ ଅନୁସାରେ କରାଯାଇଛି । ଏ ନେଇ ଦିବ୍ୟାଙ୍କ ବାପା ରଘୁନନ୍ଦନ ଶର୍ମା କହନ୍ତି ‘ଆମେ ଯେତେବେଳେ ସୂଚନା ପାଇଲୁ ଯେ ଦିବ୍ୟାଙ୍କ ନାମ ଅନୁସାରେ ‘ଗୌରବ ପଥ’ ସ୍ଥାପନା ହେବ, ଏହା ବାସ୍ତବରେ ଆମ ପରିବାର ପାଇଁ ଏକ ସର୍‌ପ୍ରାଇଜ୍‌ ଥିଲା । ଏହା ଏକ ବାସ୍ତବ ପ୍ରେରଣା, କେବଳ ମୋ ଝିଅ ପାଇଁ ନୁହେଁ ବରଂ ଏହି ଜିଲ୍ଲାର ଶତାଧିକ ଝିଅଙ୍କ ପାଇଁ³ ଯେଉଁମାନେ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ପାଇବେ ଏବଂ ଉଚ୍ଚ ସ୍ତରୀୟ ଶିକ୍ଷା ହାସଲ କରିବେ ।’