PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

ପୁରୁଣା ମୁଣ୍ଡା ସିମେଣ୍ଟ୍‌କୁ ଗୁଣ୍ଡ କରି ପ୍ୟାକିଂ କରାଯାଉଥିଲା,ଜଗତପୁରରେ ଥମୁନି ନକଲି କାରବାର- ପୁଣି ନକଲି ସିମେଣ୍ଟ୍‌ କାରଖାନା ଠାବ ,ଟ୍ରକ୍‌ ସହିତ ଶହଶହ ବସ୍ତା ନକଲି ସିମେଣ୍ଟ୍‌ ଜବତ


ଜଗତପୁର,୨୩ା୨(ଆପ୍ର): ନକଲି ସିମେଣ୍ଟରୁ ନକଲି ସସ୍‌, ନକଲି ଘିଅରୁ ନକଲି ରଙ୍ଗ ପର୍ଯ୍ୟନ୍ତ ସବୁ ପ୍ରକାର ନକଲି ଜିନିଷ କାରଖାନା ଧରାପଡିବା ପରେ ବି ଜଗତପୁର ଅଞ୍ଚଳରେ ନକଲି ସାମ୍ରାଜ୍ୟର ଚେର ଉପୁଡୁନି । ଗତ ବର୍ଷକ ଭିତରେ କ୍ରମାଗତ ତୃତୀୟ ଥର ଜଗତପୁର ଅଞ୍ଚଳରୁ ନକଲି ସିମେଣ୍ଟ କାରଖାନା ଆଜି ଠାବ ହୋଇଛି । ଏତେ ଧରପଗଡ଼ ଭିତରେ ବି ଗଲା ପାଞ୍ଚ ବର୍ଷ ହେବ ଚାଲିଥିବା ନକଲି ସିମେଣ୍ଟ କାରବାର ଆଜି ଧରାପଡ଼ିଛି । ଜଗତପୁର ପୁଲିସ ଆଜି ସ୍ଥାନୀୟ ଖଇରା ବ୍ରିଜ୍‌ ନିକଟରେ ଚଢଉ କରି ଏଭଳି ନକଲି କାରବାରର ପର୍ଦ୍ଦାଫାସ କରିବା ସହ ଟ୍ରକ୍‌ ଟ୍ରକ୍‌ ନକଲି ସିମେଣ୍ଟ ଜବତ କରିଛି । ନକଲି କାରବାର ବିରୋଧରେ ପୁଲିସ ଓ ଜିଲ୍ଲା ପ୍ରଶାସନର ଜୋରଦାର ଚଢଉ ସତ୍ତେ୍ୱ ଏହି କାରଖାନା କିଭଳି କାହା ନଜରକୁ ଆସିନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବେଶ ସତର୍କତାର ସହିତ ଏହି ନକଲି ସିମେଣ୍ଟ କାରଖାନା ଚାଲିଥିଲା । ପ୍ରଥମେ ନଷ୍ଟ ହୋଇଯାଇଥିବା ଟ୍ରକ୍‌ଟ୍ରକ୍‌ ସିମେଣ୍ଟକୁ ଖୁବ୍‌ କମ୍‌ ଦାମରେ କିଣାଯାଉଥିଲା । ପରେ ସେଗୁଡ଼ିକ ଆଣି ଏକ ଗୋଦାମ ଘରେ ଲୁଚାଇ ମହଜୁଦ ରଖାଯାଉଥିଲା । ସେଠାରେ ଶ୍ରମିକମାନେ ହାତୁଡ଼ି ଓ ମେସିନ୍‌ ସାହାଯ୍ୟରେ ବିଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଗୁଣ୍ଡ କରୁଥିଲେ । ଜାଲି ସାହାଯ୍ୟରେ ସେଗୁଡ଼ିକ ଛଣା ଯାଉଥିଲା । ପରେ ଅସଲି ଭଳି ଦେଖାଯାଉଥିବା ପେପର ଓ ଜରି ବସ୍ତାରେ ତାହାକୁ ପ୍ୟାକିଂ ହେଉଥିଲା । ଗଲା ୫ ବର୍ଷ ହେବ ଏଭଳି କିଛି ଢଙ୍ଗରେ ଜଗତପୁର ଖଇରା ବ୍ରିଜ୍‌ ନିକଟରେ ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିଲା । ଆଜି ଏହି କାରଖାନା ଉପରେ ଜଗତପୁର ଥାନା ପୁଲିସ ଚଢଉ କରିବା ପରେ ଏହି ରହସ୍ୟ ଉନ୍ମୋଚିତ ହୋଇଛି । କାରଖାନା ଭିତରୁ ବହୁ ପ୍ରତିଷ୍ଠିତ ସିମେଣ୍ଟ କମ୍ପାନୀ ଗୁଡିକର ବିଭିନ୍ନ ବ୍ରାଣ୍ଡର ହଜାରହଜାର ବସ୍ତା ଭେଜାଲ୍‌ ସିମେଣ୍ଟ ସହିତ ଏକ ଟ୍ରକକୁ ଜବତ କରାଯାଇଛି । ମାତ୍ର ଚଢ଼ଉ ବେଳେ କୌଶଳ କ୍ରମେ କାରଖାନା ମାଲିକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, କଟକ ବକ୍ସିବଜାର ଅଞ୍ଚଳର ସନ୍ତୋଷ ଭୋଳ ନାମକ ଜଣେ ବ୍ୟବସାୟୀ ଦୀର୍ଘ ୫ ବର୍ଷ ଧରି ଖଇରା ବ୍ରିଜ୍‌ଠାରୁ ମାତ୍ର ୨୦ ମିଟର ଦୂର କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଏକ ଭଡା ଘରେ ନିଜର ଅସାଧୁ ବ୍ୟବସାୟ ଜାରି ରଖିଥିଲେ । ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଥିବା ଏହି ଭଡା ଘରେ ନକଲି ସିମେଣ୍ଟ୍‌ ପ୍ରସ୍ତୁତ ହେଉଥିବା ସମ୍ପର୍କରେ ଗତ କିଛି ଦିନ ହେବ ଜଗତପୁର ଥାନା ପୁଲିସ ଖବର ପାଇଥିଲା । ଏପରିକି ଗତକାଲିଠାରୁ (ଓଆର-୦୫-ଏସି-୬୦୯୮) ନମ୍ବର ବିଶିଷ୍ଟ ଏକ ୪୦୭ ଟ୍ରକରେ ନକଲି ସିମେଣ୍ଟ୍‌ ବୋଝେଇ ହୋଇ କାରଖାନା ସମ୍ମୁଖରେ ଅଟକି ଥିବା ପୁଲିସ ସୂଚନା ପାଇଥିଲା । ଏହି କ୍ରମରେ ଆଜି ପୁଲିସ ଟିମ୍‌ ସେହି କାରଖାନାରେ ଚଢ଼ଉ କରିବା ସହିତ ସେଠାରେ ଥିବା ଟ୍ରକ୍‌ ଯାଞ୍ଚ୍‌ କରିଥିଲା । ଯାଞ୍ଚ୍‌ ସମୟରେ ସେଠାରେ ମହଜୁଦ ଥିବା ସମସ୍ତ ସିମେଣ୍ଟ୍‌ ବସ୍ତା ନକଲି ବୋଲି ଜଣାପଡିବା ପରେ ସମ୍ପୃକ୍ତ ଟ୍ରକ ଓ ମାଲ୍‌କୁ ଜବତ କରାଯାଇଛି । ତେବେ ପୁଲିସକୁ ଦେଖି କାରଖାନା ମାଲିକ ଫେରାର ହୋଇଯାଇ ଥିବାବେଳେ ଟ୍ରକଟି ସମ୍ପୃକ୍ତ କାରଖାନା ମାଲିକଙ୍କର ବୋଲି ଜଣାପଡିଛି । କାରଖାନା ଭିତରେ ଅଲଟ୍ରାଟେକ୍‌, ଅମ୍ବୁଜା, ରାଶି ଗୋଲ୍ଡ ଓ ଡାଲମିଆ ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍‌ ନାମରେ ଶହଶହ ବସ୍ତା ନକଲି ସିମେଣ୍ଟ୍‌ ମହଜୁତ୍‌ ଥିବା ପୁଲିସ ଟିମ୍‌ ଦେଖିବାକୁ ପାଇଛି । ଏହି ସବୁ ସିମେଣ୍ଟ ବ୍ୟବହାର ଯୋଗ୍ୟ ଅବଧି ଶେଷ ହୋଇଯାଇଥିବାରୁ ଏଗୁଡିକ ଏକ ପ୍ରକାର ମୁଣ୍ଡା ପଥର ଭଳି ଟାଣ ହୋଇଯାଇଛି । ତେବେ ପୁଲିସ ଅଧିକ ଯାଞ୍ଚ୍‌ ପରେ ଜାଣିବାକୁ ପାଇଛିକି ସେଠାରେ ମହଜୁଦ ଥିବା ଖରାପ ସିମେଣ୍ଟ ଗୁଡ଼ିକୁ ଦିନ ତମାମ୍‌ କିଛି ଶ୍ରମିକ ହାତୁଡ଼ିରେ ଗୁଣ୍ଡ କରନ୍ତି । ପରେ ତାହାକୁ ଏକ ଚଲାରେ ଛାଣି କେବଳ ପାଉଡର ଅଂଶକୁ ପୁନର୍ବାର ଅସଲି ଭଳି ଦେଖାଯାଉଥିବା ବିଭିନ୍ନ ବ୍ରାଣ୍ଡ୍‌ର ସିମେଣ୍ଟ ଅଖାରେ ଭର୍ତ୍ତି କରି ତାହାକୁ ଅସଲି ଭାବେ ବଜାରକୁ ବିକ୍ରି ପାଇଁ ଛାଡ଼ିଥାନ୍ତି । ଖାସ୍‌ କରି ସରକାରୀ କାମ ହେଉଥିବା ସ୍ଥାନକୁ କିଛି ଅସାଧୁ ଠିକାଦାର ଏହି ଭେଜାଲ୍‌ ସିମେଣ୍ଟ ନେଇ ତାହାକୁ କାମରେ ଲଗାଇଥାନ୍ତି । ତେବେ ସେହି ସ୍ଥାନରୁ ଆଜି ମୁଣ୍ଡା ସିମେଣ୍ଟକୁ ଗୁଣ୍ଡ କରିବା ପାଇଁ ବ୍ୟବହୃତ ହାତୁଡି, ବସ୍ତାରେ ପ୍ୟାକିଂ ପାଇଁ କାହାଳୀ ଓ ଚଲା ଭଳି ସରଞ୍ଜାମ ଜବତ କରାଯିବା ପରେ କାରଖାନାକୁ ସିଲ୍‌ କାରଯାଇଛି । ଜବତ ସିମେଣ୍ଟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାର ହେବ । ଆଜିର ଏହି ଚଢ଼ଉରେ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେର ପ୍ରମୁଖ ସାମିଲ ହୋଇଥିଲେ । ଫେରାର୍‌ ଥିବା କାରଖାନା ମାଲିକଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସିପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।