PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

୨୮ ବର୍ଷ ହେଲା ଜୋତା ପିନ୍ଧି ନାହାନ୍ତି ନକୁଳ, ରାମ ମନ୍ଦିର ନିର୍ମାଣକୁ ଅପେକ୍ଷା କରିଥିଲେ, ଆଜି ପୂରଣ ହେବ ସଂକଳ୍ପ

ମହାକାଳପଡ଼ା,୫।୮ : ଆଜିକୁ ୨୮ ବର୍ଷ ହୋଇଗଲା ସେ ଜୋତା ପିନ୍ଧି ନାହାନ୍ତି । ଶପଥ ନେଇଥିଲେ, ଯେଉଁଦିନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ସେହିଦିନ ଜୋତା ପିନ୍ଧିବେ । ଆସନ୍ତାକାଲି ତାଙ୍କର ସଂକଳ୍ପ ପୂରଣ ହେବାକୁ ଯାଉଛି । ଆସନ୍ତାକାଲି ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ହେବ । ସେଥିପାଇଁ ତାଙ୍କ ଖୁସିରେ କହିଲେ ନସରେ । ଏମିତି ଏକ ବଜ୍ର ଶପଥ ନେଇଥିବା ବ୍ୟକ୍ତି ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ନକୁଳ ମଳିକ । ଆବେଗଭରା କଣ୍ଠରେ ନିଜ ମନର ଭାବନାକୁ ଆଜି ଗଣମାଧ୍ୟମ ଆଗରେ ଶ୍ରୀ ମଲ୍ଲିକ ବର୍ଣ୍ଣନା କରିଥିଲେ ।

୧୯୯୨ ମସିହାର କଥା । ଏହି ରାମ ମନ୍ଦିର ନିର୍ମାଣ ପାଇଁ ହଜାର ହଜାର କର ସେବକ ଅଯୋଧ୍ୟା ଯାଇଥିଲେ । କିଏ ଗୁଳି ଖାଇଥିଲେ ତ କିଏ ହିନ୍ଦୁତ୍ୱ ଭାବନା ନେଇ ଆଜି ପର୍ଯ୍ୟନ୍ତ ବଜ୍ର ଶପଥ ନେଇ ମନ୍ଦିର ନିର୍ମାଣକୁ ଅପେକ୍ଷା କରି ବସିଛନ୍ତି । ଇତିମଧ୍ୟରେ ୨୮ ବର୍ଷ ଅତିକ୍ରାନ୍ତ ହୋଇଯାଇଛି । ସେହି ପୁରୁଣା ଦିନର ବହୁ କର ସେବକ ବନ୍ଧୁ ସ୍ୱର୍ଗାରୋହଣ କରିସାରିଲେଣି । କିନ୍ତୁ ନକୁଳଙ୍କ ସଂକଳ୍ପ ଆସନ୍ତାକାଲି ପୂରଣ ହେବାକୁ ଯାଉଛି ।
ନକୁଳଙ୍କ କହିବାନୁସାରେ, ରାଷ୍ଟ୍ରୀୟ ଭାବନାରେ ଉଦବୁଦ୍ଧ ହୋଇ ହିନ୍ଦୁ ଧର୍ମର ପରମ ଆରାଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପାଇଁ ଗାଁ ଗାଁ ବୁଲି ଇଟା ସଂଗ୍ରହ କରି ଏହାକୁ ମୁଣ୍ଡେଇ ମୁଣ୍ଡେଇ ବହୁ ବାଟ ଚାଲି ବହୁ ବାଧାବିଘ୍ନ ସତ୍ତେ୍ୱ, ଆଇନର ଗଳାବାଟ ଦେଇ ସେ ପହଞ୍ଚିଥିଲେ ଅଯୋଧ୍ୟାରେ ।

ବାଟ ସାରା ପୁଲିସ୍‍ ଯାଞ୍ଚ ଓ ପ୍ରଶାସନର କଡ଼ା କଟକଣା ସତ୍ତେ୍ୱ ମହାକାଳପଡ଼ା ଅଞ୍ଚଳର କିଛି ବନ୍ଧୁଙ୍କ ସହିତ ମିଶି ଅଯୋଧ୍ୟାରେ ସେ ପହଞ୍ଚିବା ପରେ ତାଙ୍କ ଆଖି ଆଗରେ ଦେଖିଥିଲେ କେମିତି ଅନେକ କରସେବକ ଟଳି ପଡ଼ିଥିଲେ ପୁଲିସ୍‍ ଗୁଳିରେ । ସେବେଠାରୁ ହିନ୍ଦୁତ୍ୱ ଭାବନାକୁ ଜାବୁଡ଼ି ଧରି ଜୋତା ନ ପିନ୍ଧିବାର ସଂକଳ୍ପ ନେଇ ଘରେ ରାମମନ୍ଦିର ନିର୍ମାଣ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ ସେ । ୩୦ ବର୍ଷ କାଳ ବିନା ଜୋତାରେ ଯିବା ଆସିବା ମଧ୍ୟ କରୁଥିଲେ । ଏହି ବଜ୍ର ଶପଥ ଆସନ୍ତାକାଲି ତାଙ୍କର ପୂରଣ ହେବା ପାଇଁ ଯାଉଛି । ସେତେବେଳର କରସେବକ ସାଜିଥିବା ସ୍ୱର୍ଗତ ଗୁରୁଚରଣ ଦାସଙ୍କ ସମେତ ଅନେକ ଇତିମଧ୍ୟରେ ସ୍ୱର୍ଗାରୋହଣ କରିସାରିଲେଣି ବୋଲି ନକୁଳ କହିଛନ୍ତି ।

ସମ୍ବନ୍ଧିତ ଖବର