କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଭୁବନେଶ୍ୱର ୦୮/୦୪: କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢ଼େଇରେ ସାମିଲ ହୋଇଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ)। ନାଲ୍‌କୋ ପକ୍ଷରୁ କରୋନା ଲଢ଼େଇ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

ନାଲ୍‌କୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନି ପିଏମ୍‌ କେୟାର୍ସ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରିଛି। ସେହିଭଳି କମ୍ପାନିର କର୍ମଚାରୀମାନେ ନିଜର ୨ ଦିନର ଦରମାକୁ କରୋନା ଭୂତାଣୁ ଲଢ଼େଇ ପାଇଁ ଦାନ କରିଛନ୍ତି। ଏହାର ଅଂଶସ୍ୱରୂପ କର୍ମଚାରୀଙ୍କ ବେତନରୁ ୨.୬ କୋଟି ଟଙ୍କା ପିଏମ୍‌ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି । ସେହିଭଳି ଆଉ ୨.୬ କୋଟି ଟଙ୍କା ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦିଆଯାଇଛି । ଏସବୁ ଅର୍ଥ କରୋନା ଲଢ଼େଇ ଉଦ୍ଦେଶ୍ୟରେ ବିଭିନ୍ନ ଉପକରଣ କ୍ରୟ ଓ ସହାୟତା ଦିଗରେ ଖର୍ଚ୍ଚ ହେବ ବୋଲି ଥିବା ନାଲ୍‌କୋ ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ