PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ବିଜେଡି ଭେଟେରାନ ସୁରକ୍ଷିତ

source:www.livemint.com

ଭୁବନେଶ୍ୱର,୧୮ ।୩(ବ୍ୟୁରୋ): ମନ ଗୋଳେଇଘାଣ୍ଟି ହେଉଥିଲା । ମୁଣ୍ଡରେ ଖଣ୍ଡା ଝୁଲୁଥିଲା । କିଛି ବି ଅସମ୍ଭବ ନଥିଲା । ଦଳୀୟ ଟିକେଟ ମିଳିବ ନା ନାହିଁ? ନବୀନଙ୍କ କୃପା ହାତ କାଳେ ହଟିଯିବ ଏମିତି ଚିନ୍ତାରେ ଥିଲେ ବିଜୁ ଜନତା ଦଳର ବହୁ ଭେଟେରାନ ମନ୍ତ୍ରୀ, ବିଧାୟକ । ଆଜି ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ୱସ୍ତ ହୋଇଛନ୍ତି ଦଳର ବହୁ ବରିଷ୍ଠ ନେତା । ନବୀନ ୫ ସାଂସଦ ଓ ୧୫ ବିଧାୟକଙ୍କ ଟିକେଟରେ କଇଁଚି ମାରିଛନ୍ତି । ମାତ୍ର ଦଳର ବରିଷ୍ଠ ନେତାମାନେ ଏଥିରୁ ବର୍ତ୍ତି ଯାଇଛନ୍ତି ।
ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଦକ୍ଷତା ଓ ଲୋକପ୍ରିୟତା ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନ । ରମେଶଙ୍କୁ ବିଧାନସଭା ବଦଳରେ ନବରଙ୍ଗପୁର ଲୋକସଭା ଟିକେଟ ମିଳିଛି । ସେହିଭଳ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ରବିନାରାୟଣ ନନ୍ଦ, ଲାଲ ବିହାରୀ ହିମିରିକା ନିଜ ଟିକେଟ ସୁରକ୍ଷିତ ରଖି ସେଫ୍‌ ଜୋନରେ ଅଛନ୍ତି ।
ପୂର୍ବତନ ମନ୍ତ୍ରୀ ସାରଦା ନାୟକ, ଦିବ୍ୟଶଙ୍କର ମିଶ୍ର, ମଙ୍ଗଳା କିଷାନ ନିଜ ଟିକେଟ ବଞ୍ଚାଇ ରଖିପାରିଛନ୍ତି ।
କଂଗ୍ରେସ ଛାଡ଼ି ଆସିଥିବା ନେତାମାନଙ୍କୁ ବି ଟିକେଟ ବଣ୍ଟନ ବେଳେ ନବୀନ ପାସୋରି ନାହାନ୍ତି । ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ କଂଗ୍ରେସକୁ ବାଏ ବାଏ କରି ବିଜେଡି ଆସି ଟିକେଟ ହାତେଇଥିଲା ବେଳେ ୨୦୧୪ରେ କଂଗ୍ରେସ ଛାଡ଼ିଥିବା ଅଭିଜ୍ଞ ଭୂପିନ୍ଦର ସିଂହ ନର୍ଲାରୁ ଲଢ଼ିବାକୁ ନବୀନଙ୍କ ଆଶୀର୍ବାଦ ପାଇଛନ୍ତି । ସେହିଭଳି ଦୁଷ୍ମନ୍ତ ନାଏକ କଂଗ୍ରେସ ଛାଡ଼ି ଆସିଥିଲେ । ଦଳ ତାଙ୍କୁ ଭବାନୀପାଟଣାରୁ ଟିକେଟ ଦେଇଛି । ଯୋଗେଶ ସିଂହ ମଧ୍ୟ ସୁନ୍ଦରଗଡ଼ରୁ ବିଜେଡି ଟିକେଟ ପାଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡ଼ି କିଛି ମାସ ତଳେ ବିଜେଡିରେ ଯୋଗ ଦେଇଥିଲେ । ତାଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ସହ ତାଙ୍କ ଅନୁଗତ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ବିଧାନସଭା ପାଇଁ ପ୍ରାର୍ଥୀ କରିଛି । କଂଗ୍ରେସ ଛାଡ଼ିଥିବା ସୁନୀତା ବିଶ୍ୱାଳଙ୍କୁ ବିଜେଡି ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ କରିଛି ।
ବିଜେଡି ଟିକେଟରୁ ବଞ୍ଚିତ ବିଧାୟକମାନେ ହେଲେ, ଡମ୍ବରୁ ସିସା, ଆୟୁବ ଖାଁ, ରୀତା ସାହୁ, ତ୍ରିନାଥ ଗମାଙ୍ଗୋ, ଭି.ସୁଜ୍ଞାନୀ ଦେଓ, ରାଜୀବ ପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ଣ୍ଣଚନ୍ଦ୍ର ନାଏକ, ଅନାମ ନାଏକ, ଧନେଶ୍ୱର ମାଝୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରିୟାଂଶୁ ପ୍ରଧାନ, ବାସନ୍ତୀ ମଲ୍ଲିକ, ଦେବରାଜ ମହାନ୍ତି । ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଟିକେଟ କଟିଥିଲେ ମଧ୍ୟ ତାଙ୍କୁ କଳାହାଣ୍ଡି ଲୋକସଭା ଟିକେଟ ମିଳିଛି ।
ନବୀନ ଦିବଂଗତ ସାଂସଦ ଲଡୁକିଶୋର ସ୍ୱାଇଁଙ୍କୁ ଟିକେଟ ବାଣ୍ଟିବା ବେଳେ ଭୁଲିନାହାନ୍ତି । ଆସ୍କାର ଏହି ସାଂସଦଙ୍କ ପରଲୋକ ପରେ ତାଙ୍କ ପତ୍ନୀ ମଞ୍ଜୁଳା ସ୍ୱାଇଁଙ୍କୁ ଆସ୍କା ବିଧାନସଭା ପାଇଁ ପ୍ରାର୍ଥୀ କରିଛନ୍ତି ।

ସମ୍ବନ୍ଧିତ ଖବର