#Me too ପାଇଁ ବଲିଉଡରେ କାମ ବନ୍ଦ, ଏବେ ଏହି ଇଣ୍ଡଷ୍ଟ୍ରୀରେ କାମ କରିବେ ନାନା ପାଟେକର

ମୁମ୍ବାଇ,୨୯।୩:ଗତ ବର୍ଷ ତନୁଶ୍ରୀ ଦତ୍ତ #Me too ଅଭିଯାନରେ ନାନା ପାଟେକର ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଯଦିଓ ନାନା ପାଟେକର ତ୍ରନୁଶ୍ରୀଙ୍କ ଅଭିଯୋଗକୁ ଭୁଲ ବୋଲି କହିଥିଲେ। କିନ୍ତୁ ସୋସିଆଲ ମିଡିଆରେ ନାନା ପାଟେକରଙ୍କୁ ଖୁବ୍ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଯାହାଫଳରେ ‘ହାଉସଫୁଲ-୪’ନିର୍ମାତା ନାନାଙ୍କୁ ଫିଲ୍ମରୁ ବାହାର କରିଥିଲେ। ଏବେ ଶୁଣିବାକୁ ମିଳୁଛି ନାନାଙ୍କୁ ଆଉ ହିନ୍ଦୀ ଫିଲ୍ମରେ କାମ କରିବାକୁ ମିଳୁନାହିଁ। ତେଣୁ ଆଗକୁ ସେ ଏକ ତେଲଗୁ ଫିଲ୍ମରେ ଆସୁଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ନାନା ପାଟେକର ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ନନ୍ନା ନେନୁ’ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହର କରିବେ। ଫିଲ୍ମରେ ନାନାଙ୍କୁ ନେଗେଟିଭ ରୋଲରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦେଶକ ନାନା ପାଟେକରଙ୍କୁ ଖୁବ୍ ଶୀଘ୍ର ଫିଲ୍ମରେ ନାନାଙ୍କୁ କାଷ୍ଟିଙ୍ଗକୁ ଅଫିସିଆଲ କରିବାକୁ ଯାଉଛନ୍ତି।
ଫିଲ୍ମର ନିର୍ଦେଶକ ତ୍ରିଭ୍ରିକ୍ରମ ଶ୍ରୀନିବାସ ତେଲଗୁ ଦର୍ଶକଙ୍କୁ ସାମାନରେ ଏକ ନୂଆ ଚେହେରା ଆଣିବାକୁ ଯାଉଛନ୍ତି। ଶେଷରେ ସବୁ ବିଚାର ବିମର୍ଷ ପରେ ତ୍ରିଭିକ୍ରମଙ୍କୁ ଲାଗିଥିଲା ଏହି ରୋଲ୍ ପାଇଁ ନାନା ପାଟେକର ପୁରା ଫିଟ୍। ଏବେ ଦେଖିବାର ଅଛି ତନୁଶ୍ରୀ ଦତ୍ତଙ୍କ ଅଭିଯୋଗ ପରେ ସିଲଭର ସ୍କ୍ରିନରେ ନାନାଙ୍କୁ ଦେଖି ଦର୍ଶକଙ୍କ କିଭଳି ପ୍ରତିକ୍ରିୟା ରହିବ?