PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ନନ୍ଦନକାନନରେ ନୂଆ ଟୟ ଟ୍ରେନ୍‌ ବନ୍ଦ, ଖତ ଖାଉଛି ପୁରୁଣ ଟ୍ରେନ୍‌

ବାରଙ୍ଗ,୨୩/୧୦: ନନ୍ଦନକାନନ ଭିତରେ କେତେ ଦୁଃଖ ସୁଖର ସାଥୀ ସାଜିଥିଲା ସିଏ । ପର୍ଯ୍ୟଟକଙ୍କ ଆଦର ଆଉ ଭଲ ପାଇବା ଆଗରେ ସେ ଯନ୍ତ୍ରଚାଳିତ ହୋଇ ମଧ୍ୟ ଯନ୍ତ୍ରବତ୍‌ ଖଟି ଚାଲିଥିଲା । ହେଲେ ଆଜି ତାକୁ କରାଯାଇଛି ହତାଦର । ତା ବଦଳରେ ନୂଆ ଓ ଅତ୍ୟାଧୁନିକ ଜାତିଭାଇଟିଏ ଆସି କର୍ତ୍ତୃପକ୍ଷଙ୍କୁ ଏମିତି ବିମୋହିତ କରିଛି ଯେ ତାକୁ ଏବେ କେହି ପଚାରୁନାହାନ୍ତି । ଏହା ପ୍ରାଣୀ ଉଦ୍ୟାନର କୌଣସି ପ୍ରାଣୀର କଥା ନୁହେଁ । ବରଂ ଖତ ଖାଉଥିବା ପୁରୁଣା ଟୟ ଟ୍ରେନର କଥା ।

୧୯୭୧ ମସିହାରେ ପ୍ରଥମେ ଚାଲିଥିବା ଟୟ ଟ୍ରେନଟି ଏବେ କବାଡ଼ିଖାନାର ଭଙ୍ଗା ଦଦରା ଲୁହାଖଣ୍ଡ ହୋଇ ପରିସର ଭିତରେ ପଡିରହିଛି । ଏବେ ନୂତନ ଜ୍ଞାନ କୌଶଳରେ ନୂଆ ଟୟ ଟ୍ରେନ ଚାଲିବା ଆରମ୍ଭ ହୋଇଛି । କିନ୍ତୁ ଏହି ଟ୍ରେନରେ ସେହି ପୁରୁଣା ଟ୍ରେନର ମଜା ଓ ଅନୁଭୂତି ମିଳି ପାରୁନାହିଁ । ହେଲେ ଯେଉଁ ଟୟଟ୍ରେନ ପାଇଁ ଆଜି ନନ୍ଦନକାନନରେ ପର୍ଯ୍ୟଟକଙ୍କ ଗହଳି ଆଜି ସେ ଅବହେଳିତ ହୋଇ ସେହି ରେଳ ଲାଇନ କଡ଼ରେ ପଡିରହିଛି । ଦିନେ ଏହି ଟ୍ରେନରେ ବସିବା ପାଇଁ ପର୍ଯ୍ୟଟକଙ୍କ ଗହଳି ଲାଗି ରହୁଥିଲା । ନିରବଚ୍ଛିନ୍ନ ଭାବରେ ଦୀର୍ଘ ୪୧ ବର୍ଷ ଏହି ପ୍ରାଣୀ ଉଦ୍ୟନ ମଧ୍ୟରେ ପର୍ଯ୍ୟଟକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିଲା । ଆଜି ଏହି ଟ୍ରେନଟି ଅବହେଳିତ ହୋଇ ପଡିରହିଛି । ରାଜ୍ୟରେ ବିଭିନ୍ନ ସ୍ଥନରେ ଥିବା ପୁରୁଣା ସଂସ୍କୃତିକୁ ପୁନରୁଦ୍ଧାର କରାଯାଇ ବିଭିନ୍ନ ମ୍ୟୁଜିୟମରେ ସ୍ଥାନ ଦିଆଯାଉଛି । ହେଲେ ନନ୍ଦନକାନନର ଏହି ଟୟ ଟ୍ରେନଟି ଲାଇନ କଡ଼ର ଜଙ୍ଗଲରେ ଅବହେଳିତ ଭାବରେ ପଡି ଖତ ଖାଉଛି । ଏହାର ପୁନରୁଦ୍ଧାର ପାଇଁ କର୍ତ୍ତୃପକ୍ଷ କାହିଁକି ଚିନ୍ତା କରୁନାହାନ୍ତି ତାହା ଏକ ପରିତାପର ବିଷୟ ।

ସୂଚନାଯୋଗ୍ୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୯୭୧ ମସିହା ଅଗଷ୍ଟ ମାସରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେତେବେଳର ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଟୟ ଟ୍ରେନକୁ ଲୋକାର୍ପିତ କରିଥିଲେ । ତେଣୁ ପ୍ରାଣୀ ଉଦ୍ୟାନରେ ଡିଜେଲ ଇଞ୍ଜିନରେ କୌତୁକିଆ ଛୋଟ ଟୟଟ୍ରେନ ନିର୍ମାଣ କରାଯାଇ ଚଲାଯାଇଥିଲା । ଏହାକୁ ଦୀର୍ଘ ୩୫ ବର୍ଷ ଅର୍ଥାତ ୨୦୦୬ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷ ଚଳାଇଥିଲେ । ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ବି ନେଇଥିଲେ । ୨୦୦୬ ପରଠାରୁ ଟ୍ରେନରେ ଯାନ୍ତ୍ରିକ ତୃଟି ଦେଖା ଦେବାରୁ ଏହାକୁ ୨୦୦୮ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ପରେ ଏହାକୁ ମରାମତି କରାଯାଇ ଜଣେ ଠିକାଦାରଙ୍କୁ ଏହାର ପରିଚାଳନା ପାଇଁ ଲିଜ ସୂତ୍ରରେ ଦିଆଯାଇଥିଲା । ଟ୍ରେନରେ ଲାଗିଥିବା ଯନ୍ତ୍ରପାତି ନ ମିଳିବାରୁ ଦିନକୁ ଦିନ ଟ୍ରେନଟି ଅକାମି ହେବାରେ ଲାଗିଲା । ଏହାପରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ୨୦୧୪ ମସିହାରେ ବନ୍ଦ କରାଯାଇଥିଲା । ଏବେ ପ୍ରାୟ ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜ୍ଞାନ କୌଶଳରେ ବୁଲେଟ ଟ୍ରେନ ଶୈଳୀରେ ଟୟଟ୍ରେନ ନିର୍ମାଣ କରାଯାଇଛି । ଲୋକାର୍ପିତ ହେବାର ୬ ଦିନ ପରେ ଠିକ୍‌ରେ ଦୁଇ ଦିନ ଚାଲି ନପାରି ଏବେ ଖରାପ ହୋଇ ପଡିଛି । କେବେ ଚାଲିବ ତାହା ମଧ୍ୟ କର୍ତ୍ତୃପ-କ୍ଷଙ୍କ ଠାରୁ ସୂଚନା ମିଳିପାରି ନାହିଁ ।