ନନ୍ଦନକାନନରେ ହିମାଳୟ ଭାଲୁ ପକ୍ଷାଘାତ ରୋଗରେ ପୀଡ଼ିତ, ଚାଲିଛି ଚିକିତ୍ସା

ଚନ୍ଦକା,୨୪/୦୮:ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୧୫ ନଂ ଖୁଆଡ଼ରେ ରହୁଥିବା ଏକ ହିମାଳୟ ଭାଲୁ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଛି । ଭାଲୁଟିର ନାମ ଚୁଲୁ । ତାକୁ ଏବେ ୩୨ ବର୍ଷ ବୟସ । ସେ ପୂର୍ବରୁ ମଧ୍ୟ ପକ୍ଷାଘାତରେ ପୀଡ଼ିତ ହୋଇଥିଲା । କିନ୍ତୁ ଚିକିତ୍ସା ପରେ ସୁସ୍ଥ ହୋଇଥିଲା । ମାତ୍ର ୧୫ ଦିନ ପରେ ପୁଣି ସେ ଅସୁସ୍ଥ ହୋଇଛି। ଶୁକ୍ରବାର ଓୟୁଏଟିରୁ ବିଶେଷଜ୍ଞ ଦଳ ଆସି ତାର ଚିକିତ୍ସା କରି ଫେରିଛନ୍ତି । ସେ ଏବେ ଖାଇବା ଛାଡ଼ି ଦେଇଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ହିମାଳୟ ଭାଲୁ ଗୁଡିକର ଓଜନ ୧୩୦ କେଜିରୁ ୧୪୫ କେଜି ଭିତରେ ରହିବା କଥା। ମାତ୍ର ‘ଚୁଲୁ’ର ବୟସ ଅନୁପାତରେ ଓଜନ ଢେର ବଢ଼ି ଯାଇଛି । ଏବେ ତାର ଓଜନ ୧୬୦ କେଜି । ବୟାସାଧିକ୍ୟ କାରଣରୁ ଡାହାଣ ପଟ ପଛ ଗୋଡ଼ଟି ପକ୍ଷାଘାତରେ ଆକ୍ରାନ୍ତ ହୋଇଛି । ଚଲାବୁଲା କରିନପାରିବାରୁ ତା’ର ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ନନ୍ଦନକାନନରେ ହିମାଳୟ ଭାଲୁ ମାତ୍ର ୫ଟି ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ଟି ଅଣ୍ଡିରା ଓ ୩ଟି ମାଈ । ଏମାନେ ସାଧାରଣତଃ ୩୦ରୁ ୩୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ