PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ନନ୍ଦନକାନନରେ ମାଈ ଆନାକୋଣ୍ଡା ଗୁରୁତର

ଚନ୍ଦକା ୧୬/୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଡ଼ିଛି ଶନିଦଶା । ଗୋଟିକ ପରେ ଗୋଟିଏ ପ୍ରାଣୀ ମରୁଥିବା ବେଳେ ନୂଆକରି ଆସିଥିବା ଆନାକୋଣ୍ଡା ମଧ୍ୟରୁ ଦୁଇ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇସାରିଲାଣି । ଅନ୍ୟ ୬ଟି ମଧ୍ୟରୁ ଆଜି ଗୋଟିଏ ମାଈ ଆନାକୋଣ୍ଡା ହଠାତ ଅସୁସ୍ଥ ହୋଇପଡିଛି । ତାକୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି ।

ଡିସେମ୍ବର ୨ରେ ମାଡ୍ରାସରୁ ୨ ଜଣିଆ ବିଶେଷଜ୍ଞ ଟିମ୍‌ ଆସି ଆନାକୋଣ୍ଡାଙ୍କ ସ୍ୱାସ୍ଥ୍ୟ ଯତ୍ନ ବିଷୟରେ ବିଭିନ୍ନ ଉପାଦେୟ ପରାମର୍ଶମାନ ଦେଇଥିଲେ । ଆବଶ୍ୟକ ଆଣ୍ଟି ବାୟୋଟିକ୍‌, ଆଣ୍ଡି ପୋଟାଜଲ ଆଦି ବିଷୟରେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ବୁଝାଇଥିଲେ । ଏତେ ସବୁ ଯତ୍ନ ପରେ ବି ଆଜି ଗୋଟିଏ ମାଈ ଆନାକୋଣ୍ଡାର ଅସୁସ୍ଥ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୨୨ରେ ମାଡ୍ରାସ୍‌ କ୍ରୋକୋଡାଇଲ୍‌ ଟ୍ରଷ୍ଟ ବ୍ୟାଙ୍କରୁ ନନ୍ଦନକାନନ କର୍ତ୍ତୃପକ୍ଷ ୮ଟି ହଳଦିଆ ଆନାକୋଣ୍ଡା ଏଠାକୁ ଆଣିଥିଲେ । ସେମାନଙ୍କୁ ଅଲଗା ଅଲଗା କାଠ ବାକ୍ସରେ ରଖା ଯାଉଥିଲା । ନଭେମ୍ବର ୨୮ରେ ଗୋଟିଏ ଓ ତା’ର ଦୁଇ ଦିନ ପରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର