PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଆଜିଠୁ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍‌, ସପ୍ତାହାନ୍ତ ସଟ୍‌ ଡାଉନ୍‌ରେ ବି ଖୋଲା ରହିବ

ଭୁବନେଶ୍ବର ୦୩/୦୮: ମଙ୍ଗଳବାର ସକାଳ ୭.୩୦ରୁ ଖୋଲିବ ନନ୍ଦନକାନନର ପ୍ରାଣୀ ଉଦ୍ୟାନ(ଚିଡ଼ିଆଖାନା) ଓ ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାର୍ଡେନ୍‌) । ଏଥିପାଇଁ କର୍ତ୍ତୃପକ୍ଷ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି । ଚଳିତ ବର୍ଷ ମେ’ ପହିଲାରୁ ଉଭୟ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନକୁ କରୋନାର ଦ୍ୱିତୀୟ ଲହର କାରଣରୁ ବନ୍ଦ କରି ଦିଆଯାଇଥିଲା । ତିନୋଟି ଜିଲ୍ଲା କଟକ, ଖୋର୍ଦ୍ଧା ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ ରହିଲେ ମଧ୍ୟ ଶନିବାର ଓ ରବିବାର ନନ୍ଦନକାନନ ଖୋଲା ରହିବ । କେବଳ ପୂର୍ବ ନିର୍ଦ୍ଧାରିତ ନିୟମାନୁସାରେ ସେମବାର ନନ୍ଦନକାନନ ବନ୍ଦରହିବ ।

କରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ବୁଲି ପାରିବେ । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦ୍ୱରତ୍ୱ ରଖିବାକୁ ହେବ । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ । ସେଠାରେ ପ୍ରଜାପତି ଉଦ୍ୟାନ, ଗୋଲାପ ବଗଚା, କାକ୍‌ଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଅର୍କିଡ୍‌ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମ୍‌ସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦିକୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇବେ । ତେବେ ବର୍ତ୍ତମାନ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ବନ୍ଦ ରଖାଯାଇଛି ।

ସେହିପରି ପ୍ରାଣୀ ଉଦ୍ୟାନ ଭିତରେ ବ୍ୟାଟେରି ଚାଳିତ ଗାଡ଼ି କିମ୍ବା ଟୟ ଟ୍ରେନ ଚଳାଚଳ କରିବ ନାହିଁ । ସଫାରୀ ଖୋଲିବାକୁ ଅନୁମତି ମିଳିନି ଏବଂ ପାର୍କିଂ ମଧ୍ୟ ଖୋଲାଯିବ ନାହିଁ । ଏହାସହିତ ପର୍ଯ୍ୟଟକ ବୋଟିଂର ମଜା ନେଇପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଟୟ ଟ୍ରେନ୍‌ ଚାଲିବା ପାଇଁ ବିଳମ୍ବ ହେବ ବୋଲି ସୂଚନା ମିଳିଛି । ପରବର୍ତ୍ତୀ ସମୟରେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦ୍ଦେଶ ଆସିଲେ କ୍ରମଶଃ ଏଗୁଡିକ ଖୋଲିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।