PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୨୦୦ ବର୍ଷ ପୁରୁଣା ନେପୋଲିୟନ ବୋନାପାର୍ଟଙ୍କ ପ୍ରେମ ପତ୍ର ବିକ୍ରି ହେଲା ଏତେ କୋଟି ଟଙ୍କାରେ

ନୂଆଦିଲ୍ଲୀ, ୬।୪: ଫ୍ରାନ୍ସର ଶାସକ ନେପୋଲିୟନ ବୋନାପାର୍ଟ ତାଙ୍କ ସ୍ତ୍ରୀ ଜୋସିଫାଇନଙ୍କୁ ଲେଖିଥିବା ୩ଟି ପ୍ରେମପତ୍ରର ମୂଲ୍ୟ ଏବେ ୫୭୫,୦୦୦ଡଲାର(ପ୍ରାୟ ୩.୯୭କୋଟି ଟଙ୍କା)ରେ ନିଲାମ ହୋଇଛି। ତିନୋଟି ପତ୍ର ୧୭୯୬ରୁ ୧୮୦୪ ମଧ୍ୟରେ ଲେଖଯାଇଛି। ଏହି ନିଲାମୀ ସମ୍ପର୍କରେ ଡ୍ରୋଉ ନିଲାମଘର ପକ୍ଷରୁ ସୂଚନା ଦିଆଯାଇଛି। ୧୭୯୬ରେ ଇଟାଲୀ ଅଭିଯାନ ବେଳେ ଲେଖା ଯାଇଥିବା ଏହି ଚିଠିରେ ନେପୋଲିୟନ ଲେଖିଛନ୍ତି, ‘ମୋର ପ୍ରିୟ ବନ୍ଧୁ ତୁମ ପଟୁ କୌଣସି ଚିଠି ମିଳିନାହିଁ। ନିଶ୍ଚିତ ଭାବରେ କିଛି ଖାସ୍ ଚାଲିଛି, ତେଣୁ ତୁନେ ନିଜର ସ୍ବାମୀକୁ ଭୁଲି ଯାଇଛ, କାମ ଓ କ୍ଲାନ୍ତି ଭିତରେ କେବଳ ଓ କେବଳ ତୁମର କଥା ମନେ ପଡେ।’

ଫ୍ରେଞ୍ଚ ଏଡର ଓ ଏଗୁଟସ୍ ହାଉସ ପକ୍ଷରୁ ଜାରି ଐତିହାସିକ ଥିମ ଆଧାରିତ ନିଲାମୀରେ ଏକ ଦୁର୍ଲଭ ଇନିଗ୍ନା ଏନକ୍ରିପସନ୍ ମେସିନକୁ ମଧ୍ୟ ସାମିଲ କରାଯାଇଛି, ଯାହାର ବ୍ୟବହାର ନାଜି ଜର୍ମାନୀ ଦ୍ବିତୀୟ ବିଶ୍ବଯୁଦ୍ଦ ବେଳେ କରାଯାଇଥିଲା, ଏହାର ନିଲାମୀ ୪୮,୧୦୦ ୟୁରୋରେ କରାଯାଇଛି। ଉଲ୍ଳେଖନୀୟ ଯେ ,ନେପୋଲିୟନ ଇଟାଲୀର ରାଜା ଥିଲେ ବୋଲି କୁହାଯାଏ। ତେବେ ଇତିହାସରେ ନେପୋଲିୟନ ବୋନାପାର୍ଟଙ୍କ ନାମ ବିଶ୍ବର ସବୁଠାରୁ ମହାନ ସେନାପତିଙ୍କ ଭାବରେ ପରିଗଣିତ କରାଯାଇଥାଏ। ସେ ଫ୍ରାନ୍ସରେ ନୂତନ  କୋଡ୍ ଅଫ୍ ଲ ଅର୍ଥାତ  (ବିଧି ସଂହିତା) ଲାଗୁ କରିଥିଲେ। ୧୫ ଅଗଷ୍ଟ ୧୭୬୯ରେ ଜନ୍ମିତ ନେପୋଲିୟନ ଫ୍ରାନ୍ସକ୍ରାନ୍ତିର ସନ୍ତାନ ବୋଲି କୁହାଯାଏ।  

୧୮୦୪ରୁ ୧୮୧୫ ପର୍ଯ୍ୟନ୍ତ ସେ ଫ୍ରାନ୍ସର ଶାସକ ଥିଲେ। ବ୍ରିଟେନର ନେଲସନ୍ ଟ୍ରେଫଲଗରଙ୍କ ଠାରୁ ଯୁଦ୍ଧରେ ହାରିବା ପରେ ତାଙ୍କୁ ନିର୍ବିସିତ କରି କୋର୍ସିକା ଦ୍ବୀପକୁ ପଠାଇ ଦିଆଯାଇଥିଲା। ୧୮୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୋସିଫାଇନଙ୍କ ପ୍ରକୃତ ନାମ ହେଉଛି ମେରି ରୋଜ। ସେ ଜଣେ ବିଧବା ଥିଲେ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଥିଲେ। ୧୮୦୪ରେ ନେପୋଲିୟନ ଫ୍ରାନ୍ସର ରାଜା ହେବାର ଗୋଟେ ଦିନ ପୂର୍ବରୁ ଜୋସିଫାନଙ୍କୁ ବିବାହ କରିଥିଲେ। ୧୮୦୯ରେ ନେପୋଲିୟନ ଅଷ୍ଟିଆ ବିରୋଧରେ ଲଡିବାକୁ ବାଭୋରିୟା ଯାଉଥିଳେ। ଜୋସିଫାଡ଼୍ ମଧ୍ୟ ସାଙ୍ଗରେ ଯିବାକୁ ଜିଦି କରିଥିଲେ, କିନ୍ତୁ ନେପୋଲିୟନ ଏହା ମାନିନଥିଲେ। ଅଭିଯାନରୁ ଫେରିକି ଆସିବା ପରେ ଜୋସିଫାଇନ ଓ  ନେପୋଲିୟନ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା।

ସମ୍ବନ୍ଧିତ ଖବର