ବିଜେପିରେ ଯୋଗଦେଲେ କେ. ନାରାୟଣ ରାଓ

ଭୁବନେଶ୍ବର ୨୦/୩: ବିଜେପିରେ ମିଶିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ନାରାୟଣ ରାଓ । ନାରାୟଣଙ୍କ ସହ ୩୦ ସରପଞ୍ଚ, ଗୋଷାଣୀ ଓ କାଶିନଗର ବ୍ଲକର ୨ ଚେୟାରମ୍ୟାନ, ୩୨ ସମିତି ସଭ୍ୟ ଓ ୩ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ସାମିଲ ଦଳରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ନାରାୟଣ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ନାରାୟଣ ।
ଦଳରେ ଯୋଗ ଦେବା ପରେ କେ. ନାରାୟଣ ରାଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ୨୦ ବର୍ଷ ଧରି ବିଜେଡି ପାଇଁ ସଙ୍ଗଠନ କରୁଥିଲେ କିନ୍ତୁ ଦଳ ତାଙ୍କୁ ଅଣଦେଖା କରି ଟିକେଟ ଦେଲାନି । ଏଥିପାଇଁ ଦଳ ଛାଡି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି ବୋଲି ସେ କହିଛନ୍ତି । ଗତକାଲି ନିଜ ସମର୍ଥକଙ୍କ ସହ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।