PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା, ମୃତ୍ୟୁ ପଛର କାରଣ ସମ୍ପତ୍ତି!

ପ୍ରୟାଗରାଜ ୨୨।୯(ଏଜେନ୍ସି): ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କର ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଥିବା ବେଳେ ପୁଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି । ତେବେ ଏହି ମୃତ୍ୟୁ ପଛର କାରଣ ବାଘମ୍ବରୀ ମଠ ଓ ନିରଞ୍ଜନୀ ଆଖଡାର ଅମାପ ସମ୍ପତ୍ତି ବୋଲି ଚର୍ଚ୍ଚା ହେଉଛି । ମଠକୁ ଦେଶ ବିଦେଶରୁ ପ୍ରଚୁର ଦାନ ମିଳୁଥିଲା । ତା’ଛଡା ମଠର ଅନେକ ସ୍କୁଲ, ଆଶ୍ରମ ଓ ଚାଷଜମି ରହିଛି । ଏସବୁ ଜମିର ମୂଲ୍ୟ କୋଟି କୋଟି ଟଙ୍କା ହେବ । କେବଳ ପ୍ରୟାଗରାଜ ଓ କୌଶାମ୍ବିରେ ମଠର ୮୦ ବିଘା ଜମି ରହିଛି । ଯେଉଁଠାରେ ବିଭିନ୍ନ ପନିପରିବା, ଧାନ ଓ ଗହମ ଚାଷ ହେଉଛି । ମଠ ସମ୍ପତ୍ତି ହାତେଇବାକୁ ସନ୍ଥମାନଙ୍କ ମଧ୍ୟରେ ଅତୀତରେ ସଂଘର୍ଷ ଘଟିଛି । ଏପରିକି ମଠର ସମ୍ପତ୍ତିକୁ ବିକ୍ରି କରି ସନ୍ଥମାନେ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାମରେ ଘର, ଜମି କିଣିବା ଭଳି ଅଭିଯୋଗ ହୋଇଛି । ସମ୍ପତ୍ତି ବିବାଦକୁ ନେଇ ପୂର୍ବରୁ ଦୁଇଜଣ ଶିଷ୍ୟଙ୍କର ରହସ୍ୟଜନମ ମୃତ୍ୟୁ ମଧ୍ୟ ଘଟିଥିବା ଜଣାପଡିଛି ।

ଅତୀତରେ ମଠ ସମ୍ପତ୍ତି ବିକ୍ରି ପାଇଁ ହୋଇଥିବା ଉଦ୍ୟମକୁ ନରେନ୍ଦ୍ର ଗିରି ବିରୋଧ କରିଥିଲେ । ମଠ ଜମିରେ ଗୋଶାଳା, ପେଟ୍ରୋଲ ପମ୍ପ ଓ ମାର୍କେଟ ନିର୍ମାଣ କରିବାକୁ ପୂର୍ବରୁ କିଛି ସନ୍ଥ ଚାହୁଁଥିଲେ । ମାତ୍ର ତାକୁ ନରେନ୍ଦ୍ର ଗିରି ବିରୋଧ କରିବାରୁ ବିବାଦ ସୃଷ୍ଟି ହୋଇଥିଲା । କିଛିବର୍ଷ ତଳେ ମଠର ୭ ବିଘା ଜମିକୁ ୪୦ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ସେହିଭଳି ମାନ୍ଦା ଓ ରାୟବରେଲିରେ ଥିବା ନିରଞ୍ଜନ ଆଖଡାର ଜମିକୁ ମଧ୍ୟ ବହୁକୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ଜମି ବିକ୍ରି ଓ ଟଙ୍କାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାଘମ୍ବରୀ ମଠକୁ ଯାଇ ମହନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଏହା ପଛରେ ଯିଏ ବି ଥିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ପ୍ରୟାଗରାଜର ପୁଲିସ ଏଡିଜି କହିଛନ୍ତି, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ହେବା ସହ ପଚରାଉଚରା ଜାରି ରହିଛି । ଘଟଣାର ତଦନ୍ତ ପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)ଗଠିତ ହୋଇଛି । ଅନ୍ୟପଟେ ଆସନ୍ତାକାଲି ମହନ୍ତଙ୍କ ଅନ୍ତିମ ସଂସ୍କାର କରାଯିବ । ସେ ଭୂସମାଧି ନେବେ ବୋଲି ଜଣାପଡ଼ିଛି ।

‘ଆତ୍ମହତ୍ୟା ପାଇଁ ଉସ୍‌କାଇଛନ୍ତି ଆନନ୍ଦ’

ମହନ୍ତ ନରେନ୍ଦ୍ର ଗିରିଙ୍କ ଶବ ପାଖରୁ ଜବତ ସୁଇସାଇଡ୍‌ ନୋଟ୍‌ରେ ତାଙ୍କୁ ଆତ୍ମହତ୍ୟା ପାଇଁ ଶିଷ୍ୟ ଆନନ୍ଦ ଗିରି ଉସ୍‌କାଇଥିବା ଲେଖାଯାଇଛି । ସେଥିରେ ସେ ଆନନ୍ଦଙ୍କ ବ୍ୟତୀତ ଆଦ୍ୟାପ୍ରସାଦ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ମୁଁ ସେପ୍ଟେମ୍ବର ୧୩ରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲି । କିନ୍ତୁ ସାହସ କରିପାରିନଥିଲି । ଆଜି ହରିଦ୍ୱାରରୁ ଖବର ଆସିଲା ଯେ, ଦିନେ ଦୁଇଦିନ ମଧ୍ୟରେ ଆନନ୍ଦ କମ୍ପ୍ୟୁଟର ମାଧ୍ୟମରେ କୌଣସି ଝିଅ ବା ମହିଳାଙ୍କ ସହ ମୋ’ ଫଟୋ ଯୋଡ଼ି ଭୁଲ୍‌ କାମ କରୁଥିବାର ଫଟୋ ଭାଇରାଲ୍‌ କରିଦେବ । ମୁଁ ଚିନ୍ତା କଲି ଥରେ ବଦନାମ ହୋଇଗଲେ କେତେ ସଫେଇ ଦେବି । ମୁଁ ଯେଉଁ ପଦରେ ଅଛି ତାହା ଗରିମାମୟୀ ପଦ । ସେଥିଲାଗି ଆତ୍ମହତ୍ୟା କରୁଛି । ଏଥିପାଇଁ ଆନନ୍ଦ, ଆଦ୍ୟା ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ ଦାୟୀ । ସେହିପରି ତାଙ୍କର ପରଲୋକ ପରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଦାୟିତ୍ୱ ଦେବାକୁ ସେ ଲେଖିଯାଇଛନ୍ତି ।

ସମ୍ବନ୍ଧିତ ଖବର