ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ଅଚଳ ହୋଇ ପଡିଥିବା ୧୦୦ ସରକାରୀ ସମ୍ପତ୍ତି ବିକ୍ରି କରିବେ ମୋଦି ସରକାର

ନୂଆଦିଲ୍ଲୀ, ୨୫/୨ : ଅଚଳ ହୋଇ ପଡିଥିବା ୧୦୦ ସରକାରୀ ସମ୍ପତ୍ତି ବିକ୍ରି କରିବେ ମୋଦି ସରକାର। ବେକାର ପଡିଥିବା ଏହି ସମ୍ପତ୍ତି ସବୁକୁ ବିକ୍ରି କରି ୨ କୋଟି ୫ ଲକ୍ଷ ଟଙ୍କା ଏକାଠି କରିବାକୁ ଯୋଜନା କରାଯାଇଛି। ତେବେ ଏହି ଅର୍ଥକୁ ବିଭିନ୍ନ ବିକାଶମୂଳକ ଯୋଜନାରେ ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଜେଟ୍ ଘୋଷଣାର କାର୍ଯ୍ୟକାରିତା ଉପରେ ୱେବିନାର୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି।

ଏହି ୱେବିନାରରେ ମୋଦି ପୁଣି କହିଛନ୍ତି ଯେ, ଲୋକମାନଙ୍କ ଜୀବନ ସ୍ତର ସୁଧାରିବା ପାଇଁ ବିନା କାରଣରେ ଥିବା ସରକାରଙ୍କ ହସ୍ତକ୍ଷେପକୁ କମ୍ କରିବାକୁ ଚେଷ୍ଟା କରାଯିବ। ଅର୍ଥାତ୍ ସାଧାରଣ ଜୀବନରେ ସରକାରଙ୍କ ଅଭାବ ହେଉ, ପ୍ରଭାବ ନହେଉ। ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ। ସରକାରଙ୍କ ଧ୍ୟାନ ଜନ କଲ୍ୟାଣ ଉପରେ ରହିବା ଉଚିତ୍। ସରକାର ମୌଦ୍ରିକରଣ ଏବଂ ଆଧୁନିକୀକରଣ ଉପରେ ଧ୍ୟାନ ଦେଉଛନ୍ତି।

ୱାନ ମାର୍କେଟ, ୱାନ ଟ୍ୟାକ୍ସ ସିଷ୍ଟମ ବିଷୟରେ ମୋଦି କହିଛନ୍ତି ଯେ, ଆମ ସରକାର ଭାରତରେ ବ୍ୟବସାୟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ସୃଷ୍ଟି କରିବା ପାଇଁ ନିରନ୍ତର ସଂସ୍କାର କରାଯାଇଛି। ଆଜି ଭାରତ ୱାନ ମାର୍କେଟ-ୱାନ ଟ୍ୟାକ୍ସ ସିଷ୍ଟମ ସହ ଜଡିତ। ଆଜି ଭାରତର କମ୍ପାନୀ ଗୁଡିକ ପାଇଁ ଏଣ୍ଟ୍ରି ଏବଂ ଏକଜିଟ୍ ପାଇଁ ଭଲ ମାଧ୍ୟମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.