ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ୨୩ରେ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବିଜୟ ସଂକଳ୍ପ ସମାବେଶ

ଭୁବନେଶ୍ବର ୧୮।୪: ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୩ ତାରିଖରେ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ଠିକ୍ ସେହିପରି ଆସନ୍ତାକାଲି (୧୯ ତାରିଖ) ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ରାଜନାଥ ସିଂହ ମୟୁରଭଞ୍ଜ, ନୟାଗଡ଼, କଟକ ସଦରରେ ସଭାରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଅବାସ୍ ନକଭି ଆଗାମୀ ୨୦ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ବିଜେପି ପାଇଁ କେନ୍ଦ୍ରାପଡ଼ା ଆସନ ଅଧିନରେ ଥିବା କେନ୍ଦ୍ରାପଡ଼ା, ସାଲେପୁର, ଭଦ୍ରକ ଲୋକସଭା ଅଧିନରେ ଥିବା ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେବାର ସୂଚନା ମିଳିଛି।