ଭବାନୀପାଟଣା: ଚିଟଫଣ୍ଡ ଚୋରଙ୍କ ସାଙ୍ଗରେ ରହିବେ ନା ଚୌକିଦାର ସାଙ୍ଗରେ ରହିବେ ବୋଲି ପଚାରିଲେ ମୋଦି

କଳାହାଣ୍ଡି ୨/୪: ଦିନିକିଆ ଓଡିଶା ଗସ୍ତରେ ଆସି ଭବାନୀପାଟଣା ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ । ସମସ୍ତଙ୍କୁ ଜୁହାର କହି ଭାଷଣ ଆରମ୍ଭ କଲେ ମୋଦି ।

ମୋଦି କହିଲେ ଯେ ଏ ପ୍ରଧାନସେବକକୁ ଆପଣ ୫ ବର୍ଷ ସେବା ସୁଯୋଗ ଦେଇଛନ୍ତି  । ଗତ ୫ ବର୍ଷ ହେବ ଦିନଟିଏ ବି ଛୁଟି ନେଇନାହିଁ । ଏ ଶରୀର ଦ୍ୱାରା ଯେତେ ସମ୍ଭବ ସେତେ କାର୍ଯ୍ଯ ହୋଇଛି । ଆପଣଙ୍କ ସହଯୋଗ ନମିଳିଥିଲେ ମୁଁ ଏ କାମ କରିପାରିନଥାନ୍ତି ବୋଲି କହିଲେ । ଭଗବାନ ଜଗନ୍ନାଥ ଓ ଆପଣଙ୍କ ଆଶୀର୍ବାଦରୁ ଏସବୁ ମିଳିଛି । ଏ ସବୁ ସଫଳତାର ଶ୍ରେୟ ଆପଣମାନଙ୍କୁ ଯାଉଛି ବୋଲି କହିଲେ ନମୋ । ଗଲା ପଞ୍ଚାୟତ ନିର୍ବାଚନରେ ଆପଣମାନେ ପୁରା ସହଯୋଗ କରିଛନ୍ତି ବୋଲି ମଧ୍ଯ କହିଛନ୍ତି ।

ଗତ ୫ ବର୍ଷରେ ଓଡିଶାର ୮ ଲକ୍ଷ ଗରିବଙ୍କୁ ପକ୍କା ଘର ମିଳିଛି । ଓଡିଶାର ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ସଂଯୋଗ ମିଳିଛି ।  ୩ ହଜାର ଗାଁକୁ ସ୍ୱାଧୀନତା ପରେ ପ୍ରଥମ ଥର ବିଜୁଳି ମିଳିଛି । ୪୦ ଲକ୍ଷ ଗରିବ ଭଉଣୀଙ୍କୁ ମାଗଣା ଗ୍ଯାସ୍ କନେକ୍ସନ ମିଳିଛି । ଓଡିଶାର ୧ କୋଟି ୪୦ ଲକ୍ଷ ଲୋକଙ୍କ ବ୍ଯାଙ୍କ ଖାତା ଖୋଲାଯାଇଛି । ଓଡିଶାରେ ପ୍ରାୟ ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଏହି କାମ ମୋଦି କରିଛି ବୋଲି ଆପଣମାନେ କହୁଛନ୍ତି କିନ୍ତୁ ଏହା ଆପଣମାନଙ୍କ ମୁଲ୍ଯବାନ୍ ଭୋଟ୍ କରିଛି । ଆପଣମାନଙ୍କ ଭୋଟ୍ ଭାରତର ଭାଗ୍ଯ ବଦଳାଇଛି । ମୋଦି କେବଳ ଜଣେ ସେବକ । ୨୦୧୪ରେ ଏଠି ବିଜେପି ସରକାର ହୋଇଥିଲେ କାମ ତ୍ୱରିତ ହୋଇଥାନ୍ତା । ଏଠି ଥିବା ସରକାର ଜମା ସହଯୋଗ କରୁନାହାନ୍ତି । ରାଜ୍ଯ ସରକାରଙ୍କ ବିନା ସହଯୋଗ ସତ୍ତ୍ୱେ ମୁଁ ଆପଣମାନଙ୍କ ପାଇଁ କାମ କରୁଛି ବୋଲି କହିଲେ ମୋଦି ।  

ଏଥର ଓଡିଶା ଏକ ଇତିହାସ ରଚନା କରିବାକୁ ଯାଉଛି । ଯାହା ତ୍ରିପୁରାରେ ହୋଇଛି ତାହା ଏଥର ଓଡିଶାରେ ହେବ ବୋଲି କହିଲେ ନମୋ । ଓଡିଶାର ଏଥର ବିଜେପି ସରକାର ହେବ, ଦିଲ୍ଲୀ ମଜଭୁତ ହେବ । ଭାରତର ନେତୃତ୍ୱ ଏଥର ଓଡିଶା ନେବ । ଏବଂ ଏଥିପାଇଁ ଆପଣମାନଙ୍କୁ ଆଗୁଆ ବଧାଇ ବୋଲି କହିଲେ । ଚିଟଫଣ୍ଡ ଚୋରଙ୍କ କଥା ମଧ୍ଯ ଉଠାଇଥିଲେ ମୋଦି । ଚିଟ୍ ଫଣ୍ଡ ଚୋରଙ୍କ ସହିତ ରହିବେ ନା ଚୌକିଦାର ସହିତ ରହିବେ ବୋଲି ପ୍ରଶ୍ନ କରିଥିଲେ । ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି, ୫ ବର୍ଷରେ କରିଦେବୁ ବୋଲି ପ୍ରତିଶୃତି ଦେଲେ । କଂଗ୍ରେସ, ବିଜେଡି ଗରିବଙ୍କୁ ଠକୁଛନ୍ତି । ଗରିବଙ୍କୁ ପ୍ରତିଥର ଧୋକ୍କା ଦେଉଛନ୍ତି । କେବଳ ନିର୍ବାଚନ ଆସିଲେ ଗରିବଙ୍କୁ ମନେ ପକାଉଛନ୍ତି । ଗରିବଙ୍କ ମାଳା ଜପି ଭୋଟ୍ ହାତଉଛନ୍ତି । କେନ୍ଦ୍ରରେ କଂଗ୍ରେସ ଏତେ ବର୍ଷରେ ଯେଉଁ କାମ କରିନଥିଲା ଆମେ ୫ ବର୍ଷରେ କରିଦେଖାଉଛି । ଆପଣଙ୍କ ଭୋଟ୍ ଏଠି ଡବଲ ଇଞ୍ଜିନ୍ ଆଣିବାରେ ସହଯୋଗ କରିବ । ଶେଷରେ ଭାରତ ମାତାକି ଜୟ କହି ଅଭିଭାଷଣ ଶେଷ କଲେ ମୋଦି ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି