PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଶତାବ୍ଦୀର ଅପେକ୍ଷା ଶେଷ, ଭାରତର ଆସ୍ଥା- ଆଦର୍ଶ ଓ ଦିବ୍ୟତାରେ ଅଛନ୍ତି ଭଗବାନ ରାମ : ପ୍ରଧାନମନ୍ତ୍ରୀ ମୋଦି

https://zeenews.india.com/

ଅଯୋଧ୍ୟା,୫।୮: ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିଛନ୍ତି। ଭୂମି ପୂଜନ ବେଳେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଭୂମି ପୂଜନ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ଦେଇଥିଲେ। ମୋଦି ନିଜର ସମ୍ବୋଧନ ଜୟ ସିୟା ରାମ ସ୍ଲୋଗାନ ଦେଇ ଆରମ୍ଭ କରିଥିଲେ। ଏହାପରେ ସାରା ବିଶ୍ବର ରାମଭକ୍ତଙ୍କୁ କୋଟି-କୋଟି ଅଭିନନ୍ଦନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହା ମୋର ସୌଭାଗ୍ୟ ଯେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୋତେ ନିମନ୍ତ୍ରଣ କରିଥିଲେ। ଏହି ଐତିହାସିକ କ୍ଷଣର ସାକ୍ଷୀ ହେବାର ସୁଯୋଗ ଦେଇଛି। ମୁଁ ଏଥିପାଇଁ ହୃଦୟରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଧନ୍ୟବାଦ ଦେଉଛି। ବର୍ଷ ବର୍ଷ ଅସ୍ଥାୟୀ ମନ୍ଦିରରେ ଥିବା ଆମ ରାମଲାଲାଙ୍କ ପାଇଁ ଏବେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ। ଭାଙ୍ଗିପଡିବା ଓ ଉଠିବା, ଶହ ଶହ ବର୍ଷ ଧରି ଚାଲିଥିବା ଏହି ବ୍ୟତିକ୍ରମରୁ ରାଜଜନ୍ମଭୂମି ଆଜି ମୁକ୍ତ ହୋଇଯାଇଛି। ସାରା ଦେଶ ଆଜି ରୋମାଞ୍ଚିତ। ପ୍ରତି ମନ ଦୀପମୟ ଅଟେ। ଶତାବ୍ଦୀର ଅପେକ୍ଷା ଆଜି ଶେଷ ହେଉଛି।’

ଆମର ସ୍ବାଧୀନତା ଆନ୍ଦୋଳନ ସମୟରେ ବହୁ ପୀଢି ନିଜର ସବୁକିଛି ସମର୍ପିତ କରିଦେଇଥିଲେ। ପରାଧୀନତାର କାଳଖଣ୍ଡରେ କୌଣସି ଏଭଳି ସମୟ ନଥିଲା ଯେତେବେଳେ ସ୍ବାଧୀନତା ପାଇଁ ଆନ୍ଦୋଳନ ହୋଇନଥିଲା, ଦେଶର କୌଣସି ଭୂଖଣ୍ଡ ଏଭଳି ନଥିଲା, ଯେଉଁଠି ସ୍ବାଧୀନତା ପାଇଁ ବଳିଦାନ ଦିଆନଯାଇଛି।’

ସେ ଆଗକୁ କହିଛନ୍ତି, ରାମ ମନ୍ଦିର ପାଇଁ ଚାଲିଥିବା ଆନ୍ଦୋଳନରେ ଅର୍ପଣ ବି ଥିଲା, ତର୍ପଣ ବି ଥିଲା, ସଂଘର୍ଷ ମଧ୍ୟ ଥିଲା,ସଂକଳ୍ପ ମଧ୍ୟ ଥିଲା। ଯେଉଁମାନଙ୍କୁ ତ୍ୟାଗ, ବଳିଦାନ ଓ ସଂଘର୍ଷରୁ ଆଜି ସ୍ବପ୍ନ ସାକାର ହେଉଛି, ଯେଉଁମାନଙ୍କ ତପସ୍ୟା ରାମମନ୍ଦିର ଶିଳାନ୍ୟାସ ଆଡକୁ ଯୋଡି ହୋଇଯାଇଛି। ମୁଁ ସେ ସମସ୍ତଙ୍କୁ ଆଜି ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ପ୍ରଣାମ କରିବାକୁ ଚାହେଁ। ରାମ ଆମର ମନରେ ଅଛନ୍ତି, ଆମ ଭିତରେ ମିଶି ଯାଇଛନ୍ତି। କୌଣସି କାମ ଯଦି କରିବାର ଅଛି, ତେବେ ପ୍ରେରଣା ପାଇଁ ଆମେ ଭଗବାନ ରାମଙ୍କ ଆଡକୁ ଦେଖୁ।’

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭଗବାନ ରାମଙ୍କ ଅଦ୍ଭୁତ ଶକ୍ତି ଦେଖନ୍ତୁ। ରାମ ଆଜି ବି ଆମର ମନରେ ବସି ରହିଛନ୍ତି, ଆମର ସଂସ୍କୃତିର ଆଧାର ଅଟେ। ଶ୍ରୀରାମ ଭାରତର ମର୍ଯ୍ୟାଦା ଅଟନ୍ତି, ଶ୍ରୀରାମ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି। ରାମ ମନ୍ଦିର ଆମ ସଂସ୍କୃତିର ଆଧୁନିକତାର ପ୍ରତୀକ ହେବ। ଆମର ଶ୍ବାଶତ ଆସ୍ଥାର ପ୍ରତୀକ ହେବ। ଭାରତର ଏଭଳି କୌଣସି ଭାବନା ନାହିଁ ଯେଉଁଥିରେ ପ୍ରଭୁ ରାମଙ୍କର ଝଲକ ନାହିଁ।  ଆମର ଆସ୍ଥା,ଆଦର୍ଶ ଓ ଦିବ୍ୟତାରେ ରାମ ଅଛନ୍ତି।

ଭାରତ ବାହାରେ ବହୁ ଦେଶରେ ସେଠାର ଭାଷାରେ ରାମକଥା ପ୍ରଚଳିତ ରହିଛି। ମୋ​‌ତେ ବିଶ୍ବାସ ଯେ, ଆଜି ସେହି ଦେଶରେ ମଧ୍ୟ କୋଟି କୋଟି ଲୋକ ରାମ ମନ୍ଦିରର ନିର୍ମାଣ କାମ ଆରମ୍ଭ କରିବାରେ ଖୁବ୍ ଖୁସି ଅନୁଭବ କରୁଛନ୍ତି। କାରଣ ପ୍ରଭୂ ରାମ ହେଉଛନ୍ତି ସମସ୍ତଙ୍କର। ଶ୍ରୀରାମଙ୍କ ନାମ ଭଳି ଅଯୋଧ୍ୟାରେ ତିଆରି ହେବାକୁ ଥିବା ଭବ୍ୟ ମନ୍ଦିର ଭାରତୀୟ ସଂସ୍କୃତିର ସମୃଦ୍ଧ ଉତ୍ତରାଧିକାରୀ ପ୍ରତୀକ ହେବ। ଏଠାରେ ନିର୍ମିତ ହେବାକୁ ଥିବା ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ମାନବିକତାକୁ ପ୍ରେରଣା ଦେବ।

ସମ୍ବନ୍ଧିତ ଖବର