ଆତଙ୍କୀଙ୍କୁ ନିପାତ କରିବେ ମୋଦି: ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ ୨୫/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନ୍ୟୁୟର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ । ସପ୍ତାହକ ଭିତରେ ଦୁଇ ନେତାଙ୍କ ଭିତରେ ଏହା ଥିଲା ଦ୍ୱିତୀୟ ସାକ୍ଷାତ କାର୍ଯ୍ୟକ୍ରମ । ଆଜି ମୋଦିଙ୍କୁ ଭେଟିବା ପରେ ଟ୍ରମ୍ପ ତାଙ୍କୁ ଭାରତର ପିତା ବୋଲି ଆଖ୍ୟା ଦେବା ସହିତ ସେ ଇସଲାମିକ ଆତଙ୍କବାଦର ମୂଳୋତ୍ପାଟନ କରିବେ ବୋଲି ପ୍ରକାଶ କରିଥିଲେ ।

ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ ଜଣେ ସାମ୍ବାଦିକ ପଚାରିଥିଲେ ଯେ ପାକ୍‌ ସେନା ଓ ଆଇଏସଆଇ ଅଲକାଏଦା ଏବଂ ଆଫଗାନ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱୀକାର କରିଥିଲେ । ସେହିପରି ଇମ୍ରାନ ମାନିଥିଲେ କି ପାକିସ୍ତାନରେ ପ୍ରାୟ ୪୦,୦୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ପାକିସ୍ତାନୀ ଆତଙ୍କବାଦୀମାନେ ମଧ୍ୟ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦର ମୁକାବିଲା ପାଇଁ ସେ କି ଯୋଜନା ପ୍ରସ୍ତୁତ କରିଛନ୍ତି? ଏହାର ଜବାବରେ ଟ୍ରମ୍ପ କହିଥିଲେ ଯେ ମୋଦି ହ୍ୟୁଷ୍ଟନରେ ପାକିସ୍ତାନକୁ ଉଚିତ୍‌ ସନ୍ଦେଶ ଦେଇଛନ୍ତି । ମୁଁ ଆଶା କରୁଛି ଯେ ପାକିସ୍ତାନ ଏହି ସନ୍ଦେଶର ଅର୍ଥ ବୁଝିଯିବ । ତେବେ ଇସଲାମିକ ଆତଙ୍କବାଦକୁ କିପରି ନିର୍ମୂଳ କରାଯିବ, ତାହା ମୋଦି ଜାଣନ୍ତି ।

ମୋଦିଙ୍କ ପ୍ରଶଂସାରେ ଶତମୁଖ ଟ୍ରମ୍ପ ମୋଦିଙ୍କୁ ପଚାଶ ଦଶକର ଆମେରିକୀୟ ରକ୍‌ଷ୍ଟାର ଏଲଭିସ ପ୍ରେସଲିଙ୍କ ସହିତ ତୁଳନା କରିଥିଲେ । ଏଲଭିସଙ୍କ ପରି ମୋଦି ଭାରତରେ ଲୋକପ୍ରିୟ ବୋଲି ସେ ମତ ଦେଇଥିଲେ । ସେହିପରି ସେ ଭାରତ ପାଇଁ ମୋଦିଙ୍କର ଅବଦାନର ପ୍ରଶଂସା କରି ତାଙ୍କୁ ଭାରତର ପିତା ବୋଲି କହିଥିଲେ । ବାଣିଜ୍ୟ ଚୁକ୍ତି ଉପରେ ସେ କହିଥିଲେ ଯେ ଦୁଇ ଦେଶ ଖୁବ ଶୀଘ୍ର ଏନେଇ କିଛି ବୁଝାମଣା କରିବେ । ସେହିପରି ମୋଦି ଓ ଇମ୍ରାନ ମିଶି କରି ସବୁ ବିବାଦର ସମାଧାନ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ ।

ଅନ୍ୟପଟରେ, ମୋଦି ଟ୍ରମ୍ପଙ୍କୁ ହ୍ୟୁଷ୍ଟନ ରାଲିରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦେବା ସହ ତାଙ୍କୁ ଭାରତର ଜଣେ ମିତ୍ର ବୋଲି ବର୍ଣ୍ଣନା କରିଥିଲେ । ମୋଦି କହିଥିଲେ ଯେ ଦୁଇ ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ଆମେରିକା ସହିତ ଭାରତ ଖୁବ ଶୀଘ୍ର ୬୦ ବିଲିୟନ ଡଲାରର ଚୁକ୍ତି କରିବ । ଏହାଯୋଗୁ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର