ହଷ୍ଟନରେ ଆରମ୍ଭ ହେଲା ‘ହାଉଡି ମୋଦି’: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଓଡିଶୀ ନୃତ୍ୟ ଦେଖି ଝୁମିଲେ ଦର୍ଶକ, ଷ୍ଟାଡିମୟରେ ଗୁଞ୍ଜିରିତ ହେଲା ‘ମୋଦି ମୋଦି…’

ହଷ୍ଟନ,୨୨।୯: ଆମେରିକା ହଷ୍ଟନରେ ଆୟୋଜିତ ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ଏନଆରଜି ଷ୍ଟାଡିୟମ ନାଚଗୀତରେ ଝଲସି ଉଠିଛି। ପ୍ରାୟ ୫୦ ହଜାର ଲୋକଙ୍କୁ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ସମ୍ବୋଧିତ କରିବେ। ଏହି ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି।

ମୋଦିଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ଉପସ୍ଥିତ ରହିବେ। ଦୁଇ ନେତା ପ୍ରାୟ ୧୦୦ ମିନିଟ୍ ପର୍ଯ୍ୟନ୍ତ ଏକାଠି ରହିବେ। ମୋଦି ଓ ଟ୍ରମ୍ପ ରାତି ପ୍ରାୟ ୯ଟା ବେଳେ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏହାପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମରେ ‘ମୋଦି ମୋଦି’ ଗୁଞ୍ଜରଣ ଶୁଣିବାକୁ ମିଳିଛି।

ତେବେ ଏହା ପୂର୍ବରୁ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାରା ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବ ବେଳେ  ନାଚ-ଗୀତରେ ଝଲସି ଉଠିଛି। ଷ୍ଟାଡିମୟରେ ଓଡିଶର ପାରମ୍ପାରିକ ନୃତ୍ୟ ଦେଖି ସମସ୍ତ ଦର୍ଶକ ଖୁସିରେ ଝୁମିଉଠିଥିଲେ। 

ଷ୍ଟାଡିୟମ ଭିତରେ ଢୋଲ-ନଗାଡା ବଜାଇ ଲୋକମାନେ ଖୁବ୍ ଉତ୍ସାହିତ ଅଛନ୍ତି।  ଏହି କାର୍ଯ୍ୟକ୍ରମକୁ ୩ଟି ଭାଷରେ ପ୍ରସାରଣ କରାଯିବ। ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ଖୁବ୍ ଉତ୍ସାହିତ ହୋଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ଟେକ୍ସାସରେ ଆଜି ଦିନର ଖୁବ୍ ସୁନ୍ଦର ରହିବ। ହୁଷ୍ଟନରେ ଆଜି ନିଜର ସାଙ୍ଗ ସହିତ ରହିବି।’

   ସମ୍ବନ୍ଧିତ ଖବର


ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ

୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ