PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଭାରତ କଥା କମ୍ ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ଦେଲେ ନରେନ୍ଦ୍ର ମୋଦୀ

ଇମ୍ଫାଲ ୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିକଟ ଅତୀତରେ ପ୍ରକାଶ ପାଇଥିବା କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରି କହିଛନ୍ତି କି କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍‌, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି।

‘ପ୍ରଥମ ଥର ଭାଇ ଭାରତ ସୀମା ପାର୍‌ କରି ଆତଙ୍କବାଦୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାତ୍ର କଂଗ୍ରେସ ପ୍ରମାଣ ମାଗି ଚାଲିଛି। ଲୋକମାନେ ସଶସ୍ତ୍ର ବଳକୁ ବିଶ୍ୱାସ କରୁଛନ୍ତି ମାତ୍ର କଂଗ୍ରେସ ନେତାମାନେ କରିପାରୁ ନାହାନ୍ତି। ଯେଉଁ ଜିନିଷକୁ ପାକିସ୍ତାନ ଦୁନିଆ ସାରା ବୁଣିବାକୁ ଚାହୁଁଛି କଂଗ୍ରେସ ତାକୁ ପ୍ରଚାର କରିବାରେ ଲାଗିଛି।’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି।

ମୋଦୀ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଦଳ ତା’ର ଇସ୍ତାହାରରେ ପ୍ରକାଶ କରିଛି ଯେ ଜମ୍ମୁ-କଶ୍ମୀର ପାଇଁ ରହିଥିବା ଧାରା ୩୭୦କୁ କେହି ଛୁଇଁପାରିବେ ନାହିଁ। ଏହି ଦାବି ପୂର୍ବରୁ ପାକ୍‌ ସରକାର ବି କରି ସାରିଛନ୍ତି। ଏହା କି ପ୍ରକାରର ସଂଯୋଗ!