PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ମୋଦୀ, ୨୦୨୪ ସୁଦ୍ଧା ପ୍ରତି ଘରକୁ ବିଶୁଦ୍ଧ ଜଳ

ନୂଆଦିଲ୍ଲୀ, ୨୫|୧୨:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ପେନସନ୍ ଯୋଜନାକୁ ଶୁଭାରମ୍ଭ କରିଛନ୍ତି। ପ୍ରାୟ ୬ହଜାର କୋଟି ଟଙ୍କାର ଏହି ଯୋଜନାରେ ୮ହଜାର ୩୫୦ଟି ଗ୍ରାମ ଉପକୃତ ହେବେ। ଏହି ଯୋଜନାରେ ଭୂତଳ ଜଳକୁ ଉପଯୋଗ କରିବା ଉପରେ ଧ୍ୟାନ ଦିଆଯିବ। ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ବିଜ୍ଞାନ ଭବନରେ ମୋଦୀ ଏହି ଯୋଜନାକୁ ଆରମ୍ଭ କରିଛନ୍ତି।

ଏହି ଯୋଜନାର ଶୁଭାରମ୍ଭ ପରେ ମୋଦୀ କହିଛନ୍ତି ଯେ, ଜଳ ସଙ୍କଟ ସମସ୍ତ ନାଗରିକଙ୍କ ପାଇଁ ଚିନ୍ତାଜନକ। ଏହା ଘର, ଚାଷ ଓ ଶିଳ୍ପକୁ ପ୍ରବାବିତ କରିଥାଏ। ଜଳ ପ୍ରସଙ୍ଗ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ତାଙ୍କ ହୃଦୟର ବହୁ ନିକଟରେ ଥିଲା। ଅଟଳ ଜଳ ଯୋଜନା ଓ ଜଳ ଜୀବନ ମିଶନ ଅନୁସାରେ ୨୦୨୪ସୁଧା ଦେଶର ପ୍ରତ୍ୟେକ ନାଗରିକ ଓ ଘରେ ପାଖରେ ବିଶୁଦ୍ଧ ଜଳ ପହଁଚିବ।

ମୋଦୀ ଆହୁରି କହିଛନ୍ତି ଯେ, ଜଳ ସଙ୍କଟ ଦେଶର ବିକାଶକୁ ପ୍ରଭାବିତ କରିଥାଏ। ଏଥିପାଇଁ ସରକାର ୫ଟି ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟ ଏହି ଦିଗରେ କାମ କରୁଛି। ଅଟଳ ଜଳ ଯୋଜନାରେ ମାଟି ତଳେ ଥିବା ଜଳକୁ ସୁବିନିଯୋଗ କରାଯିବ। ଯେଉଁ ପଞ୍ଚାୟତ ଜଳ ସଂରକ୍ଷଣ ପାଇଁ ଭଲ କାମ କରିବ ତାକୁ ପୁରସ୍କୃତ କରାଯିବ। ଏହି ଯୋଜନାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଗୁଜରାତର ଭୂତଳ ଜଳକୁ ବାହାର କରିବାରେ ସାହାଯ୍ୟ କରିବ।