PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସଞ୍ଜ ନଇଁଲେ ଜମୁଛି ନଶାଡିଙ୍କ ଆସର , ନରେନ୍ଦ୍ର ପୁଷ୍କରିଣୀ ପାର୍ଶ୍ବ ପାଲଟିଛି ମଦ୍ୟପଙ୍କ ଆଡ୍ଡା

ପୁରୀ,୨୪/୦୧: ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀ ଦକ୍ଷିଣ ପାଶ୍ୱର୍ । ସନ୍ଧ୍ୟା ନଇଁଲେ ପାଲଟିଯାଏ ନିହାତି ଏକ ଅନୁନ୍ନତ ଓ ଅସୁରକ୍ଷିତ ଅଞ୍ଚଳ । ଠାକୁରଙ୍କ ଚନ୍ଦନ ଚକଡ଼ା ମଧ୍ୟ ବାଦ୍‌ ପଡ଼େନି । ପ୍ରସିଦ୍ଧ ଠାକୁରାଣୀ ମା’ ବିଶ୍ୱେଶ୍ୱରୀଙ୍କ ମନ୍ଦିର ନିକଟକୁ ଗଲେ ହୋସ୍‌ ଉଡ଼ିଯିବ । ନିଶା ଖାଇ ଲୋକସବୁ ରାସ୍ତାରେ ପଡ଼ିଥିବେ । ରିକ୍ସା ଓ ଟ୍ରଲି ଚାଳକ ସହ ଦିନ ମଜୁରିଆ ଭଳି ନିଜ ଭିତରେ ଝଗଡ଼ା ଲାଗୁଥିବେ । କେହି କାହାକୁ ମାଡ଼ ମାରି ରକ୍ତାକ୍ତ କରୁଥିବ । ଚକଡ଼ା ଡେଇଁଲା ପରେ ତୁଠ ନିକଟରେ ବୋତଲ ଧରି ବସୁଛନ୍ତି । କିଛି ଅଞ୍ଚଳ ଅନ୍ଧାରିଆ ରହିଛି । ରାସ୍ତାରେ ମଧ୍ୟ ମାଳ ମାଳ ମୁକ୍ତାକାଶ ରେସ୍ତୋରାଁ ।

ମହିଳା ମହାବିଦ୍ୟାଳୟ ଠାରୁ ଶୌଚାଳୟ ଛକ ପର୍ଯ୍ୟନ୍ତ କେତେ କ’ଣ ଚଟ୍‌ପଟି ଖାଦ୍ୟ ମିଳୁଛି । ଲୁଣି ମାଛ ଭଜା, କରାଟେ ତିଅଣ ଆଦି ବିକ୍ରି ହେଉଛି । ପ୍ଲେଟ୍‌ ୩୦ ଟଙ୍କା ଭଳି ଦର । ରାସ୍ତାରେ ଖାଉ ଖାଉ କିଛି ବ୍ୟକ୍ତି ଗଡ଼ିଯାଇଥିବେ । ଶୌଚାଳୟ ଛକରୁ ସିଧା ବିଶ୍ୱେଶ୍ୱରୀ ମନ୍ଦିରକୁ ରାସ୍ତା ଓ ନିକଟବର୍ତ୍ତୀ ଅଞ୍ଚଳ ମଦ୍ୟପଙ୍କ ହବ୍‌ । ଚୁଡ଼ଙ୍ଗ ସାହି ଓ ମାର୍କଣ୍ଡେଶ୍ୱର ସାହି ବାସିନ୍ଦା ବଡ଼ଦାଣ୍ଡରୁ ଘରକୁ ଫେରିଲା ବେଳକୁ ଏହି ରାସ୍ତାରେ ଯିବା ସୁରକ୍ଷିତ ମଣନ୍ତିନି । ଏପରିକି କିଛି ଘରେ ବାର ସିଷ୍ଟମ ହୋଇଛି । ଦୈନିକ ହଜାର ହଜାର ଟଙ୍କା କାରବାର । କିଛି ଭଦ୍ରଲୋକ ମଧ୍ୟ ଆସନ୍ତି । ପରିଚୟ ଥିବା କାହାକୁ ଦେଖିଲେ ମୁରୁକି ହସି ପାଖ ଦୋକାନରେ ସିଗାରେଟ୍‌ ଲଗାଇ ଚାଲିଯାନ୍ତି । ଗୋଡ଼ କିନ୍ତୁ ଏପସେପଟ ପଡ଼ୁଥିବ । ସନ୍ଧ୍ୟା ଗଡ଼ିଲେ ପିସିଆର୍‌ ଆସି ଡ଼୍ୟୁଟି ଦେଇ ଚାଲିଯାଏ । କିନ୍ତୁ ସନ୍ଧ୍ୟା ଗଡ଼ିଲେ ସେଠି କ’ଣ ଚାଲିଥାଏ ତାର ଦୃଶ୍ୟ ନିଜେ ଥରେ ନଦେଖିଲେ ବୁଝି ହେବନି ।

ସମ୍ବନ୍ଧିତ ଖବର