‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ନୂଆଦିଲ୍ଲୀ, ୨୪/ ୧୧: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଙ୍ଗଳବାର ଦିନ ‘ସହକାର ପ୍ରଜ୍ଞା’ ନାମକ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଜାତୀୟ ସମବାୟ ବିକାଶ ନିଗମ ଦ୍ବାରା ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଛି। ଏହାର ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଅଭିଭାଷଣ ଦେଇ କହିଛନ୍ତି ଯେ, ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ (ଏନସିଡିସି) ଦ୍ବାରା ହୋଇଥିବା ସହକାର ପ୍ରଜ୍ଞା କାର୍ଯ୍ୟକ୍ରମରେ ୪୫ଟି ନୂତନ ତାଲିମ୍ ପେଟିକା ମାଧ୍ୟମରେ ଦେଶର ଗ୍ରାମଞ୍ଚଳରେ ଥିବା ପ୍ରାଥମିକ ସମବାୟ ସମିତିକୁ ତାଲିମ୍‌ ପ୍ରଦାନ କରାଯିବ।

ଏଥିସହିତ ପ୍ରାଥମିକ ସମବାୟ ଗୁଡ଼ିକରରେ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ ସଂପୂର୍ଣ୍ଣ ବ୍ୟବସ୍ଥା ବୋଲି କୃଷି ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ ଭାରତ ସରକାରଙ୍କ ଦ୍ଵାରା ଗଠିତ ଓ ସଂସଦ ଦ୍ଵାରା ପାରିତ ଅଧିନିୟମ-୧୯୬୩ ମାଧ୍ୟମରେ ସମବାୟ ସଂସ୍ଥା ମାନଙ୍କର ସର୍ବୋଚ୍ଚ ନିୟାମକ ଅଟେ।

କୃଷି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପ୍ରାଥମିକ ସମବାୟ ସମିତିର ସଭ୍ୟ ଗାଁ ଗହଳିର କୃଷକମାନଙ୍କୁ ସହକାର ପ୍ରଜ୍ଞା ମାଧ୍ୟମରେ ଏନଡିସି ଦ୍ଵାରା ତାଲିମ ଦେବେ। ଏହା ଆଞ୍ଚଳିକ ସ୍ତରରେ ଥିବା ୧୮ଟି ଆଞ୍ଚଳିକ ତାଲିମ କେନ୍ଦ୍ର ଗୁଡିକୁକ ସମ୍ମିଳିତ କରି ଏକ ନେଟ୍‌ଓ୍ଵର୍କ ମାଧ୍ୟମରେ ସଦସ୍ୟ ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇବ। ଏହାର ସମସ୍ତ ପାଣ୍ଠି ଏନସିଡିସି ଯୋଗାଇ ଦେଉଛି।

ସହକାର ପ୍ରଜ୍ଞା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତ ଆହ୍ଵାନ ପାଇଁ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ଏଥିରେ ୪୫ଟି ତାଲିମ୍ ମୋଡ୍ୟୁଲ ମାଧ୍ୟମରେ କୃଷକ ମାନଙ୍କ ଜ୍ଞାନ, କୌଶଳ ଓ ଆନୁଷ୍ଠାନିକ ଦକ୍ଷତାର ବୃଦ୍ଧି କରାଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି।