କେମିତି କଟିଲା ମହାକାଶରେ ୧୧ ମାସ : ପୃଥିବୀକୁ ଫେରି ଏହି ମହିଳା କହିଲେ ହୃଦୟସ୍ପର୍ଶୀ କଥା

ଆମେରିକା : ୧୧ ମାସ ମହାକାଶରେ ବିତେଇବା କିଛି ସହଜ କଥା ନୁହେଁ। କିନ୍ତୁ କ୍ରିଷ୍ଟିନାଙ୍କ ପାଖରେ ଏବେ ସେହି ଅନୁଭୂତି କଥା ଶୁଣିବାକୁ ଜମିଛି ଲୋକଙ୍କ ଭିଡ଼। କେମିତି କଟିଲା ମହାକାଶରେ ତାଙ୍କର ୧୧ ମାସ ?

ନାସାର ମହିଳା ଅଷ୍ଟ୍ରୋନାଂଟ କ୍ରିଷ୍ଟିନା କୋଚ ଏମିତି କାମ କରି ଦେଖେଇଛନ୍ତି, ଯାହାକୁ କରିବା ପାଇଁ ମହାନ ମହାନ ହସ୍ତୀଙ୍କ ସ୍ୱପ୍ନ ହଜିଯିବ। କିନ୍ତୁ କ୍ରିଷ୍ଟିନା ମହାକାଶରେ ୩୨୮ ଦିନ ରହି ପୃଥିବୀକୁ ଫେରିଛନ୍ତି। ଆଉ ପ୍ରଥମ ମହିଳା ଭାବେ ମହାକାଶରେ ସବୁଠୁ ଅଧିକା ସମୟ ରହିବାରେ ନୂଆ ରେକର୍ଡ କରିଛନ୍ତି। ମହାକାଶରେ ରହିବାର ଏହି ଅଭୁଲା ମୁହୂତ୍ତକୁ ସେ ମନେପକାଇ ଆଜି ବି ରୋମାଂଚିତ ହେଉଛନ୍ତି।

ସାଧାରଣରେ ଲୋକେ ସାଇନ୍ସ ଫିକଶନ ଫିଲ୍ମରେ ମହାକାଶଚାରୀଙ୍କ ଦିନଚର୍ଯା ଦେଖି ଅନୁମାନ କରିଥାନ୍ତି କି ସେଠାରେ ଜୀବନ ଖୁବ୍‌ ନିରାଶଜନକ। କିନ୍ତୁ ସାହସୀ କ୍ରିଷ୍ଟିନାଙ୍କ ଅନୁଭବ ଏହା ଠାରୁ ସଂପୂର୍ଣ୍ଣ ଭିନ୍ନ । 

ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ ପାଖାପାଖି ବର୍ଷକର ସମୟ କାଟିଲା ପରେ ସେ ଏକ ଟିଭି ସାକ୍ଷାତକାରରେ କହିଛନ୍ତି , ମୁଁ ଭାବୁଥିଲି ସେଠାରେ ବୋର୍‌ ହେବାକୁ ବହୁତ ସମୟ ମିଳିବ। କିନ୍ତୁ ଏମିତି କିଛି ହୋଇ ନଥିଲା। ଆମେରିକାର ଟିଭି ଚ୍ୟନେଲ୍‌ ଫକ୍ସ ନ୍ୟୁଜକୁ ଏକ କାର୍ଯ୍ୟକ୍ରମରେ ସେ ଏଇ କଥା କହିଛନ୍ତି।

ଜିରୋ ଗ୍ରାଭିଟିରେ ସେଠାରେ ବର୍ଷେ ବିତାଇବା ସହଜ କାମ ନୁହେଁ । ଏଥିପାଇଁ କଡ଼ା ପରିଶ୍ରମ ଓ ନିରନ୍ତର ଅଭ୍ୟାସ କରିବାକୁ ପଡିଥାଏ ।  କ୍ରିଷ୍ଟିନା ଏହିସବୁ ଦିନକୁ ମନେପକାଇ କହିଛନ୍ତି କେମିତି ସେହିଗୁଡିକ ହୃଦୟସ୍ପର୍ଶୀ ଥିଲା । ଖାଲି ସମୟରେ ସେ ସ୍ପେସରେ ଭାସମାନ ଅବସ୍ଥାରେ ଫଟୋ ଉଠାଉ ଥିଲେ ଏବଂ ଅନ୍ତର୍ଜାତୀୟ ଷ୍ଟେସନରେ ଥିବା ଅନ୍ୟ କ୍ରୁ ମେମ୍ବରଙ୍କ ସହ ସମୟ ବିତାଉଥିଲେ। ଏଣୁ ସେଠାରେ ବୋର୍‌ ହେବାର ପ୍ରଶ୍ନ ହିଁ ଉଠୁନଥିଲା ବୋଲି କ୍ରିଷ୍ଟିନା କହିଛନ୍ତି।

କ୍ରିଷ୍ଟିନାଙ୍କର ଏହି ମିଶନର ଉଦ୍ଦେଶ୍ୟ ଏହା ଯେ, ଗବେଷକମାନେ ଜାଣି ପାରିବେ କି ମହାକାଶରେ ଅଧିକ ସମୟ ରହିଲେ ମହିଳାମାନଙ୍କ ଉପରେ ଏହାର ପ୍ରଭାବ କିପରି ପଡୁଛି । ନାମାର ଏହି ମିଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ , ସେ ଏବେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମଣିଷ ପଠାଇ ଏହି ଦୁଇ ସ୍ଥାନ ବିଷୟରେ ଅଧିକରୁ ଅଧିକ ଜାଣିବାର ଲକ୍ଷ୍ୟ ରହିଛି ।

ମହାକାଶରୁ ପୃଥିବୀକୁ ଦେଖି କ୍ରିଷ୍ଟିନା ଖୁବ୍ ଉଲ୍ଲସିତ ହୋଇଛନ୍ତି। କହିଛନ୍ତି ପୃଥିବୀରେ ସୂର୍ଯ୍ୟୋଦୟ  ଓ ରାତିକୁ ଦେଖି ତାଙ୍କ ଭିତରେ ନୂଆ ରୋମାଂଚ ଖେଳିଯାଉଥିଲା । ଆଉ ମଧ୍ୟ କହିଛନ୍ତି ,ସେଠାରେ ରହିଲା ପରେ ମୁଁ ଏହା ଅନୁଭବ ହେଲା ଯେ, ଏଠାରେ ରହୁଥିବା ସବୁ ମଣିଷ ମୂଳ ରୂପରେ ସମାନ । ଅକ୍ଟୋବର ୨୦୧୯ରେ କ୍ରିଷ୍ଟିନା ଓ ଜେସିକା ମୀୟର ଇତିହାସ ରଚିଥିଲେ । ଏହି ଦୁଇ ମହିଳା ମହାକାଶକୁ ଯାଇଥିଲେ। ଆଉ ନାସାର ଉଦ୍ଦେଶ୍ୟ ସଫଳ ହୋଇଥିଲା ।

   ସମ୍ବନ୍ଧିତ ଖବର


ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

BMWରେ ଅଳିଆ ଉଠାଉଛନ୍ତି ଯୁବକ, କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…

କରୋନା : ସମସ୍ତଙ୍କ ଓଠରେ ଏବେ ହସ ଫୁଟିବା ସମୟ ଆସିଗଲା ! ଅକ୍ସଫୋର୍ଡ ବୈଜ୍ଞାନିକଙ୍କ ସୂଚନା