ନାସାକୁ ମିଳିଲା ଲୁହାର ଆଷ୍ଟେରଏଡ୍,ଏହାକୁ ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ହଜାର ହଜାର ଟଙ୍କା

ନୂଆଦିଲ୍ଲୀ,୬।୩: ଆମେରିକାର ମହାକାଶ ଏଜେନ୍ସି ନାସା ପୁଣିଥରେ ଏଭଳି ଆଷ୍ଟେରଏଡ୍  (ଛୋଟ ତାରା) ଖୋଜି ବାହାର କରିଛି, ଯାହାକି ସମ୍ପୂର୍ଣ୍ଣ ଲୌହରେ ତିଆରି ହୋଇଛି। ଏଥିରେ ଏତେ ପରିମାଣ ଲୁହା ରହିଛି ଯେ, ଏହାକୁ ପୃଥିବୀ ପୃଷ୍ଠକୁ ଆଣି ଯଦି ବିକ୍ରି କରାଯାଏ ତେବେ ପୃଥିବୀରେ ରହୁଥିବା ପ୍ରତି ବ୍ୟକ୍ତିଙ୍କୁ ପ୍ରାୟ ୧ ବିଲିୟନ ପାଉଣ୍ଡ ଅର୍ଥାତ ୯୬୨୧ କୋଟି ଟଙ୍କା ମିଳିବ।

ନାସାର ଏହି ଆଷ୍ଟେରଏଡ୍ର ନାମ ୧୬ ସାଇକି(16 Psyche) ରଖାଯାଇଛି। ଏହି ସମ୍ପୂର୍ଣ୍ଣ ଆଷ୍ଟେରଏଡରେ ଥିବା ଲୁହାର ମୋଟ ମୂଲ୍ୟ ୮୦୦୦ କ୍ବାଡ୍ରିଲିୟନ ପାଉଣ୍ଡ।  ଅର୍ଥାତ ୮୦୦୦ ପରେ ୧୫ଟି ଶୂନ୍ୟ(୦)। ନାସାର ସ୍ପେସ୍ ଏକ୍ସର ମାଲିକ୍ ଏଲନ୍ ମସ୍କଙ୍କ ସାହାର୍ଯ୍ୟ ମାଗି କୁହାଯାଇଛି ଯେ, ଏହି ଆଷ୍ଟେରଏଡ୍ର ଉପରେ ଥିବା ଲୁହାର ଯାଞ୍ଚ ପାଇଁ ନିଜର ମହାକାଶଯାନରୁ ମିଶନ୍ ଆରମ୍ଭ କରିବ। ଏହି ଆଷ୍ଟେରଏଡ୍ର ବ୍ୟାସ ୨୨୬ କିଲୋମିଟର। ଏହା ଆରମ ସୂର୍ଯ୍ୟଙ୍କ ଚାରିପଟେ ଥରେ ବୁଲିବାପାଇଁ ୫ ବର୍ଷର ସମୟ ନେଇଥାଏ। ଏହାର ଗୋଟେ ଦିନ ୪.୧୯୬ ଘଣ୍ଟା।

ଏହାର ଓଜନର ପୃଥିବୀର ଚନ୍ଦ୍ରମାର ଓଜନଠାରୁ ପ୍ରାୟ ୧ ପ୍ରତିଶତ ଅଟେ। କିନ୍ତୁ ପୁରା ଆଷ୍ଟେରଏଡ୍ର ଲୁହାରେ ରହିଛି। ଏହା ମଙ୍ଗଳ ଓ ବୃହସ୍ପତି ଗ୍ରହ ଭିତରେ ରହିଛି। ନାସାର କହିବା ଅନୁସାରେ ଏହି ଆଷ୍ଟେରଏଡ୍କୁ ପୃଥିବୀ ନିକଟକୁ ଆଣିବାର କୌଣସି ଯୋଜନା ନାହିଁ। କିନ୍ତୁ ଏହା ଉପରକୁ ଯାଇ ଲୁହାର ଯାଞ୍ଚ କରାଯିବର ଯୋଜନା କରାଯାଇଛି।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମାର ମହତ୍ତ୍ୱ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan