ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗରେ ନାସା,ନିଜ ଅର୍ବିଟର ଯୋଗେ ଉଠାଇବ ଫଟୋ

ନୂଆଦିଲ୍ଲୀ,୧୩।୯:  ଭାରତର ଚନ୍ଦ୍ରଯାନ-୨ର ମିଶନର ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ କରିବା  ଜାରି ରହିଛି ଇସ୍ରୋ, କିନ୍ତୁ ବିକ୍ରମ ସହ ଏପର୍ଯ୍ୟନ୍ତ ଯୋଗାଯୋଗ କରିବା   ସମ୍ଭବପର ହୋଇନାହିଁ। ଏବେ ଇସ୍ରୋର ଅନୁମତି ନେଇ ଆମେରିକାର ମହାକାଶ ସଂସ୍ଥା ନାସା ମଧ୍ୟ ବିକ୍ରମ ସହିତ ଯୋଗାଯୋଗ ରକ୍ଷା କରିବାକୁ ଚେଷ୍ଟା ଚଳାଇଛି  ନାସା ପ୍ରଥମେ ବିକ୍ରମକୁ ରେଡିଓ ଫ୍ରିକ୍ୟୁଏନ୍ସୀ ମାଧ୍ୟମରେ ‘ହେଲୋ’ ମେସେଜ ପଠାଇଥିଲା।କିନ୍ତୁ ଏବେ  ନାସା ବିକ୍ରମ ଉପର ଦେଇ ନିଜର ଅର୍ବିଟର ଅତିକ୍ରମ କରିବ ବୋଲି ସୂଚନା ମିଳିଛି। ଆସନ୍ତା ୧୭ ତାରିଖରେ ନାସାର ଅର୍ବିଟର ଏଲଆରଓ ବିକ୍ରମକୁ ଅତିକ୍ରମ କରିବ ବୋଲି ନାସାର ଗୋଡାର୍ଡ ସ୍ପେଶ ଫ୍ଲାଇଟ ସେଣ୍ଟରର ବୈଜ୍ଞାନିକ ନୋଆ ପେଟ୍ରୋ କହିଛନ୍ତି।

ଏହି ସମୟରେ ଅର୍ବିଟର ଯେଉଁ ଫଟୋ ଉତ୍ତୋଳନ କରିବ ସେଥିରୁ ବିକ୍ରମ ସହିତ ଯୋଗାଯୋଗ ରକ୍ଷା କରିବାକୁ ସାହାର୍ଯ୍ୟ ମିଳିପାରେ। ତେବେ ଏପର୍ଯ୍ୟନ୍ତ ଇସ୍ରୋ ବିକ୍ରମ ଲ୍ୟାଣ୍ଡର କୌଣସି ଫଟୋ ଜାରି କରିନାହିଁନ୍ତ।ଚନ୍ଦ୍ରଯାନ-୨ ଅର୍ବିଟର ବିକ୍ରମକୁ ସ୍ଥିତି ସମ୍ପର୍କରେ ଜଣାପଡିଥିଲେ ମଧ୍ୟ ଯେଉଁ ଫଟୋ ନିଆଯାଇଛି ତାହା ପରିସ୍କାର ନାହିଁ। ତେବେ ନାସାର ଏଲଆରଓ ଅର୍ବିଟରରେ ହାଇ ରିଜୋଲ୍ୟୁଶନ କ୍ୟାମେରା ଲାଗିଥିବାରୁ ତାହା ଚନ୍ଦ୍ରପୃଷ୍ଠରେ ପଡ଼ିଥିବା ବିକ୍ରମର ସ୍ପଷ୍ଟ ଫଟୋ ନେଇପାରିବ ବୋଲି ଆଶା କରାଯାଉଛି।  ନିକଟରେ ନାସାର ଏହି ଅର୍ବିଟର ଚନ୍ଦ୍ରପୃଷ୍ଠରେ ଆପୋଲୋ ୧୧ର ଲ୍ୟାଣ୍ଡିଂ ସାଇଟର ଫଟୋ ପଠାଇଥିଲା। ଏହି ଫଟୋ ଖୁବ୍ ସ୍ପଷ୍ଟ ଥିଲା ଓ ୪୦ ବର୍ଷ ପୂର୍ବରୁ ଚନ୍ଦ୍ରରେ ମହାକାଶଚାରୀଙ୍କ ପାଦ ରଖିଥିବା ଫଟୋ ମଧ୍ୟ ଦେଖାଇବାରେ ସଫଳ ହୋଇଥିଲା।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ