ମଙ୍ଗଳରେ ରହସ୍ୟମୟ ଛିଦ୍ର, ଲାଲ ଗ୍ରହରେ ମିଳିପାରେ ଜୀବନସତ୍ତାର ସୁରାକ୍

ନୂଆଦିଲ୍ଲୀ,୪।୩: ଆମେରିକାର ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନଷ୍ଟେ୍ରସନ୍(ନାସା) ମଙ୍ଗଳ ଗ୍ରହର ଏକ ଫଟୋ ଜାରି କରିଛି। ଏହି ଫଟୋରେ  ଗ୍ରହ ଉପରେ ଏକ ରହସ୍ୟମୟୀ  ଛିଦ୍ର ଦେଖିବାକୁ ମିଳିଛି। ଏହି ରହସ୍ୟମୟୀ ଛିଦ୍ରର ସନ୍ଧାନ ସବୁଠାରୁ ପ୍ରଥମେ ୨୦୧୧ରେ କରାଯାଇଥିଲା।  ଏହାର ଫଟୋ ନାସା ନିକଟରେ ଜାରି କରିଥିଲା। ବୈଜ୍ଞାନିକଙ୍କ ମତରେ ମଙ୍ଗଳଗ୍ରହରୁ ଜୀବନ ସତ୍ତାର କିଛି ସୁରାକ ମିଳିପାରିବ। ତେଣୁ ଏହି ଗ୍ରହ ଉପରେ ଲଗାତର ଭାବରେ ଗବେଷଣା ଜାରି ରହିଛି।

ଉଲ୍ଲେଖନୀୟ ଯେ, ମଙ୍ଗଳ ଗ୍ରହ ସମ୍ପର୍କରେ ଗବେଷଣା କରିବା ପାଇଁ ନାସା ପକ୍ଷରୁ ଅର୍ବିଟର ନାମକ ଏକ ରୋବୋଟ୍ ପଠାଯାଇଥିଲା। ଅର୍ବିଟର ଲଗାତାର ଭାବରେ ମଙ୍ଗଳ ଗ୍ରହର ଫଟୋ ପଠାଉଥିଲା। ନାସା ଦ୍ବାରା ଜାରି ଏହି ଛିଦ୍ର ଥିବା ଫଟୋକୁ ଅର୍ବିଟର ପଠାଇଥିଲା। ଏହାଛଡା ଏକ ବଡ ‘ପାଭୋନିସ୍ ମନ୍ସ’ ଜ୍ବାଳାମୁଖୀର ଫଟୋ ମଧ୍ୟ ଜାରି କରାଯାଇଥିଲା। ଯାହାକି ଧୂଳି ଭର୍ତ୍ତି ଖାଲର ଫଟୋକୁ ଦର୍ଶାଯାଇଛି।

ନାସା ପକ୍ଷରୁ ଜାରି ‘ମାର୍ଟିୟନ’ ଛିଦ୍ରକୁ ବୈଜ୍ଞାନିକମାନେ ଜୀବନସତ୍ତାର ପ୍ରମାଣ ବୋଲି ମାନିଛନ୍ତି। ନାସା ୧ ମାର୍ଚ୍ଚରେ ଏହି ଫଟୋ ଜାରି କରି ବ୍ଲଗରେ କହିଥିଲା ଯେ, ଏହି ଛିଦ୍ରର ଆଖପାଖରେ ଅନେକ ସୁରକ୍ଷିତ ଗୁମ୍ଫା ସମ୍ପର୍କରେ ଜଣାପଡିଛି। ଯାହାକି ଭବିଷ୍ୟତରେ ଗବେଷକଙ୍କ ପାଇଁ ପ୍ରମୁଖ ବିଷୟ ହେବ। ଫଟୋରୁ ଅନୁମାନ ଲଗାଇ ପାରିବେ ଛିଦ୍ରର ୨୦ ମିଟର ଗଭୀରରେ ପ୍ରାୟ ୩୫ ମିଟର ଏକ ଭୂମିଗତ ଗୁମ୍ଫା ରହିଛି। ଯଦିଓ ଏବେବି ବିଶେଷଜ୍ଞମାନେ ଏହି ଖାଲକୁ ନେଇ ଜାରି ରଖିଛନ୍ତି। ଯାହାଫଳରେ ଏହା ଅନୁମାନ ଲଗାଯାଇ ପାରିବ ଯେ, ଛିଦ୍ରର ଚାରିପଟେ ଏକ ଗୋଲାକାର ଖାଲ କ’ଣ?

ଉଲ୍ଲେଖନୀୟ ଯେ, ଅଧିକ ଆଇରନ୍ ମାତ୍ରା ଥିବା ମଙ୍ଗଳ ଗ୍ରହରେ କମ୍ ମାତ୍ରାରେ ଗ୍ୟାସ୍ ମିଳିଥାଏ। କିନ୍ତୁ ଏହାଉପରେ ସୌର ମଣ୍ଡଳରେ ଅନ୍ୟଗ୍ରହ ତୁଳନାରେ ସବୁଠାରୁ ଅଧିକ ଗବେଷଣା କରାଯାଉଛି। ଏହି ଗ୍ରହର ସୂର୍ଯ୍ୟଙ୍କ ଦୂରତ୍ବ ହିସାବରେ ୪ର୍ଥ ଗ୍ରହ ଓ ଏହାର ବାୟୁମଣ୍ଡଳରେ ଧୂଳିର କଣିବା ଅଧିକ ରହିଛି। ଆଇରନ ଅଧିକ ଥିବା କାରଣରୁ ଲାଲ ରଙ୍ଗ ଦେଖା ଯାଇଥାଏ।

   ସମ୍ବନ୍ଧିତ ଖବର


SBIର କୋଟି କୋଟି ଗ୍ରାହକଙ୍କୁ ଉପହାର, ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ଆସନ୍ତା ବର୍ଷ ଠାରୁ ମୋବାଇଲ୍‌ ନମ୍ବର ଡାଏଲ ପୂର୍ବରୁ କରିବା ପାଇଁ ହେବ ଏହି କାମ- ବଦଳିଯିବ ଲ୍ୟାଣ୍ଡ ଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଡାଏଲ୍‌ କରିବାର ପଦ୍ଧତି