ରେକର୍ଡ ରଚିଲେ ସାଇକେଲ ଚାଳକ, ୮ ଦିନରେ ଯାତ୍ରାକଲେ ୩୬ଶହ କି.ମି

ନୂଆଦିଲ୍ଲୀ,୨୧/ ୧୧: ଚର୍ଚ୍ଚାରେ ଜଣେ ସାଇକେଲିଷ୍ଟ। ନାସିକର ଜଣେ ସାଇକେଲ ଚଳାଳି ଓମ୍‌ ମହଜାନ ସାଇକେଲ ଚଳାଇ ରଚିଛନ୍ତି ରେକର୍ଡ। ଓମ୍‌ ଶ୍ରୀନଗରରୁ କନ୍ୟାକୁମାରୀ ୩୬ଶହ କିମି ସାଇକେଲରେ ଯାତ୍ରା କରିଛନ୍ତି। ତାଙ୍କୁ ଏତିକି ଦୂରତା ଅତିକ୍ରମ କରିବା ପାଇଁ ୮ଦିନ ୭ଘଣ୍ଟା ୩୮ ମିନିଟ୍‌ ସମୟ ଲାଗିଥିଲା। ୧୮ ବର୍ଷୀୟ ଓମ୍‌ ଶନିବାର ଦିନ କନ୍ୟାକୁମାରୀରେ ପହଁଞ୍ଚିବା ପରେ କହିଛନ୍ତି ଯେ, ମୋତେ ସର୍ବଦା ସାଇକେଲ ଚଳାଇବା ଭଲ ଲାଗେ।

ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଏଣ୍ଡୋରେସ୍‌ ସାଇକେଲିଙ୍ଗ୍‌ ଓ ଆରଏଏଏମ୍‌ (ଆମେରିକାରେ ହେଉଥିବା ସାଇକେଲ ରେସିଙ୍ଗ୍)ରେ ଭାଗ ନେବା ପାଇଁ ସ୍ବପ୍ନ ଦେଖିଥିଲି। ଛଅ ମାସ ପୂର୍ବରୁ ଆରଏଏଏମ୍‌ କ୍ବାଲିଫାଏର ପାଇଁ ଟ୍ରେନିଙ୍ଗ୍‌ ନେବା ଆରମ୍ଭ କରି ଦେଇଥିଲି। ଯାହା ନମ୍ବେଭର ମାସରେ ହେବାର ଥିଲା। ହେଲେ ୬୦୦ କିଲୋମିଟର କ୍ବାଲିଫାଏର ବଦଳରେ ଓମ୍‌ ରେସ୍‌ ଏକ୍ରୋସ ଇଣ୍ଡିଆରେ ଭାଗ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।

ଓମ୍‌ ବିଗତ ସପ୍ତାହରେ ଶ୍ରୀନଗର ଥଣ୍ଡାରାତିରୁୂ ଏହି ଯାତ୍ରା ଆରମ୍ଭ କରି କନ୍ୟାକୁମାରୀରେ ଶେଷ କରିଥିଲେ। ଏହି ଯାତ୍ରା ସମୟରେ ସେ ମଧ୍ୟପ୍ରଦେଶରେ ବର୍ଷା ଓ ଦକ୍ଷିଣ ଭାରତର ଗରମକୁ ସାମ୍ନା କରିବାକୁ ପଡ଼ିଥିଲା। ଶ୍ରୀନଗରରୁ କନ୍ୟାକୁମାରୀ ସବୁଠୁ ଅଧିକ ସ୍ପିଡିରେ ଯିବାର ରେକର୍ଡ ତାଙ୍କ ଦାଦା ଅଙ୍କଲ ମହାଜନଙ୍କ ନାମରେ ଥିଲା। ହେଲେ ନିକଟରେ ଭାରତୀୟ ସେନାର ଲେଫନାଣ୍ଟ କର୍ନଲ ଭରତ ପନ୍ନୁ ଏହି ଯାତ୍ରା ୮ ଦିନ ୯ ଘଣ୍ଟାରେ ପୂରା କରି ରେକର୍ଡ ଭାଙ୍ଗିଥିଲେ।

ସୂଚନାଥାଉକି, ସମ୍‌ ପନ୍ନୁଙ୍କ ରେକର୍ଡ ଭାଙ୍ଗି ଏବେ ଏହି ମାମଲାରେ ପ୍ରଥମରେ ଅଛନ୍ତି। ଓମ୍‌ଙ୍କ ଏହି ରେକର୍ଡ ପାଇଁ ପନ୍ନୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ