PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ: ସବୁଠାରୁ ହିଂସାତ୍ମକ ବର୍ଷ ହେବ ୨୦୨୦, ତୃତୀୟ ବିଶ୍ବଯୁଦ୍ଧର ସଙ୍କେତ ସହିତ ପୃଥିବୀ ଧ୍ବଂସ…

ନୂଆଦିଲ୍ଲୀ,୨୦।୧୨:ଫ୍ରାନ୍ସର ପ୍ରସିଦ୍ଧ ଭବିଷ୍ୟବକ୍ତା ମାଇକେଲ୍ ଦିନୋଷ୍ଟ୍ରାଡମସ୍ ଆଗାମୀ କିଛି ବର୍ଷ ପାଇଁ ଭବିଷ୍ୟବାଣୀ କରିସାରିଛନ୍ତି। ସାରା ବିଶ୍ବରେ ଲୋକ ନୋଷ୍ଟ୍ରାଡମସଙ୍କ  ଭବିଷ୍ୟବାଣୀକୁ ବିଶ୍ବାସ  କରନ୍ତି। ଏହି କାରଣରୁ ତାଙ୍କ ଦ୍ବାରା କରାଯାଇଥିବା ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇସାରିଛି। ନୋଷ୍ଟ୍ରାଡମସ୍ ୨୦୨୦ ପାଇଁ ଯେଉଁ ଭବିଷ୍ୟବାଣୀ କରିସାରିଛନ୍ତି, ସେଥିରେ ମାନବ ସଭ୍ୟତା ପାଇଁ କିଛି ଭଲ ନାହିଁ। ଅନ୍ୟ ଭବିଷ୍ୟବକ୍ତାମାନେ ୨୦୨୦ରେ ବିନାଶର ସଙ୍କେତ ମଧ୍ୟ ଦେଇଛନ୍ତି। ନୋଷ୍ଟ୍ରାଡମସଙ୍କ  ଭବିଷ୍ୟବାଣୀ  ଅନୁସାରେ,୨୦୨୦ରେ ପୃଥିବୀ ଶେଷ ହେବାର  ସଂଙ୍କେତ ରିହିଛି। ଆସନ୍ତୁ ଜାଣିବା ୨୦୨୦ ପାଇଁ  ନୋଷ୍ଟ୍ରାଡମସ୍ କ’ଣ ଭବିଷ୍ୟବାଣୀ କରିଛନ୍ତି।

ନୋଷ୍ଟ୍ରାଡମସଙ୍କ  ମତରେ ୨୦୨୦ରେ ଏକ ନୂଆ ଯୁଗର ଆରମ୍ଭ ହେବ। ସେ ଅନୁମାନ କରିଛନ୍ତି ଯେ, ୨୦୨୦ରେ ବହୁ ଦେଶର ପରସ୍ପର ମଧ୍ୟରେ ଯୁଦ୍ଧ ହୋଇପାରେ। ଏହା ସହିତ ୨୦୨୦ ଶେଷ ଆଡରୁ ବଡ ଧରଣର ଆର୍ଥିକ ସଙ୍କଟ ମଧ୍ୟ ଆସିବ। ଏମିତି ବି ଯଦି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଦେଖିବେ ତେବେ ବିଶ୍ବର ଅର୍ଥବ୍ୟବସ୍ଥା ଏବେ ଖୁବ୍ ସଙ୍କଟାପନ୍ନ ସ୍ଥିତିରେ ରହିଛି।  ଚୀନ ଓ ଆମେରିକା ପରସ୍ପର ମଧ୍ୟରେ ବ୍ୟାପାର ଯୁଦ୍ଧର ଆରମ୍ଭ କରିସାରିଛନ୍ତି।  ଭାରତର ଆର୍ଥିକ ବୃଦ୍ଧି ଦରରେ ହ୍ରାସ ଘଟିଛି।ଭବିଷ୍ୟବାଣୀ ଅନୁସାରେ, ୨୦୨୦ ପର୍ଯ୍ୟନ୍ତ ଲୋକମାନେ ପୂର୍ବ ଅପେକ୍ଷା ଖୁବ୍ ଅଧିକ ସଚେତନ ହୋଇସାରିଥିବେ ଓ ଲୋକମାନେ ଏକ ନୂତନ ପ୍ରକାର ଆଧ୍ୟାତ୍ମିକତାକୁ ଅନୁସରଣ କରିବେ।

ନୋଷ୍ଟ୍ରାଡମସଙ୍କ  ଭବିଷ୍ୟବାଣୀ ଅନୁସାରେ, ତୃତୀୟ ବିଶ୍ବ ଯୁଦ୍ଧର  ଆଶଙ୍କା ସତ ପ୍ରମାଣିତ ହୋଇପାରେ। ୨୦୨୦ରେ ଆମେରିକା ଏସିଆର ସବୁଠାରୁ  ବଡ  ସେନା  ଅଭ୍ୟାସ ଆରମ୍ଭ କରିବ, ଲୋକମାନେ ନୋଷ୍ଟ୍ରାଡମସଙ୍କ  ଭବିଷ୍ୟବାଣୀକୁ ଏହା ସହିତ ଯୋଡିକି ଦେଖୁଛନ୍ତି। ଭବିଷ୍ୟବାଣୀ କଥା ଯଦି ମାନିବା ତେ​ବେ ୨୦୨୦ରେ ବିଶ୍ବର ସବୁଠାରୁ ବଡ ସହରରେ ଗୃହଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହେବ ଓ ଲୋକମାନେ ଖୋଲିଖୋଲି ଭାବରେ ରାସ୍ତାକୁ ଓହ୍ଲାଇବେ।  ଯଦି ଦେଖିବା ତେବେ ଭାରତରେ ମଧ୍ୟ ନୂଆବର୍ଷ ଆରମ୍ଭ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ଭଳି ପ୍ରସଙ୍ଗ ଉପରେ ବିରୋଧ ଦେଖିବାକୁ ମିଳୁଛି।  ମଧ୍ୟ ପୂର୍ବର ଅଧିକାଂଶ ଦେଶ ସହିତ ଫ୍ରାନ୍ସରେ ମଧ୍ୟ ହିଂସାକାଣ୍ଡ ଜାରି ରହିଛି।

ନୋଷ୍ଟ୍ରାଡମସ୍ ୨୦୨୦କୁ ସବୁଠାରୁ ଅଧିକ ହିଂସ୍ର  ବର୍ଷ ବୋଲି କହିଛନ୍ତି। ୨୦୨୦ରେ ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ହତ୍ୟା କରିବାକୁ ଚେଷ୍ଟା କରାଯାଇପାରେ। ସେଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କର ବହୁତ ବଡ କ୍ଷତି ହୋଇପାରେ। ସେଭଳି ୨୦୨୦ରେ ଗ୍ରେଟ୍ ବ୍ରିଟେର ମହାରାଣୀଙ୍କ ହୋଇପାରେ, ଯାହାକି ଗତ ୭୦ ବର୍ଷର ସବୁଠାରୁ ଅଧିକ ବିନାଶକାରୀ ଘଟଣା ଭିତରେ ଅନ୍ୟତମ ରହିବ।  ଏହା ସହିତ ନୋଷ୍ଟ୍ରାଡମସ୍ ଆହୁରି ଭବିଷ୍ୟବାଣୀ କରି କହିଛନ୍ତି, ମହାରାଣୀଙ୍କ ପରେ ପ୍ରିନ୍ସ ଚାର୍ଲସ୍ ଗ୍ରେଟ୍ ବ୍ରିଟେନର ଗାଦି ସମ୍ଭାଳିବେ।

ସାରା ବିଶ୍ବରେ ଜଳବାୟୁ ପରିବର୍ତ୍ତନ ହେବ। ବିଶ୍ବର କିଛି ଅଂଶରେ ଭୟଙ୍କର ଝଡତୋଫାନ ଓ ଭୂକମ୍ପ ଆସିବ। ସେଭଳି ବନ୍ୟା ଓ ଆତଙ୍କବାଦ ଦେଖିବାକୁ ମିଳିବ। ନୋଷ୍ଟ୍ରାଡମସ୍ଙ୍କ କବିତାର ବାଖ୍ୟା କରି ଏକ ଭିଡିଓ  ତିଆରି କରାଯାଇଛି। ଯେଉଁଥିରେ ଆକାଶରେ ଧୂମକେତୁ ଦେଖିବାର ଘଟଣା ସହିତ ହିଂସାକାଣ୍ଡ ଘଟଣା ମଧ୍ୟ ରହିବ। ନୋଷ୍ଟ୍ରାଡମସ୍ଙ୍କ  ଭବିଷ୍ୟବାଣୀ  ଅନୁସାରେ, ମଧ୍ୟପୂର୍ବ  ଦେଶ ଓ ବିଶ୍ବର ଅନ୍ୟ କିଛି ଅଂଶରେ ଧାର୍ମିକ ଅତିବାଦ ବଢିବ। ଯାହାଫଳରେ ଅଶାନ୍ତ ଓ ଗୃହଯୁଦ୍ଧ  ସୃଷ୍ଟି ହେବ। ବହୁ ଲୋକଙ୍କୁ ଦେଶ ଛାଡି ଅନ୍ୟ  ଦେଶରେ ଶରଣ  ନେବାକୁ  ବାଧ୍ୟ ହେବାକୁ  ପଡିବ। ଏହାଛଡା ନୋଷ୍ଟ୍ରାଡମସ୍ କହିଛନ୍ତି, ଚିକିତ୍ସା କ୍ଷେତ୍ରରେ ପ୍ରଗତି ହେବା ଫଳରେ  ଲୋକଙ୍କର ଆୟୁଷ ମଧ୍ୟ ବଢିଯିବ।

ଉଲ୍ଲେଖନୀୟ ଯେ, ନୋଷ୍ଟ୍ରାଡମସ୍ ଆଜି ପର୍ଯ୍ୟନ୍ତ ଯାହା କିଛି  ଭବିଷ୍ୟବାଣୀ  କରିଛନ୍ତି ତାହା ସବୁ ସତ ହୋଇଛି।  ବ୍ରିଟେନର ରାଣୀ ଡାଏନାଙ୍କ ମୃତ୍ୟୁ, ଏଡୋଲ୍ଫ ହିଟଲରଙ୍କ ଉଦୟ, ପରମାଣୁ ବମ୍, ଦ୍ବିତୀୟ ବିଶ୍ବ ଯୁଦ୍ଧ ଓ ୯/୧୧ ସମ୍ପର୍କରେ ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ  ସଠିକ୍ ପ୍ରମାଣିତ ହୋଇଛି। ବିଶ୍ବର ସବୁଠାରୁ ଶକ୍ତିଶାଳୀ  ଦେଶ ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କ ସମ୍ପର୍କରେ ନୋଷ୍ଟ୍ରାଡମସ୍, ଯାହା କିଛି ସାଙ୍କେତିକ ରୂପରେ କହିଥିଲେ, ତାହା ଡୋନାଲ୍ଡୋ ଟ୍ରମ୍ପଙ୍କ ରୂପରେ ବିଲକୁଲ ସଠିକ୍ ପ୍ରମାଣିତ ହୋଇଛି। ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ଆକ୍ରମଣ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା, ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ଆଦି ସମ୍ପର୍କରେ ସଠିକ୍ ଭବିଷ୍ୟବାଣୀ କରିସାରିଛନ୍ତି। ଏପରିକି ସେ ନିଜର ମୃତ୍ୟୁର ଭବିଷ୍ୟବାଣୀ  କରିଥିଲେ।