PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ପୁଞ୍ଜି ବଜାରକୁ ରେକର୍ଡ ହ୍ରାସ: ଦିନକରେ ୨.୬୦ ଲକ୍ଷ କୋଟି କ୍ଷତି

ମୁମ୍ବାଇ ୪/୯ :ନିରାଶାଜନକ ଜିଡିପି ତଥ୍ୟ ଦେଶର ପୁଞ୍ଜି ବଜାରକୁ ଦୋହଲାଇ ଦେଇଛି । ମଙ୍ଗଳବାର ଏଥିରେ ରେକର୍ଡ ହ୍ରାସ ଘଟିଛି । କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୭୭୦ ପଏଣ୍ଟ ସଙ୍କୁଚିତ ହୋଇଛି । ଫଳରେ ଏହା ୩୬,୫୬୩ ପଏଣ୍ଟକୁ ଖସିଆସିଛି । ବିଶେଷଜ୍ଞଙ୍କ ମତରେ ନିକୃଷ୍ଟ ଜିଡିପି ତଥ୍ୟ, ନିମ୍ନ ଭିତ୍ତିଭୂମି ଅଭିବୃଦ୍ଧି, ଦୁର୍ବଳ ଟଙ୍କା ଆଦି କେତେକ ଘରୋଇ କାରଣ ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ଫଳରେ ଗୋଟିଏ ଦିନରେ ନିବେଶକମାନେ ୨.୬୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବିଏସ୍‌ଇ ତାଲିକାଭୁକ୍ତ କମ୍ପାନିଙ୍କ ବଜାର ପୁଞ୍ଜି ୧୩୮.୩୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି । ଅଗଷ୍ଟ ୩୦ରେ ଏହା ୧୪୦.୯୮ ଲକ୍ଷ କୋଟି ଟଙ୍କା ରହିଥିଲା ।

ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟିରେ ୨୨୫ ପଏଣ୍ଟ ହ୍ରାସ ଘଟି ୧୦,୭୯୮ ପଏଣ୍ଟରେ ବନ୍ଦ ହୋଇଛି । ଆଇସିଆଇସିଆଇ ବ୍ୟାଙ୍କ, ଟାଟା ଷ୍ଟିଲ, ଟାଟା ମୋଟର୍ସ, ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ଏଚ୍‌ଡିଏଫ୍‌ସି ସେୟାର ମୂଲ୍ୟରେ ସର୍ବାଧିକ ପ୍ରଭାବ ପଡିଛି । ଏମାନଙ୍କ ସେୟାର ମୂଲ୍ୟ ୪.୫୮% ପର୍ଯ୍ୟନ୍ତ ସଙ୍କୁଚିତ ହୋଇଛି । ସେନ୍‌ସେକ୍ସରେ ୩୦ଟି ଷ୍ଟକ୍‌ ମଧ୍ୟରୁ ୨୮ଟିରେ ହ୍ରାସ ଘଟିଛି । ଏନ୍‌ଏସ୍‌ଇରେ ପ୍ରାୟ ସବୁ କମ୍ପାନିଙ୍କ ସେୟାର ନିମ୍ନମୁଖୀ ହୋଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ଶୁକ୍ରବାର ଜିଡିପି ତଥ୍ୟ ପ୍ରକାଶ ପାଇବା ପରେ ଏହା ନିବେଶକଙ୍କୁ ଅନେକ ମାତ୍ରାରେ ନିରାଶ କରିଛି । କ୍ରମାଗତ ପଞ୍ଚମ ତ୍ରୟମାସ ପାଇଁ ଦେଶର ଜିଡିପି ଅଭିବୃଦ୍ଧିରେ ହ୍ରାସ ଘଟିଛି । ଏହା ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଆସିଛି । ଏହା ସହିତ ଭିତ୍ତିଭୂମି ଅଭିବୃଦ୍ଧି ମଧ୍ୟ ନିକୃଷ୍ଟ ରହିଛି । ଅଗଷ୍ଟରେ ଦେଶର ବିନିର୍ମାଣ କାର୍ଯ୍ୟକଳାପ ୧୫ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏସବୁ କାରଣରୁ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ଜଣେ ଅର୍ଥନୀତିଜ୍ଞ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଏକ ବ୍ୟବସ୍ଥିତ ମୁଦ୍ରାନୀତିର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି ।

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ଅଗଷ୍ଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ପୁଞ୍ଜି ବଜାରରୁ ୫,୯୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ମଧ୍ୟ ବଜାରକୁ ପ୍ରଭାବିତ କରିଛି । ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଯୋଗୁ କମ୍ପାନିଗୁଡିକର ସେୟାର ମୂଲ୍ୟରେ ହ୍ରାସ ଘଟିଛି । ଫଳରେ ସେନ୍‌ସେକ୍ସ ନିମ୍ନମୁଖୀ ହୋଇଥିବା ଜଣାଯାଇଛି ।
ଆମେରିକା-ଚୀନ୍‌ ବାଣିଜ୍ୟ ଯୁଦ୍ଧର ପ୍ରଭାବ ମଧ୍ୟ ଅନେକ ମାତ୍ରାରେ ଭାରତୀୟ ପୁଞ୍ଜି ବଜାର ଉପରେ ପଡ଼ିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।କମାନେ ୨.୬୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।

ବିଏସ୍‌ଇ ତାଲିକାଭୁକ୍ତ କମ୍ପାନିଙ୍କ ବଜାର ପୁଞ୍ଜି ୧୩୮.୩୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି । ଅଗଷ୍ଟ ୩୦ରେ ଏହା ୧୪୦.୯୮ ଲକ୍ଷ କୋଟି ଟଙ୍କା ରହିଥିଲା । ଶୁକ୍ରବାର ଜିଡିପି ତଥ୍ୟ ପ୍ରକାଶ ପାଇବା ପରେ ଏହା ନିବେଶକଙ୍କୁ ନିରାଶ କରିଛି । କ୍ରମାଗତ ପଞ୍ଚମ ତ୍ରୟମାସ ପାଇଁ ଦେଶର ଜିଡିପି ଅଭିବୃଦ୍ଧିରେ ହ୍ରାସ ଘଟିଛି । ଏହା ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଆସିଛି । ଏହା ସହିତ ଭିତ୍ତିଭୂମି ଅଭିବୃଦ୍ଧି ମଧ୍ୟ ନିରାଶାଜନକ ରହିଛି । ଏସବୁ କାରଣରୁ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ଜଣେ ଅର୍ଥନୀତିଜ୍ଞ ପ୍ରକାଶ କରିଛନ୍ତି ।

ଏଭଳି ସ୍ଥିତିରେ ଏକ ବ୍ୟବସ୍ଥିତ ମୁଦ୍ରାନୀତିର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ମଧ୍ୟ ପୁଞ୍ଜି ବଜାରକୁ ପ୍ରଭାବିତ କରିଛି । ଅଗଷ୍ଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ପୁଞ୍ଜି ବଜାରରୁ ୫,୯୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ମଧ୍ୟ ବଜାରକୁ ପ୍ରଭାବିତ କରିଛି ।