PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

୩୫୪ କୋଟି ବ୍ୟାଙ୍କ ଜାଲିଆତି ମାମଲାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଣଜା ଗିରଫ,ମୁହଁ ଖୋଲିଲେ କମଳନାଥ

ନୂଆଦିଲ୍ଲୀ,୨୦।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଆଜି ଗିରଫ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଇଡି ତାଙ୍କୁ ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ  ରତୁଲ ପୁରୀଙ୍କୁ ଗିରଫ କରାଯାଇଛି। ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆା ଦ୍ବାରା ଅଭିଯୋଗକୁ ଭିତ୍ତିକରି ସିବିଆଇ ମାମଲା ରୁଜୁ କରିଥିଲା। ଏହାପରେ ପ୍ରବତ୍ତର୍ନ ନିର୍ଦେଶାଳୟ(ଇଡି) ମାମଲା ରୁଜୁ କରିଥିଲା। ସିବିଆଇ କମଳନାଥଙ୍କ ଭଣଜାଙ୍କ ସହିତ ତାଙ୍କର ବାପା ଦୀପକ ପୁରୀ ଓ ମା’ ନୀତା ପୁରୀଙ୍କ ବିରୋଧରେ ମଧ୍ୟ ଠକେଇ ଓ ଜାଲିଆତି ମାମଲା ରୁଜୁ କରିଛି।

ଏବେ ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ତାଙ୍କ ଭଣଜା ରତୁଲ ପୁରୀ ଗିରଫ ହେବାକୁ ନେଇ ମୁହଁ ଖୋଲିଛନ୍ତି। ସେ, କହିଛନ୍ତି ରତୁଲଙ୍କ ବ୍ୟବସାୟ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହି ମାମଲା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ଚାଲିଥିବା ପରି ମନେ ହେଉଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ନ୍ୟାୟାଳୟ ଏହି ମାମଲାର ଠିକ୍‌ ବିଚାର କରିବେ।’

ଡିଜିଟାଲ ଡାଟା ଷ୍ଟୋରେଜ୍‌ କମ୍ପାନୀ ମୋଜର ବାୟରର ପୂର୍ବତନ ନିର୍ଦ୍ଦେଶକ ରତୁଲ ପୁରୀ ମନିଲଣ୍ଡରିଂ ନିରୋଧ ଆଇନ ବଳରେ ସୋମବାର ରାତିରେ ଗିରଫ ହୋଇଥିଲେ। ତାଙ୍କ ବ୍ୟତୀତ କମ୍ପାନୀର ବହୁ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ବହୁ ଅଜ୍ଞାତ ଲୋକ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ କରିଦିଆଯାଇଛି।

ଉଲ୍ଲେଖନୀୟ ଯେ, ସଂସଦ ମାର୍ଗର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୩୫୪ କୋଟି ଟଙ୍କାର ଲୋନ୍ ଠକେଇ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିବିଆଇ ଆଜି ଏହି ମାମଲାରେ ୬ଟି ସ୍ଥାନରେ ଚଢାଉ ଚାରି ରଖିଛି। ମୋଜରଓ୍ବେୟରର ଓଖଲାର କାର୍ଯ୍ୟାଳୟ ବ୍ୟତୀତ କମ୍ପାନୀର ବର୍ତ୍ତମାନ ଓ ପୂର୍ବତନ ନିର୍ଦେଶକଙ୍କ ଘରେ ମଧ୍ୟ ଚଢାଉ ହେଉଛି।

ଗତ ୧୭ ତାରିଖରେ ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଥିଲା। ରତୁଲପୁରୀ ପୂର୍ବରୁ ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍ୟ ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏହି ମାମଲା ୧୭ ଅଗଷ୍ଟରେ ସିବିଆଇ ରୁଜୁ କରିଥିଲା। ଏହାପରେ ଇଡି ମନ ଲଣ୍ଡରିଂ ମାମଲା ରୁଜୁ କରିଥିଲା,ଏହି ନୂଆ ମାଲାରେ ଇଡି ତାଙ୍କୁ ଗିରଫ କରିଛି। ଏହି ଘଟଣା ପରେ ମୋଜର୍ ବାୟର୍ ପକ୍ଷରୁ ପ୍ରତିକ୍ରିୟା ଦେଇ କୁହାଯାଇଥିଲା, ରତୁଲ ଗିରଫ ହେବା ଏକ ଦୁର୍ଭାଗ୍ୟଜନକ ଘଟଣା।

ସମ୍ବନ୍ଧିତ ଖବର