PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ମେଡିକାଲ ରେକର୍ଡ ପାଇଁ ତିଆରି ହେବ ଆଇଡି, ଜାଣନ୍ତୁ ଡିଜିଟାଲ ହେଲଥ ମିଶନ୍ କ’ଣ?

https://www.theweek.in/

ନୂଆଦିଲ୍ଲୀ,୧୭।୮: ଭାରତର ୭୪ ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲାରୁ ଦେଶକୁ ସମ୍ବୋଧନ କରି ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନ୍ ଲଞ୍ଚ କରିଛନ୍ତି। ଏହି ଯୋଜନାକୁ ଲଞ୍ଚ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦେଶରେ ପୁଣି ଏକ ବହୁତ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆସନ୍ତୁ ଜାଣିବା କ’ଣ ହେଉଛି ସେହି ଅଭିଯାନ ଓ କିଭଳି ଦେଶବାସୀଙ୍କୁ ମିଳିବ ଫାଇଦା।

ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନ୍ କ’ଣ?
ମୁଖ୍ୟ ଭାବରେ ‘ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନ୍’ର ଲକ୍ଷ୍ୟ ହେଉଛି ଲୋକଙ୍କୁ ଭଲ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରିବା। ସରକାର ଏଥିପାଇଁ ଟେକ୍ନଲୋଜିର ଅଧିକ ବ୍ୟବହାର କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ପାଇଁ ଏକ ଆପ୍ ମଧ୍ୟ ପ୍ରସ୍ତୁତ କରାଯିବ।


କିଭଳି ହେବ ଆଇଡି:

ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନ୍ ଅନୁସାରେ ପ୍ରତି ବ୍ୟକ୍ତିଙ୍କ ଏକ ହେଲଥ୍ ଆଇଡି ପ୍ରସ୍ତୁତ କରାଯିବ, ଯେଉଥିରେ ପ୍ରତି ବ୍ୟକ୍ତିଙ୍କ ମେଡିକଲ ରେକର୍ଡ ବ୍ୟାକଅପ୍ ରହିବ। ପ୍ରତି ଟେଷ୍ଟ, ପ୍ରତି ରୋଗ, ଆପଣଙ୍କୁ କୌଣସି ଡାକ୍ତର କେଉଁ ଔଷଧ ଦେଲେ, କେବେ ଦେଲେ, ଆପଣଙ୍କ ରିପୋର୍ଟ କ’ଣ ଥିଲା, ଏସବୁ ସୂଚନା ଏହି ହେଲଥ୍ ଆଇଡିରେ ରହିବ। ଉଲ୍ଲେଖନୀୟ ଯେ, ଯେଉଁଭଳି ଭାବରେ ଆଧାର କାର୍ଡ, ପାନ୍ କାର୍ଡ ଓ ଲାଇସେନ୍ସ ଜରୁରୀ ଅଟେ। ଆଗାମୀ ଦିନରେ ହେଲଥ୍ କାର୍ଡ ମଧ୍ୟ ଜରୁରୀ ହୋଇଯିବ।

କ’ଣ ଏହାର ଉଦେଶ୍ୟ:

ଏବେ କୌଣସି ଏଭଳି ଡାଟା ଆସିନି ଯାହାଦ୍ବାରା ସ୍ପଷ୍ଟ ହୋଇପାରିନି ଯେ, ବ୍ୟକ୍ତିକୁ ପୂର୍ବରୁ କେଉଁ ରୋଗ ହୋଇଥିଲା ଓ କେଉଁ କେଉଁ ପ୍ରକାର ଔଷଧ ଖାଉଥିଲା। ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନ୍ ଅନୁଯାୟୀ ଏକ ୟୁନିକ କାର୍ଡ ଜାରି କରାଯିବ। ଏହି କାର୍ଡ ଜରିଆରେ ରୋଗୀଙ୍କ ବ୍ୟକ୍ତିଗତ ରେକର୍ଡ ସମ୍ପର୍କରେ ସୂଚନା ମିଳିପାରିବ।

ସମ୍ବନ୍ଧିତ ଖବର