PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଆତଙ୍କୀଙ୍କୁ ଚ୍ୟାଲେଞ୍ଜ: ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର, ଶ୍ରୀନଗର ଲାଲଚୌକରେ ଉଡିଲା ତ୍ରୀରଙ୍ଗା

ଶ୍ରୀନଗର,୨୬।୧: ସ୍ୱାଧୀନତା ପରେ ପ୍ରଥମ ଥର ଶ୍ରୀନଗରର ଲାଲ ଚୌକରେ ଉଡିଲା ଜାତୀୟ ପତାକା। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟ ଯୁବକମାନେ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ବହୁ ସଂଖ୍ୟାରେ ସ୍ଥାନୀୟ ଯୁବକଙ୍କ ବ୍ୟତୀତ ମହିଳା ଓ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ଆତଙ୍କବାଦୀଙ୍କ ଧମକ କାରଣରୁ ଲାଲ ଚୌକ୍‌ରେ ତ୍ରୀରଙ୍ଗା ଉତ୍ତୋଳନ କରିବା ପାଇଁ ଯୁବପୀଢିମାନେ ଆଗକୁ ଆସୁନଥିଲେ।

ଧାରା ୩୭୦ ଉଚ୍ଛେଦ କରାଯିବା ଓ ଆତଙ୍କବାଦୀଙ୍କୁ ଲଗାତାର ନିପାତ କରିବା ପରେ ସ୍ଥାନୀୟ ଯୁବକମାନେ ଆଗକୁ ଆସି ଭାରତ ମାତା କୀ ଜୟ ନାରା ଦେବା ସହ ଲାଲଚୌକର ଘଣ୍ଟା ଘର ଉପରେ ତ୍ରୀରଙ୍ଗା ଉଡାଇଥିଲେ। ସ୍ଥାନୀୟ ଯୁବକମାନେ ଆତଙ୍କବାଦୀ ଓ ତାଙ୍କର ସହଯୋଗୀଙ୍କୁ ଏବେ ବାସ୍ତବିକତା ଦେଖାଇବା ଆରମ୍ଭ କରିଦେଇଛନ୍ତି। ତାଙ୍କର କହିବା ଅନୁସାରେ, ଆତଙ୍କବାଦ କାରଣରୁ ଘାଟିରେ ବହୁ ଲୋକଙ୍କ ଜୀବନ ଯାଇଛି। ଏବେ ସେମାନେ ଆଉ ସହିବେନି।

ଏହା ପୂର୍ବରୁ ଶ୍ରୀନଗରର ଶେର-ଏ-କଶ୍ମୀର ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ସମାରୋହ କଡା ସୁରକ୍ଷା ଭିତରେ ଆୟୋଜିତ କରାଯାଇଛି। କୌଣସି ଅପ୍ରିୟ ଘଟଣାକୁ ଏଡାଇବା ପାଇଁ ଶ୍ରୀନଗର ସହିତ ପୁରା କାଶ୍ମୀର ଘାଟିରେ କଡା ସୁରକ୍ଷା ଲାଗୁ କରାଯାଇଛି। କିଛି ସମ୍ବେଦନଶୀଳ ସ୍ଥାନରେ ସାର୍ପ ସୁଟ୍‌ରଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏଭଳି ବନ୍ଦୋବସ୍ତ ଅନ୍ୟ ଜିଲ୍ଲା ମୁଖ୍ୟାଳୟ ଗୁଡିକରେ ମଧ୍ୟ କରାଯାଇଛି। ଗଣତନ୍ତ୍ର ଦିବସ ସମାରୋହରେ ପୋଲିସ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀ ପରେଡ୍‌ରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର