ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌ ଟିଭିରେ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ର ଉଦ୍ଧାର କାହାଣୀ; ବଖାଣିବେ ନବୀନ

ଭୁବନେଶ୍ୱର ୨୬/୯: ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌(ନାଟ୍‌ ଜିଓ)ରେ ପ୍ରସାରିତ ହେବ ଗତ ମେ’ ୩ରେ ଓଡ଼ିଶାରେ ଆସିଥିବା ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ର ଉଦ୍ଧାର କାହାଣୀ । ରାଜ୍ୟ ସରକାର କିପରି ସଫଳତାର ସହ ଲୋକଙ୍କୁ ଉଦ୍ଧାର କରିଥିଲେ, ସେ ସମ୍ପର୍କିତ ରିପୋର୍ଟ ଦେଖିବାକୁ ମିଳିବ ଏହି ଜାତୀୟ ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ଚିତ୍ରରେ । ୧୯୯୯ ପରେ ଆସିଥିବା ଏହି ବଡ଼ ବାତ୍ୟା ‘ଫୋନି’ କେତେ ଭୟାନକ ଥିଲା ଓ ଏହା ପୂର୍ବରୁ କିଭଳି ପ୍ରସ୍ତୁତ କରାଯାଇଥିଲା ତାକୁ ନେଇ ନିର୍ମାଣ ହୋଇଛି ‘ମେଗା ସାଇକ୍ଲୋନ୍‌ ଫୋନି’- ରେସ୍‌କୁି୍ୟଂ ଏ ମିଲିଅନ୍‌’ ।

ଯାହା ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ( ଶୁକ୍ରବାର) ରାତି ୯ଟାରେ ପ୍ରସାରିତ ହେବ । ଚ୍ୟାନେଲ ପକ୍ଷରୁ ଏହି ଚିତ୍ରର ପ୍ରୋମୋ ସୋସିଆଲ୍‌ ମିଡିଆରେ ପ୍ରସାରିତ ହେବା ପରେ ସଂଖ୍ୟାଧିକ ଲୋକ ଏହାକୁ ଦେଖିବା ସହ ସେୟାର ଏବଂ ଲାଇକ୍‌ କରିଛନ୍ତି । ଏତେ ବଡ଼ ଆହ୍ୱାନକୁ କିପରି ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସତର୍କ କରାଯାଇଥିଲା, ୪୦ ସେକେଣ୍ଡ୍‌ର ପ୍ରୋମୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ବାବଦରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି । ବାତ୍ୟା ପୁରୀରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୀର୍ଘ ୨୪ଘଣ୍ଟା ଭିତରେ ୧୪ ଜିଲ୍ଲାର ଲକ୍ଷାଧିକ ଲୋକଙ୍କୁ ୮୭୯ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ପାଖାପାଖି ୪୫,୦୦୦ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ ।

ବାତ୍ୟାରେ ରାଜ୍ୟର ୧୪ଟି ଜିଲ୍ଲାର ୧.୬୫ କୋଟି ଲୋକ ପ୍ରଭାବିତ ହୋଇଥିଲେ । ଏହି ପ୍ରାକୃତିକ ଦୁର୍ବିପାକରେ ୨୪,୧୭୬ କୋଟି ଟଙ୍କାର କ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଆକଳନ ରିପୋର୍ଟରେ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…