ପିଲାଙ୍କ ଚାପମୁକ୍ତି ପାଇଁ ସରକାରଙ୍କ ଚିନ୍ତା: ଶନିବାରକୁ ଘୋଷିତ କରାଗଲା ‘ନୋ ସ୍କୁଲ ବ୍ୟାଗ୍ ଡେ’

ନୂଆଦିଲ୍ଲୀ ୯।୯: ଆଉ ଶନିବାର ସ୍କୁଲ ବ୍ୟାଗ୍ ନେବେନି ଛାତ୍ରଛାତ୍ରୀ। କାରଣ ସପ୍ତାହର ପ୍ରତି ଶନିବାରକୁ ‘ନୋ ସ୍କୁଲ ବ୍ୟାଗ୍ ଡେ’ ଭାବେ ଘୋଷଣା କରିଛନ୍ତି ମଣିପୁର ସରକାର। ଏହି ନୂଆ ନିୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଶନିବାର ସ୍କୁଲକୁ ସ୍କୁଲ ବ୍ୟାଗ ନେବେ ନାହିଁ।

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି କି, ସାରା ବିଶ୍ବ ଯେଉଁ ଦ୍ରୁତ ମାତ୍ରାରେ ପରିବର୍ତ୍ତନ ହେଉଛି ସେହି ଅନୁସାରେ ଆମେ ମଧ୍ୟ ପିଲାମାନଙ୍କୁ କିଛି ମାତ୍ରାରେ ସ୍ୱାଧୀନ ଦେବା ଦରକାର ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ, ଶିକ୍ଷା ବିଭାଗ ଉଚିତ୍ ବିଚାର ବିମର୍ଶ ପରେ ନିର୍ଣ୍ଣୟ ନେଇଛନ୍ତି।

ସୂଚନାଯୋଗ୍ୟ ଗତ ସପ୍ତାହରେ ମଣିପୁର ସରକାର ଶନିବାରକୁ ‘ନୋ ସ୍କୁଲ ବ୍ୟାଗ ଡେ’ ଘୋଷଣା କରିଥିଲେ। ଏହା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ। ଏହି ଦିନଟିରେ ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ କ୍ରୀଡ଼ା, ମନୋରଞ୍ଜନ ଓ ଅନ୍ୟ ବିଷୟରେ ଶିକ୍ଷା ଓ ତାଲିମ ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

   ସମ୍ବନ୍ଧିତ ଖବର


Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?