ଅକ୍ଟୋବରରୁ ଚାଲିବ ଦେଶର ପ୍ରଥମ ଘରୋଇ ଟ୍ରେନ: ବିମାନ ଭଡ଼ାରୁ ୫୦ ପ୍ରତିଶତ କମ ରହିବ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ ୧୧।୯: ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବାକୁ ଯାଉଥିବା ଦେଶର ପ୍ରଥମ ଟ୍ରେନରେ ‘ତେଜସ ଏକ୍ସପ୍ରେସ’ର ତାରିଖ ନିର୍ଦ୍ଧାରିତ ହୋଇଯାଇଛି। ତେବେ ତେଜସ ଏକ୍ସପ୍ରେସରେ କିଭଳି ବ୍ୟବସ୍ଥା ରହିବ, ଆଇଆରସିଟିସି ଏହାର ଆଭାସ ଦେଇଛି ।

ଆଇଆରସିଟିସି ଖୁବ ଶୀଘ୍ର ଦିଲ୍ଲୀ-ଲଖନଉ ରୁଟରେ ତେଜସ ଏକ୍ସପ୍ରେସକୁ ଘରୋଇ ସଂସ୍ଥାର ନେତୃତ୍ୱରେ ପରିଚାଳିତ କରିବ । ଏହି ତେଜସ ଏକ୍ସପ୍ରେସକୁ ପରିଚାଳନା ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଦେଶର ପ୍ରଥମ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ଟ୍ରେନରେ ଭଲ ବ୍ୟବସ୍ଥା ରହିବ ବୋଲି ଅନୁମାନ କରାଯାଉଛି ।

ଏହି ଟ୍ରେନର ଭଡା ଡାଏନାମିକ ଆଧାରରେ ହେବ । ମାତ୍ର ଏହି ରୁଟରେ ବିମାନ ଭଡ଼ା ଠାରୁ ମଧ୍ୟ ତେଜସର ଯାତ୍ରୀ ଭଡ଼ା କମ ରହିବ । ସୂଚନାଯୋଗ୍ୟ, ଅକ୍ଟୋବର ୪ ପାଖାପାଖି ଏହି ଟ୍ରେନ ପ୍ରାଇଭେଟ ସଂସ୍ଥା ଦ୍ୱାରା ପରିଚାଳିତ ହେବ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏଥି ପାଇଁ ସମୟ ମଗାଯାଇଛି । ସେ ସମୟ ଦେବା ପରେ ତାରିଖ ନିର୍ଦ୍ଧାରଣ ହେବ ।

ମିଳିଥିବା ସୁଚନାନୁସାରେ ଯଦି ଆପଣ ତେଜସ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଛନ୍ତି, ତା’ ହେଲେ ଆପଣଙ୍କର ସାମାନ ଘରୁ ନେବା ଠାରୁ ଆରମ୍ଭ କରି ଘରକୁ ଡ୍ରପ କରିବା ପର୍ଯ୍ୟନ୍ତ ଘରୋଇ ସଂସ୍ଥା ପହଞ୍ଚାଇବା ଯାଏଁ ସୁବିଧା ଦେବାକୁ ଯୋଜାନ କରୁଛି ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା