ଜାପାନ ସହ ଆଉ ଏକ ବଡ଼ ‘ମୁନ୍ ମିଶନ’ ପ୍ରସ୍ତୁତିରେ ଇସ୍ରୋ; ଏହି ବଡ଼ ଯୋଜନା ଉପରେ ଚାଲୁଛି କାମ

ନୂଆଦିଲ୍ଲୀ ୮।୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପୂର୍ବରୁ ନିଖୋଜ ହୋଇଯାଇଛି ସତ, କିନ୍ତୁ ଇସ୍ରୋର ସାହସକୁ ସାରା ବିଶ୍ଵ ପ୍ରଶଂସା କରିଛି। ତେବେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ନ ହୋଇ ବର୍ତ୍ତମାନ ଆଉ ଏକ ବଡ଼ ‘ମୁନ୍‌ ମିଶନ’ର ପ୍ରସ୍ତୁତି ଚଳାଇଛନ୍ତି। ଇସ୍ରୋର ଆଗାମୀ ମିଶନ ପୂର୍ବ ତୁଳନାରେ ଉନ୍ନତ ଏବଂ ବଡ଼ ମିଶନ ହେବ ବୋଲି ଜଣାପଡ଼ିଛି। ଏହି ମିଶନରେ ଇସ୍ରୋ ଚନ୍ଦ୍ରର ମେରୁ ଅଞ୍ଚଳରୁ ନମୁନା ସଂଗ୍ରହ କରି ଆଣିବ ବୋଲି କୁହାଯାଉଛି।

ଚନ୍ଦ୍ରର ମେରୁ ଅଞ୍ଚଳରେ ଗବେଷଣା କରିବା ଲାଗି ଉଦ୍ଦିଷ୍ଟ ଏହି ମିଶନକୁ ଇସ୍ରୋ ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସୀ(ଜାକ୍‌ସା) ସହିତ ଭାଗିଦାରିତାରେ କରିବ। ଇସ୍ରୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଇସ୍ରୋ ଏବଂ ଜାକ୍‌ସାର ବୈଜ୍ଞାନିକମାନେ ଚନ୍ଦ୍ରର ମେରୁ ଅଞ୍ଚଳରେ ଗବେଷଣା କରିବା ପାଇଁ ଏକ ମିଳିତ ସାଟେଲାଇଟ ମିଶନ ଉପରେ କାମ କରିବାର ସମ୍ଭାବନା ରହିଛି।

ଇସ୍ରୋ ଏବଂ ଜାକ୍‌ସାର ମିଳିତ ମିଶନକୁ ୨୦୨୪ରେ ଲାଗୁ କରାଯିବ। ଏହା ପୂର୍ବରୁ ୨୦୨୨ରେ ଭାରତର ପ୍ରସ୍ତାବିତ ଗଗନୟାନ ମିଶନ ରହିଛି, ଯେଉଁଥିରେ ୩ ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବ। ପ୍ରଥମ ଥର ଲାଗି ଭାରତ ଏବଂ ଜାପାନ ମଧ୍ୟରେ ମିଳିତ ମୁନ ମିଶନକୁ ନେଇ ୨୦୧୭ରେ ସାର୍ବଜନୀନ ସ୍ତରରେ ଆଲୋଚନା ହୋଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ କରିବା ସମୟରେ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ