ରେଳ ମନ୍ତ୍ରାଳୟର ବଡ ନିଷ୍ପତି: ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ଲାଗିବ କଟକଣା

ନୂଆଦିଲ୍ଲୀ ୨୧।୮: ଭାରତୀୟ ରେଳ ମନ୍ତ୍ରାଳୟ ପ୍ଳାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଟକଣା ଜାରି କରିବା ପାଇଁ ନିଷ୍ପତ୍ତି ନେଇଛି। ଏହାକୁ ନେଇ ଦେଶରେ ଥିବା ସମସ୍ତ ରେଳ ଡିଭିଜନକୁ ନିର୍ଦ୍ଦେଶ ଦେଇଛି।

ନିର୍ଦ୍ଦେଶରେ କୁହାଯାଇଛି କି, ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀଠାରୁ ୫୦ ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ କରାଯିବ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛି । ପ୍ଲାଷ୍ଟିକ ଅଳିଆ ଆବର୍ଜନା ହ୍ରାସ କରିବା ପାଇଁ ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ଏହି ପଦକ୍ଷେପ ଦ୍ୱାରା ପରିବେଶ ସୁସ୍ଥ ଏବଂ ସ୍ୱଚ୍ଛ ରଖିବାରେ ସହାୟତା ହେବ । ଏହି ଆଦେଶକୁ ଗାନ୍ଧୀ ଜୟନ୍ତୀଠାରୁ କଡାକଡି ଭାବେ ଲାଗୁ କରାଯିବ ।

ତେବେ ଯାତ୍ରୀମାନେ ବ୍ୟବହାର କରୁଥିବା ଖାଲି ପ୍ଲାଷ୍ଟିକ ପାଣିବୋତଲକୁ କ୍ୟାଟରିଂ କର୍ମଚାରୀ ସଂଗ୍ରହ କରି ଏହାକୁ ରି ସାଇକିଲିଂ ପାଇଁ ନେବେ । ସମସ୍ତ ବଡ ଷ୍ଟେସନରେ ପାଷ୍ଟିକ ବୋତଲକୁ ନଷ୍ଟ କରିବା ସହ ରି ସାଇକେଲିଂ ପାଇଁ ପ୍ରସ୍ତୁତ କରିବା ପାଇଁ ମେସିନ ଲଗାଯିବ।

   ସମ୍ବନ୍ଧିତ ଖବର


ଦାଦା-ଝିଆରୀ ପ୍ରେମ , ବିବାହ ପରେ ଆରମ୍ଭ ହେଲା ନିର୍ଯାତନା…ଆଉ ତାପରେ…

ପାନୀୟଜଳ ପ୍ରକଳ୍ପ ନାଁରେ ଗାଁ ଲୋକଙ୍କୁ ଭୁତାଇଛି ଇମ୍ଫା କମ୍ପାନୀ – ପିଇବା ପାଣି ପାଇଁ ସମସ୍ୟାରେ ଲୋକେ

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍