ଘର ବିକିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ଜାଣନ୍ତୁ କାରଣ

ଶ୍ରୀନଗର,୧୨ା୯(ଏଜେନ୍ସି): ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଦକ୍ଷିଣ କାଶ୍ମୀରର ବିଜବେହାରାଠାରେ ଥିବା ବାସଭବନକୁ ବିକ୍ରି କରିବେ । ଏହି ଘରଟି ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ନାମରେ ଅଛି ।

ରିପୋର୍ଟ ମୁତାବକ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ତାଙ୍କ ବାସଭବନକୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯାଇଛି । ଏଣୁ ବିନା ସୁରକ୍ଷାରେ ସେଭଳି ଅଶାନ୍ତ ପରିବେଶରେ ରହିବା କଷ୍ଟକର ଦର୍ଶାଇ ସେ ନିଜ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବାସଭବନ ବାହାରେ ସେ ଘର ବିକ୍ରି କରିବାକୁ ବିଜ୍ଞାପନ ମଧ୍ୟ ଲଗାଇଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ