ଭୂକମ୍ପରେ ଦୋହଲି ଗଲା ସାରା ପାକିସ୍ତାନ:୧୦ ଫୁଟ୍ ତଳକୁ ରାସ୍ତା ଫାଟି ହେଲା ଦୁଇଫାଳ, ଦେଖନ୍ତୁ ଛାତିଥରା ଏହି କିଛି ଫଟୋ

ମୀରପୁର,୨୪।୯: ଉତ୍ତର ଭାରତ ସହିତ ସାରା ପାକିସ୍ତାନ ଆଜି ଅପରାହ୍ନରେ ସୃଷ୍ଟି ହୋଇଥିବା ଭୂ-କମ୍ପ ଝଟକାରେ ଥରି ଉଠିଛି। ତେବେ ଭାରତ ଅପେକ୍ଷା ପାକିସ୍ତାନରେ ଭୂକମ୍ପର ସବୁଠାରୁ ଅଧିକ ପ୍ରଭାବ ପଡିଛି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ମୀରପୁରରେ ଭୂକମ୍ପ ଜନିତ କ୍ଷୟକ୍ଷତି ବେଶ୍ ଅଧିକ ରହିଛି। ଭୂକମ୍ପ କାରଣରୁ ମୀରପୁରରେ ବହୁ ବିଲ୍ଡିଂ ଭୁଶୁଡି ପଡିଛି।

ଏକ ବିଲ୍ଡିଂ ଭୁଶୁଡି ପଡିବା କାରଣରୁ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେଭଳି ଇସଲାମାବାଦ, ରାଓ୍ବଲପିଣ୍ଡି, ମୁରୀ, ଝେଲମ, ଚାରସଢା, ଖ୍ବାତ, ଖେବର, ଅବୋଟାବାଦ, ବଜୋର, ନଭଶେର, ମନଶେରା, ବଟ୍ଟାଗ୍ରାମ, ତୋରଗଢ ଓ କୋହିତାନରେ ଭୂକମ୍ପ ଜନିତ ପ୍ରବଳ କ୍ଷୟକ୍ଷତି ଦେଖିବାକୁ ମିଳିଛି।

ଉଲ୍ଲେଖନୀୟ ଯେ, ପାକିସ୍ତାନରେ ୬.୩ ତୀବ୍ରତାରେ ଭୂକମ୍ପର ଝଟକା ଅନୂଭୁତ ହୋଇଛି। ଭୂକମ୍ପର କେନ୍ଦ୍ର ଲାହୋରଠାରୁ ୧୭୩ କିଲୋମିଟର ଦୂର ମୀରପୁର ବୋଲି କୁହାଯାଉଛି। ସେହି କାରଣରୁ ମୀରପୁରରେ ସବୁଠାରୁ ଅଧିକ କ୍ଷତି ହୋଇଛି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପ ଯୋଗୁଁ ରାସ୍ତା ଫାଟି ଦୁଇଫାଳ ହୋଇଯାଇଛି।  ଯାହାଫଳରେ ଶତାଧିକ ଗାଡି ଅଟକି ରହିଛି ରାସ୍ତା​‌ ଉପରେ। ଏପର୍ଯ୍ୟନ୍ତ ଶତାଧିକ ଆହତ ହୋଇଥିବା ବେଳେ ୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିପାରେ।

ଭୂକମ୍ପ ଝଟକା ଅନୁଭବ ହେବାପରେ ଲୋକମାନେ ଘର ଭିତରୁ ବାହାରକୁ ଚାଲିଆସିଥିଲେ ଓ ଧାଁ ଦଉଡି ସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟା ୩୩ ମିନିଟରେ ପ୍ରାୟ ୧୫ରୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ପାକିସ୍ତାନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୀରପୁର ସହିତ ଝେଲମରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି।

   ସମ୍ବନ୍ଧିତ ଖବର


ନିର୍ବାଚନ ବିଜ୍ଞାପନରୁ ନୀତୀଶ କୁମାରଙ୍କ ଚେହେରା ଗାଏବ , କେବଳ ରହିଛି ପିଏମ୍‌ ମୋଦିଙ୍କ ଫଟୋ !

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?