PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ରାସ୍ତା ମଝିରେ ସମାଜବାଦୀ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

pic-livehindustan.com

ପାଟନା: ସମାଜବାଦୀ ଜନତା ଦଳ(ଏସ୍‌ଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲଫିକାର ଅଲୀ ଭୁଟ୍ଟୋଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ। ବିହାର ଶିବାନାରେ ଏହି ଗୁଳିକାଣ୍ଡ ହୋଇଛି। ବସନ୍ତପୁର ଥାନା ଅଧିନସ୍ଥ ସାମପୁର ବଜାର ସ୍ଥିତ ଉତ୍କ୍ରମିତ ମଧ୍ୟ ବିଦ୍ୟାଳୟରରୁ ଜନକୀ ନଗରକୁ ସଂଯୋଗ କରୁଥିବା ରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଏସ୍‌ଜେପି ନେତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି।

ଶେଖପୁରାବାସୀ ଜୁଲଫିଫିକାରଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପ୍ରାଚାର ହେବା ପରେ ତୁରନ୍ତ ପୁଲିସ ତତ୍ପର ହୋଇ ଉଠିଥିଲା। ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଧୀଙ୍କର ସୂଚନା ମିଳିପାରି ନାହିଁ।

ସୂଚନା ଅନୁସାରେ, ଜୁଲଫିକାର ସାମପୁରା ବଜାରରୁ କାମ ସାରି ଘରକୁ ଫେରୁଥିଲେ। ସେ ଜାନକୀ ନଗର ପାଖରେ ପହଞ୍ଚିବା ବେଳକୁ ବାଇକ ସବାର କିଛି ଦୁର୍ବୃତ୍ତ ତାଙ୍କୁ ଘେରି ଯାଇ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିବାଜିବା ପରେ ଜୁଳଫିକାର ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହାର କିଛି ସମୟରେ ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।  ଜୁଲଫିକାରଙ୍କ ଶରୀରେ ୧୫ ଗୁଳି ବାଜିଛି ବୋଲି ସୂଚନା ମିଳିଛି।

ଏହି ଘଟଣା ବିଜୁଳି ବେଗରେ ବ୍ୟାପିଯିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଜୁଲଫିକାର ସମର୍ଥକଙ୍କ ଭିଡ଼ ଲାଗିଥିଲା। ଘଟଣା ସ୍ଥଳରେ ଉପସ୍ଥିତି ଥିବା ଲୋକଙ୍କ କହିବା କଥା ହେଲା ପ୍ରାୟ ୧୦ରୁ ଅଧିକ ବାଇକ ସବାର ଏହି ଗୁଳିକାଣ୍ଡ ଘଟାଇଛନ୍ତି।

ସୂଚନା ଥାଉକି, ୬ ବର୍ଷ ତଳେ ୨୦୧୫ରେ ଜୁଲଫିକାରଙ୍କ ଭାଇ ମିହ୍ନାଜଙ୍କୁ ବି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଶେଖପୁରା ଗାଁ’ର ରାଜା ଖାଁ ସାମିଲ ଥିଲା ବୋଲି କୁହାଯାଇଥିଲା। ଏହାର କିଛି ଦିନ ପରେ ରାଜା ଖାଁକୁ ମଧ୍ୟ ଲୋକମାନେ ପିଟିପିଟି ମାରିଦେଇଥିଲେ।