PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ନିଆଁ ଭଳି ବ୍ୟାପିବାରେ ଲାଗିଛି ସିଏଏ ବିକ୍ଷୋଭ, ରାଜ୍ୟରୁ ରାଜ୍ୟକୁ ଡେଉଁଛି ତାତି

ନୁଆଦିଲ୍ଲୀ ୧୯/୧୨: ନାଗରିକତା ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଲାଗିରହିଛି । ଏହି ଆଇନକୁ ବିରୋଧ କରୁଥିବା ପାର୍ଟି ମଇଦାନକୁ ଓହ୍ଲାଇ ଆସିଛନ୍ତି । ସେମାନଙ୍କୁ ବିଶ୍ୱବିଦ୍ୟାଳୟର ସମର୍ଥନ ମିଳୁଛି । ମୁମ୍ବାଇରେ କଂଗ୍ରେସ-ଏନସିପିର ପ୍ରଦର୍ଶନରେ ଶିବସେନା  ସାମିଲ ହେବା ପାଇଁ ମନା କରିଦେଇଛି ।  

ସାରା ଦେଶରେ ବିକ୍ଷୋଭକୁ ନଜରରେ ରଖି ଦିଲ୍ଲୀ, ମୁମ୍ବାଇ-ବେଙ୍ଗାଲୁରୁ ପର୍ଯ୍ୟନ୍ତ ପୋଲିସକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାରା ୟୁପିରେ ପୂର୍ବରୁ ହିଁ ଧାରା ୧୪୪ ଲାଗୁ କରିଦିଆଯାଇଛି । ଡିଜିପି ଛାତ୍ରଛାତ୍ରୀଙ୍କ ପିତା-ମାତାଙ୍କୁ ନିଜ ପିଲାଙ୍କୁ ପ୍ରଦର୍ଶନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ସିଏଏ ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖି ସୋନିଆ ଗାନ୍ଧୀ କଂଗ୍ରେସ କୋର୍ କମିଟି ବୈଠକ ଡକାଇଛନ୍ତି । ବୈଠକ ଆଜି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ହେବ ।

ଭାରତୀ ଏୟାରଟେଲ୍ ସଂସ୍ଥାପକ ଅଧ୍ୟକ୍ଷ, ସୁନିଲ ଭାରତୀ ମିତ୍ତଲ ଦିଲ୍ଲୀର କିଛି ଭାଗରେ ଇଣ୍ଟରନେଟ୍ ସେବା ଉପରେ ରୋକକୁ ନେଇ କହିଛନ୍ତି ଯେ ସରକାରଙ୍କ ଆଦେଶ ମାନିବାକୁ ଆମେ ବାଧ୍ୟ । ଆମେ ଆଦେଶ ପାଳନ କରୁଛୁ ।

ଦିଲ୍ଲୀ-ଗୁରୁଗ୍ରାମରେ ଟ୍ରାଫିକ୍ ଜାମ ଯୋଗୁଁ ଇଣ୍ଡିଗୋ ରଦ୍ଦ କଲା ୧୯ ଉଡାଣ ।

ଦିଲ୍ଲୀର ସୁରଜମଲ୍ ଷ୍ଟାଡିୟମରେ ଅଟକ ରଖାଯାଇଥିବା ପ୍ରଦର୍ଶନକାରୀଙ୍କୁ ପୋଲିସ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛି ।

କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତ ଦିଲ୍ଲୀର ମଣ୍ଡି ହାଉସରୁ ପୋଲିସ କଷ୍ଟଡିକୁ ଯାଇଛନ୍ତି ।

କୋଲକାତାରେ ସିଏଏ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ପହଞ୍ଚିଲେ ଫିଲ୍ମ ମେକର୍ ଅର୍ପଣା ସେନ୍ ।

ବେଙ୍ଗାଲୁରୁରେ କଂଗ୍ରେସ ଏମଏଲଏ ରିଜୱାନ୍ ଅର୍ଶଦଙ୍କୁ ଅଟକ ରଖାଯାଇଛି ।

ଗୁଜରାତର ଅହମଦାବାଦରେ ପୋଲିସ ଓ ପ୍ରଦର୍ଶନକାରୀ ମୁହାଁମୁହିଁ । ପୋଲିସର ଲାଠି ଚାର୍ଜ ।

ଉତ୍ତର ପ୍ରଦେଶର ସମ୍ଭଲରେ ପ୍ରଦର୍ଶନକାରୀ ବସରେ ଲଗାଇଲେ ନିଆଁ ।

ସମ୍ଭଲର ଡିଏମ୍ କହିଳେ ଆଗାମୀ ସୂଚନା ପର୍ଯ୍ଯନ୍ତ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପ୍ରଦର୍ଶନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରଦର୍ଶନ କରିବା ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଚାହୁଁଛି ସରକାର ଏହି ବିଲ୍ ନୁହେଁ ବରଂ ଯୁବକଙ୍କୁ ନିଯୁକ୍ତି ଦିଅନ୍ତୁ ।

ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରେ ହେବାକୁ ଯାଉଥିବା ପ୍ରଦର୍ଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡା କରାଯାଉଛି ।

ଶିରୋମଣି ଅକାଳି ଦଳ ନେତା ସୁଖବୀର ସିଂହ ବାଦଲ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରଦର୍ଶନ କରିବା ପାଇଂ ଅପିଲ୍ କରୁଛନ୍ତି ।

ଆସାମ ଗୁଆହାଟୀରେ ସିଏଏ ବିରୁଦ୍ଧରେ ଧାରଣାରେ ବସିଥିବା ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଥଥା କଂଗ୍ରେସ ନେତା ହରିଶ୍ ରାୱତ ।

ମଣ୍ଡି ହାଉସ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ କରାଯାଇଛି ।

ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦକୁ ପୋଲିସ ଅଟକ ରଖିଛି ।