ପ୍ରମୂଖ ଖବର
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଏବେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଖେଳିପାରେ ଆତଙ୍କ, ୟୁଏସ୍‌ ଓ ନାଟୋ ସେନା କରୁଛନ୍ତି ସିଧା ଏଣ୍ଟ୍ରିର ପ୍ଲାନିଂ ?

ନୂଆଦିଲ୍ଲୀ – ଗୋଟେ ପଟେ ଯେଉଁଠି ରୁଷ୍‌ ଓ ଚୀନ୍‌, ୟୁକ୍ରେନ୍‌ ଯୁଦ୍ଧକୁ ନିର୍ଣ୍ଣାୟକ ମୋଡ ଦେଇ ଶେଷ କରିବାର ରଣନୀତି ଉପରେ ଆଲୋଚନା କରୁଛନ୍ତି , ଅନ୍ୟପଟ ନାଟୋ ସହଯୋଗୀ ୟୁକ୍ରେନ ଆଡ଼କୁ ଧିରେ ଧିରେ ଅଗ୍ରସର ହେଉଛନ୍ତି। ନାଟୋ ସହଯୋଗୀ ଏବେ ୟୁକ୍ରେନର ସେନା ବାହିନୀକୁ ପ୍ରଶିକ୍ଷିତ କରିବା ନେଇ ୟୁକ୍ରେନକୁ ସେନା ପଠାଇବାର ପ୍ଲାନ କରୁଛନ୍ତି। ଏହା ଏକ ଏମିତି ପଦକ୍ଷେପ, ଯାହା ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ୟୁରୋପୀୟ ଦେଶ ଗୁଡ଼ିକୁ ସିଧା ୟୁକ୍ରେନ ଯୁଦ୍ଧକୁ ଟାଣି ପାରେ। ଏବେସୁଦ୍ଧା ଆମେରିକା ଓ ୟୁରୋପୀୟ ଦେଶ ୟୁକ୍ରେନ ଯୁଦ୍ଧରେ ହସ୍ତକ୍ଷେପ କରିବାରେ ନିବୃତ୍ତ ରହିଛନ୍ତି। ହେଲେ ରୁଷ୍‌ ବିରୋଧରେ ଅର୍ଥରାଶି ଠାରୁ ନେଇ ସେନା ସହଯୋଗ ଯୋଗାଇ ଆସୁଛନ୍ତି ଏବଂ ରୁଷ୍‌ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ମଧ୍ୟ ଲଗାଇ ସାରିଛନ୍ତି। 

ସନଡେ ମର୍ଣ୍ଣିଂ ହେରାଲ୍ଡର ରିପୋର୍ଟ ମୁତାବିକ, ୟୁକ୍ରେନର ସେନା ଏହି ସମୟରେ ସେନାକର୍ମୀଙ୍କ ଅଭାବର ସାମନା କରୁଛି। ଏହା ବ୍ୟତୀତ ନିକଟ ସପ୍ତାହରେ ଯୁଦ୍ଧ ମାମଲାରେ ୟୁକ୍ରେନର ସ୍ଥିତି ଦୁର୍ବଳ ହୋଇ ପଡ଼ିଛି । ଏହାର ଲାଭ ଉଠାଇ ରୁଷ୍‌ ଅନେକ ମାମଲାରେ ୟୁକ୍ରେନ ଉପରେ ଚାପ ଆହୁରି ବୃଦ୍ଧି କରି ଦେଇଛି। ଅନେକ ସୀମାବର୍ତ୍ତୀ ଗାଁରେ ରୁଷୀୟ ସେନା ପୂର୍ବରୁ ହିଁ ଅନେକ କିଲୋମିଟର ଆଗକୁ ବଢି ସାରିଛି। ରୁଷ୍‌କୁ ଏହି ସ୍ଥିତିର ଫାଇଦା ହୋଇଛି, ଯେଉଁ ଅନୁସାରେ ୟୁକ୍ରେନକୁ ଆମେରିକୀୟ ଓ ୟୁରୋପୀୟ ଅସ୍ତ୍ରଶସ୍ତ୍ର ମିଳିବାରେ ବିଳମ୍ୱ ହୋଇଛି। 

ଏହି ସୁଯୋଗର ଫାଇଦା ଉଠାଇ ରୁଷୀୟ ସେନା ୟୁକ୍ରେନ୍‌ ଉପରେ ବର୍ତ୍ତମାନ ପ୍ରଭାବ ପକାଇଛି। ଏଥିପାଇଁ ୟୁକ୍ରେନୀ ଅଧିକାରୀମାନେ ନିଜର ଆମେରିକୀୟ ଓ ନାଟୋ ସହଯୋଗୀଙ୍କ ଠାରୁ ନିଜର ପାଖାପାଖି ୧୫୦,୦୦୦ ଟ୍ରେନୀଙ୍କୁ ଯୁଦ୍ଧର ଅଗ୍ରିମ ସ୍ତରକୁ ପ୍ରସ୍ତୁତ କରିବା ଓ ତାଙ୍କୁ ପ୍ରଶିକ୍ଷିତ କରିବାରେ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି। ହେଲେ ଆମେରିକା ଏଥିରେ ସ୍ପଷ୍ଟ ଭାବେ ମନା କରିଛି। କିନ୍ତୁ ଆମେରିକୀୟ ବାୟୁ ସେନାର ଜଏଣ୍ଟ ଚିଫ୍ସ ଅଫ୍‌ ଷ୍ଟାଫ୍‌ର ଚିଫ୍‌ ଜେନେରାଲ ଚାର୍ଲ୍ସ ବ୍ରାଉନ୍‌ ଜୁନିୟର ଗୁରୁବାର କହିଛନ୍ତି କି, ନାଟୋ ଦ୍ୱାରା ୟୁକ୍ରେନୀ ସୈନିକଙ୍କ ପ୍ରଶିକ୍ଷକଙ୍କ ମୁତୟନ ଅପରିହାର୍ଯ୍ୟ ପ୍ରତୀତ ହୋଇଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.