PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସୋଆରେ ପୂର୍ବରୁ ପଢ଼ା ହେଉଛି ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ: ଖୋଲାଯାଇଛି ପରିବେଶ ଓ ପାଣିପାଗ ବିଜ୍ଞାନ କେନ୍ଦ୍ର, ଜାରି ରହିଛି ଗବେଷଣା

ଭୁବନେଶ୍ୱର,୩୧/୦୫: ୧୯୬୫ରୁ ୨୦୧୭ ମସିହା ଭିତରେ ଭାରତରେ ୧୪୫ଟି ସାମୁଦ୍ରିକ ଝଡ ସୃଷ୍ଟି ହୋଇଛି । ସେଥିମଧ୍ୟରୁ କେବଳ ୭ଟି ଏପ୍ରିଲ ମାସରେ ହୋଇଛି । ତେବେ ୨୦୧୯ ଏପ୍ରିଲ୍‌ ୨୫ ତାରିଖରୁ ଆରମ୍ଭ ହୋଇ ମେ ୩ ତାରିଖରେ ଓଡ଼ିଶା ଉପକୂଳ ପୁରୀ ସହରର ବାଲୁଖଣ୍ଡ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା “ଫୋନି’ ସବୁଠୁ ଶକ୍ତିଶାଳୀ ଥିଲା । ଦୀର୍ଘ ୧୦ ଦିନ ସମୁଦ୍ର ଉପରେ ଘୁରି ବୁଲିବାରୁ ଏହା ଭୀଷଣ ଶକ୍ତିଶାଳୀ ହୋଇ ଅତି ପ୍ରବଳ ସାମୁଦ୍ରିକ ଝଡ଼ର ରୂପ ଧାରଣ କରିଥିଲା । ଚଳିତବର୍ଷ ପୁଣି ‘ୟାସ୍‌’ ବାତ୍ୟା । ରାଜ୍ୟ ତଥା ଦେଶରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କାହିଁକି ବଢ଼ୁଛି । କିଭଳି ସେ ବାବଦରେ ଆଗୁଆ ଖବର ଜାଣିହେବ, ସେଥିପାଇଁ ରାଜ୍ୟ ସରକାର ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ଏକ ବିଷୟ ଭାବେ ସାମିଲ କରିବାକୁ ଗତକାଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ଟାସ୍କଫାର୍ସ ମଧ୍ୟ ଗଠନ କରିଛନ୍ତି । ହେଲେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ ଡିମଡ୍‌ ଟୁ ବି ୟୁନିଭର୍ସିଟି)ରେ ବହୁ ପୂର୍ବରୁ ପଢ଼ା ହେଉଛି ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ । କେବଳ ପାଠପଢ଼ା ହେଉନି ଗବେଷଣା ମଧ୍ୟ ଜାରି ରହିଛି ।

ପରିବେଶ ଓ ପାଣିପାଗ ବିଜ୍ଞାନ କେନ୍ଦ୍ର ନାମରେ ସ୍ୱତନ୍ତ୍ର ବିଭାଗ ମଧ୍ୟ ଖୋଲାଯାଇଛି । ଏହି କେନ୍ଦ୍ରରେ ନିର୍ଦ୍ଦେଶକ ଭାବେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଯୋଗ ଦେଇଛନ୍ତି । ତାଙ୍କ ସହ ୪ଜଣ ଗବେଷକ ଗବେଷଣା ଜାରି ରହିଛନ୍ତି ।

ଏହି କେନ୍ଦ୍ର ସମ୍ପର୍କରେ ସୂଚନା ଦେଇ ଡ. ସାହୁ କହିଛନ୍ତି ଯେ ସୋଆ ପରିବେଶ ଓ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ବିଭିନ୍ନ ମଡେଲ୍‌ ମଧ୍ୟ ରନ୍‌ କରାଯାଉଛି । ଯେଉଁ ସମୟରେ ପାଗ ଖରାପ ରହେ, ସେ ସମୟରେ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ବାବଦରେ ମଧ୍ୟ ସୂଚନା ଦିଆଯାଉଛି । ଆମେରିକାର ଆର୍ଥ ନେଟ୍‌ୱାର୍କ ସହିତ ବଜ୍ରପାତ ଓ ଗବେଷଣାତ୍ମକ ପୂର୍ବାନୁମାନ ପାଇଁ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର ହୋଇଛି । ପୁନେସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ୍‌ ମେଟ୍ରୋଲୋଜି (ଆଇଆଇଟିଏମ୍‌) ଓ ହାଇଦ୍ରାବାଦସ୍ଥିତ ଇସ୍ରୋର ନ୍ୟାସନାଲ୍‌ ରିମୋଟ୍‌ ସେନସିଂ ସେଣ୍ଟର୍‌ (ଏନଆରଏସସି) ସହ ମଧ୍ୟ ଏମଓୟୁ ହୋଇଛି ।

ପରିବେଶ ଅନୁଧ୍ୟାନ ଓ ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରାଯିବା ସହିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦ୍ୱାରା ଦିଆଯାଉଥିବା ଅନଲାଇନ୍‌ ପୁସ୍ତକରୁ ପଢ଼ାଯାଉଛି । ଏହାସହିତ ୱିଲି ଇଣ୍ଡିଆର ମ୍ରିଣାଳିନି ପାଣ୍ଡେଙ୍କ ଲିଖିତ ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ୍‌ ବହି ମଧ୍ୟ ପିଲାଙ୍କୁ ପଢ଼ାଯାଉଛି ବୋଲି ସୋଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରତି ସପ୍ତାହରେ ୩ଟି କ୍ଲାସ୍‌ ହେଉଥିବା ବେଳେ ପ୍ରତି କ୍ଲାସ୍‌ ୧ ଘଣ୍ଟା ଅବଧି ରହିଛି । ଏଥିରେ ପ୍ରାକୃତିକ ପରିବେଶ ସମ୍ପର୍କରେ ଅନୁଧ୍ୟାନ, ପ୍ରାକୃତିକ ସମ୍ବଳ, ପରିବେଶ ପ୍ରଦୂଷଣ, ମାନବକୃତ ପ୍ରଦୂଷଣ ଓ ପରିବେଶ, ସନ୍ତୁଳିତ ପରିବେଶ ଓ ଏହାର ସଂରକ୍ଷଣ ସମ୍ପର୍କରେ ପଢ଼ା ହୋଇଥାଏ । ସେହିପରି ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଯୋଜନା, ବିପର୍ଯ୍ୟୟ ପ୍ରାକ୍‌ ପ୍ରସ୍ତୁତି, ବିପର୍ଯ୍ୟୟ ମୁକାବିଲା, ବିପର୍ଯ୍ୟୟ ପରେ ପୁନରୁଦ୍ଧାର, ବିପର୍ଯ୍ୟୟ ପରିଚାଳନା ନେଇ ସମ ସାମୟିକ ସମସ୍ୟା ଓ ଆହ୍ୱାନ ବାବଦରେ ମଧ୍ୟ ପଢ଼ା ହେଉଛି ବୋଲି ସୋଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର