ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ଭୁବନେଶ୍ୱର – ଅଧିକାଂଶ ଲୋକଙ୍କର ବସ୍‌ ,କାର ଆଦିରେ ଯାତ୍ରା କରିବା ବେଳେ ବାନ୍ତି ହେବାର ସମସ୍ୟା ଦେଖା ଦେଇଥାଏ । କିଛି ଲୋକଙ୍କର ଲମ୍ୱା ଯାତ୍ରା କରିବା ବା ଖାଲଢ଼ିପ ଓ ବୁଲାଣି ରାସ୍ତାରେ ମଧ୍ୟ ବାନ୍ତି ହୋଇଥାଏ ।  ଯାହାକୁ ନେଇ ସେମାନେ ଚିନ୍ତିତି ଥାନ୍ତି । କେମିତି ଯାତ୍ରା କଲା ବେଳେ ଏମିତି ସମସ୍ୟା ନହେଉ ତାର ଉପାୟ ଖୋଜନ୍ତି । ଆପଣଙ୍କ କିଛି ଘରୋଇ ଉପଚାର ବିଷୟରେ କହିବୁ , ଯାହାକୁ ଆପଣେଇଲେ ଏହି ସମସ୍ୟାକୁ ଅତି କମ୍‌ ସମୟରେ ଦୂର କରିପାରିବେ ।

Tulasi | Holy Basil | Ocimum Sanctum | Tulasi Pooja

ତୁଳସୀ – ତୁଳସୀର ପତ୍ର ବାନ୍ତି ରୋକିବାରେ ବହୁତ ସାହାଯ୍ୟ କରିଥାଏ । ଯେବେ ବି ଆପଣଙ୍କୁ ବାନ୍ତି ହେବାର ଅନୁଭବ ହେଉଛି , ତୁରନ୍ତ ଏହାର ୪-୫ଟି ପତ୍ରକୁ ଚୋବାନ୍ତୁ । ଏହା ବ୍ୟତୀତ ଆପଣ ଏକ ଛୋଟ ବୋତଲରେ ତୁଳସୀ ରସ ରଖି ଯେତେବେଳେ ବାନ୍ତି ଲାଗୁଛି ମହୁ ସହ ପିଅନ୍ତୁ ।

ଗୋଲ ମରିଚ – ଯଦି ଆପଣଙ୍କୁ ବାନ୍ତି ଲାଗୁଛି ୨-୩ଟି ଗୋଲ ମରିଚ ନେଇ ଚୋବାନ୍ତୁ । ଏଥିରେ ଆପଣ ସମସ୍ୟା ମୁକ୍ତ ଅନୁଭବ କରିବେ ।

Home Remedies: How to Treat Vomiting and Nausea – Ginger, Black Pepper and  Peppermint – Natural Remedies Center



ଲବଙ୍ଗ –ଯଦି କୌଣସି ସ୍ଥାନକୁ ଯାଉଛନ୍ତି ହଠାତ୍‌ ବାନ୍ତି ଲାଗୁଛି ତ ଆପଣ ସବୁବେଳେ ସାଥିରେ ଲବଙ୍ଗ ରଖିଥାନ୍ତୁ । ଯେବେ ଏମିତି ଅନୁଭବ ହେଲା ୧-୨ ଲବଙ୍ଗକୁ ପାଟିରେ ପକାଇ ଚୋବାନ୍ତୁ ।

ଅଦା – ବାନ୍ତି ବେଳେ ଅଦା ମଧ୍ୟ ଏକ ଉପଯୋଗୀ ଘରୋଇ ଜିନିଷ । ଏଥିରେ ଆଣ୍ଟି ଏମିଟିକ୍‌ ଗୁଣ ଥାଏ , ଯାହା ସହଜରେ ଆପଣଙ୍କ ପାଚନ ତନ୍ତ୍ରକୁ  ଠିକ୍‌ ରଖିବା ସହ ବାନ୍ତି ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ବୋତଲରେ ଅଦା ଓ ଲେମ୍ୱୁ ରସ ସମ ପରିମାଣରେ ମିଶାଇ ରଖନ୍ତୁ । ଯେବେ ବାନ୍ତି ଲାଗୁଛି , ତୁରନ୍ତ  ଏଇ ମିଶ୍ରଣକୁ ପିଇ ନିଅନ୍ତୁ । ଏହା ବ୍ୟତୀତ ଆପଣ ଏକ ଚାମକ ଅଦା ରସ ସହ  କିଛି ରକ୍‌ ସଲଟ୍‌ ଓ ଅଳ୍ପ ପରିମାଣର ଗୋଲ ମରିଚ ଗୁଣ୍ଡ ମିଶାଇ ଏହାକୁ ସେବନ କରିପାରିବେ ।

ଜିରା – ଯଦି ଯାତ୍ରା ବେଳେ ବାନ୍ତି ହେଉଛି ତ ପାଣିରେ ଅଳ୍ପ ମାତ୍ରାର ଜିରା ଗୁଣ୍ଡ ମିଶାଇ ଏହାକୁ ସେବନ କରି ନିଅନ୍ତୁ । ତୁରନ୍ତ ଉପଶମ ପାଇବେ । ଆପଣ ବାନ୍ତିକୁ ଦୂର କରିପାରିବେ ।

   ସମ୍ବନ୍ଧିତ ଖବର


କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

SBIର କୋଟି କୋଟି ଗ୍ରାହକଙ୍କୁ ଉପହାର, ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ